ETV Bharat / international

ନରୱେରେ ତୀର ମାଡ; 5 ମୃତ, ୨ ଗୁରୁତର

author img

By

Published : Oct 14, 2021, 9:45 AM IST

ଦକ୍ଷଣ-ପୂର୍ବ ନରେୱେରେ ଧନୁ ତୀର ଆକ୍ରମଣ । ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଆହାତ । ଏହି ଘଟଣାରେ ଜଣେ ଗିରଫ ହୋଇଥିବା ସୂଚନା । ଅଧିକ ପଢନ୍ତୁ...

ନରୱେରେ ତୀର ମାଡ; 5 ମୃତ, ୨ ଗୁରୁତର
ନରୱେରେ ତୀର ମାଡ; 5 ମୃତ, ୨ ଗୁରୁତର

ଓସଲୋ: ନରେୱେର ତୀରମାଡ । ଦକ୍ଷିଣ-ପୂର୍ବ ନରେୱେରେ ବୁଧବାର ଜଣେ ଦୁର୍ବୃତ୍ତ ଧନୁ ତୀର ଦ୍ବାରା ଲୋକଙ୍କ ଉପରେ ଆକ୍ରମଣ କରିଛି । ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାରେ ଜଣେ ସନ୍ଦିଗ୍ଧକୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି ।

କୋଙ୍ଗସବର୍ଗ ସହରର ବିଭିନ୍ନ ସ୍ଥାନରେ ଏହି ଆକ୍ରମଣ ଘଟିଛି । ତେବେ ଆକ୍ରମଣର କାରଣ ଜଣାପଡି ନଥିବାବେଳେ ଏହା ପଛରେ ଆତଙ୍କୀଙ୍କ ହାତ ଥିବା ସନ୍ଦେହ କରାଯାଉଛି । ଜଣେ ପୋଲିସ ଅଧିକାରୀ ନିଶ୍ଚିତ କରୁଛନ୍ତି ଯେ, ତୀର ମାଡରେ ୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଦୁଇ ଜଣ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ ଜଣେ ଅଫ୍ ଡ୍ୟୁଟ ପୋଲିସ ଅଫିସର ମଧ୍ୟ ଅଛନ୍ତି । ଯିଏ କି ଏକ ଦୋକାନରେ ଥିବା ସମୟରେ ଦୁର୍ବୃତ୍ତ ଜଣଙ୍କ ତୀର ମାଡ କରିଥିଲା । ବର୍ତ୍ତମାନ ଗିରଫ ସନ୍ଦିଗ୍ଧକୁ ପଚରାଉଚରା କରାଯାଉଛି । ସେହି ଜଣେ ହିଁ ବ୍ୟକ୍ତି ତୀରମାଡ କରିଥିବା କୁହାଯାଉଛି ।

ଅଭିଯୁକ୍ତ ଜଣକ କୋଙ୍ଗସବର୍ଗରେ ରହୁଥିବା ୩୭ ବର୍ଷୀୟ ଡାନିସ୍ ବୋଲି ଚିହ୍ନଟ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.