ଲଣ୍ଡନ: ୟୁକେରେ କୋଭିଡ 19 ଭୟଙ୍କର ସ୍ଥିତି ନେଇଛି । ମହାମାରୀରେ ଲକ୍ଷାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏହାସହ 18 ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଛି କୋରୋନା ଭୂତାଣୁ ।
ତେବେ ମୃତକଙ୍କ ମଧ୍ୟରେ ଭାରତୀୟ ବଂଶୋଦ୍ଭବଙ୍କ ସଂଖ୍ୟା 420 ରହିଛି । ସଦ୍ୟତମ ତଥ୍ୟ ଅନୁସାରେ ଏହା ପ୍ରକାଶ କରିଛନ୍ତି ୟୁକେ ସରକାର । ସମଗ୍ର ୟୁକେରେ 2.5 ପ୍ରତିଶତ ଭାରତୀୟ ବଂଶୋଦ୍ଭବ ରହୁଥିବାବେଳେ କୋରୋନା ଦ୍ବାରା ଏମାନେ ଅଧିକ ପ୍ରଭାବିତ ହୋଇଛନ୍ତି । ଏମାନଙ୍କ ମୃତ୍ୟୁ ସଂଖ୍ୟା ସମଗ୍ର ୟୁକେର 3 ପ୍ରତିଶତ ବୋଲି ସରକାର ସୂଚନା ଦେଇଛନ୍ତି ।
ଏପ୍ରିଲ 17 ଯାଏଁ ଆସିଥିବା 13 ହଜାର 918 ମୃତ୍ୟୁରୁ 10 ହଜାର 244 ବ୍ରିଟେନ ନାଗରିକ । ଅର୍ଥାତ ମୋଟ ମୃତ୍ୟୁର 74 ପ୍ରତିଶତ ୟୁକେ ନାଗରିକ । ସେହିପରି ବାକି 2252 ଅବା 16 ପ୍ରତିଶତ ଅନ୍ୟ ଦେଶର ନାଗରିକ । ଏମାନଙ୍କ ଭିତରେ ଭାରତୀୟ ବଂଶୋଦ୍ଭବଙ୍କ ସଂଖ୍ୟା ସର୍ବାଧିକ 420 ରହିଛି । ଏହାପରେ କାରବିୟାନ ଲୋକଙ୍କ ମୃତ୍ୟୁ 407 ଓ ପାକିସ୍ତାନୀ ନାଗରିକଙ୍କ ମୃତ୍ୟୁ 287 ରହିଛି ବୋଲି ଜଣାପଡିଛି । ତେବେ ମୋଟ ମୃତ୍ୟୁର 10 ପ୍ରତିଶତ ଲୋକଙ୍କ ସମ୍ପର୍କରେ କୌଣସି ତଥ୍ୟ ନାହିଁ ।