ETV Bharat / international

ନଭେମ୍ବର 17ରେ BRICS ସମ୍ମିଳନୀ, ଆମ୍ନାସାମ୍ନି ହେବେ ମୋଦି-ଜିନପିଙ୍ଗ - ବ୍ରିକ୍ସ ବୈଠକ

ନଭେମ୍ବର 17ରୁ ଆରମ୍ଭ ହେବାକୁ ଯାଉଛି ଦ୍ବାଦଶତମ ବ୍ରିକ୍ସ ସମ୍ମିଳନୀ । ବ୍ରିକ୍ସ ଦେଶର ନେତାଙ୍କ ବୈଠକରେ ବିଷୟ ରହିଛି, ' ବିଶ୍ବ ସ୍ଥିରତା ପାଇଁ ବ୍ରିକ୍ସର ଭାଗିଦାରୀ, ମିଳିତ ସୁରକ୍ଷା ଏବଂ ନବୀନ ବିକାଶ' । ଅଧିକ ପଢନ୍ତୁ...

ନଭେମ୍ବର 17ରେ BRICS ସମ୍ମିଳନୀ, ଆମ୍ନାସାମ୍ନି ହେବେ ମୋଦି-ଜିନପିଙ୍ଗ

author img

By

Published : Oct 5, 2020, 6:32 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ନଭେମ୍ବର 17ରୁ ଆରମ୍ଭ ହେବାକୁ ଯାଉଛି ଦ୍ବାଦଶତମ ବ୍ରିକ୍ସ ସମ୍ମିଳନୀ । ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ଭାରତରେ ଅବସ୍ଥାପିତ ଋଷ ଦୂତାବାସ ସୂଚନା ଦେଇଛି । ଚଳିତ ଥର ବ୍ରିକ୍ସ ଦେଶର ନେତାଙ୍କ ବୈଠକରେ ବିଷୟ ରହିଛି, 'ବିଶ୍ବ ସ୍ଥିରତା ପାଇଁ ବ୍ରିକ୍ସର ଭାଗିଦାରୀ, ମିଳିତ ସୁରକ୍ଷା ଏବଂ ନବୀନ ବିକାଶ ।’

ଲଦାଖ ସୀମାରେ ଉତ୍ତେଜନା ମଧ୍ୟରେ ଦ୍ବାଦଶତମ ବ୍ରିକ୍ସ ସମ୍ମିଳନୀରେ ଆମ୍ନାସାମ୍ନି ହେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ପ୍ରତିପକ୍ଷ ସି ଜିନପିଙ୍ଗ । ପୂର୍ବରୁ ଏହି ବୈଠକ ଜୁଲାଇ 21ରୁ 23 ମଧ୍ୟରେ ସେଣ୍ଟ ପିଟର୍ସବର୍ଗରେ ଆୟୋଜିତ ହେବାର ଥିଲା । ହେଲେ ମହାମାରୀ କୋରୋନା କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା ।

ବ୍ରାଜିଲ, ଋଷ, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକା ରାଷ୍ଟମୁଖ୍ୟମାନେ ଏହି ବୈଠକରେ ସାମିଲ ହେବେ । ତେବେ ସୀମାରେ ଉତ୍ତେଜନା ମଧ୍ୟରେ ପ୍ରଥମ ଥର ଜିନପିଙ୍ଗ ଓ ମୋଦିଙ୍କ ଆମ୍ନାସାମ୍ନି ଦୃଷ୍ଟିରୁ ଏହି ବୈଠର ବେଶ ମହତ୍ବ ରଖୁଥିବା ବିଶ୍ବାସ କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.