ଇସଲାମବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ପରାମର୍ଶଦାତା କୋରୋନା ଆକ୍ରାନ୍ତ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ସ୍ବାସ୍ଥ୍ୟ ପରାମର୍ଶଦାତା ଜାଫର ମିର୍ଜା କୋରୋନା ଆକ୍ରାନ୍ତ ଥିବା ସୋମବାର ଜଣାପଡିଛି ।
ମିର୍ଜା ଟ୍ୱିଟରେ ଏହି ଘୋଷଣା କରିଛନ୍ତି ଯେ, ଡାକ୍ତରଙ୍କ ପରାମର୍ଶ ପରେ ମୁଁ ଘରେ ନିଜକୁ ଆଇସୋଲେସନ ରଖି ସମସ୍ତ ସତର୍କତା ଅବଲମ୍ବନ କରୁଛି । ମୋର ସାମାନ୍ୟ ଲକ୍ଷଣ ଅଛି। ମୋ ପାଇଁ ପ୍ରାଥନା କରନ୍ତୁ । ମୋର ସହଯୋଗୀ ସମସ୍ତେ ଭଲ କାମ ଜାରି ରଖନ୍ତୁ !
ପ୍ରକାଶ ଥାଉକି, ବର୍ତ୍ତମାନ ପାକିସ୍ତାନରେ 2 ଲକ୍ଷ 31 ହଜାର 17 ଜଣ କୋରୋନା ଆକ୍ରାନ୍ତ ଥିବାବେଳେ 4745 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।