ETV Bharat / international

ଏନସିପି ନେତା ଆଭ୍ୟନ୍ତରୀଣ ପ୍ରସଙ୍ଗ ଓ ବିବାଦର ସମାଧାନ କରିବେ : ଓଲି - pm oli

ରାଷ୍ଟ୍ରୀୟ ଏକତାକୁ ଦୃଢ କରିବା ପାଇଁ ତଥା ନେପାଳର ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବା ପାଇଁ ଶାସକ କମ୍ୟୁନିଷ୍ଟ ଦଳ ଏବଂ ଏହାର ନେତାମାନେ ଆଭ୍ୟନ୍ତରୀଣ ପ୍ରସଙ୍ଗ ଓ ବିବାଦର ସମାଧାନ କରିବେ ବୋଲି ଓଲି କହିଛନ୍ତି ।

ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି
ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି
author img

By

Published : Jul 12, 2020, 12:18 AM IST

କାଠମାଣ୍ଡୁ : ନେପାଳର ରାଜନୈତିକ ସଙ୍କଟ ମଧ୍ୟରେ ବଡ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ଶୁକ୍ରବାର ନିଜ ଇସ୍ତଫାର ସମ୍ଭାବନାକୁ ଖାରଜ କରି ଦଳରେ ସୃଷ୍ଟି ହୋଇଥିବା ଫାଟକୁ ଲୁଚାଇବାକୁ ଚେଷ୍ଟା କରିଛନ୍ତି ସେ । ରାଷ୍ଟ୍ରୀୟ ଏକତାକୁ ଦୃଢ କରିବା ପାଇଁ ତଥା ନେପାଳର ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବା ପାଇଁ ଶାସକ କମ୍ୟୁନିଷ୍ଟ ଦଳ ଏବଂ ଏହାର ନେତାମାନେ ଆଭ୍ୟନ୍ତରୀଣ ପ୍ରସଙ୍ଗ ଓ ବିବାଦର ସମାଧାନ କରିବେ ବୋଲି ଓଲି କହିଛନ୍ତି ।

ଶୁକ୍ରବାର ଦେଶକୁ ସମ୍ବୋଧିତ କରି ଶୁକ୍ରବାର ଓଲି କହିଛନ୍ତି, ଏକ ରାଜନନୈତିକ ଦଳ ମଧ୍ୟରେ ଏଭଳି ବିତର୍କ, ଆଲୋଚନା ଏବଂ ମତଭେଦ ହେବା ସ୍ୱାଭାବିକ। ମୁଁ ଜାତୀୟ ଏକତାକୁ ଦୃଢ କରିବା, ଗଣତନ୍ତ୍ରର ସୁରକ୍ଷା ତଥା ଜାତୀୟ ଗର୍ବକୁ ବୃଦ୍ଧି କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବି। ସେ ଆହୁରି କହିଛନ୍ତି ଯେ, ମୁଁ ଜାତୀୟ ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବାକୁ ପ୍ରତିଶ୍ରୁତି ଦେଉଛି । ବିପର୍ଯ୍ୟୟ ସମୟରେ ଲୋକଙ୍କ ଜୀବନ ଏବଂ ସେମାନଙ୍କ ସମ୍ପତ୍ତି ବଞ୍ଚାଇବା ଦିଗରେ ମୋର ସମସ୍ତ ପ୍ରକାର ପ୍ରୟାସ କରାଯାଇଛି। ମୋ ନେତୃତ୍ୱରେ ଥିବା ସରକାର ଲୋକମାନଙ୍କୁ ବିପଦ ଏବଂ ଭୋକରୁ ରକ୍ଷା କରିବା ଦାୟିତ୍ୱରୁ ବିଚଳିତ ହେବେ ନାହିଁ।

ସୂଚନାଯୋଗ୍ୟ ଯେ, ଦେଶର ପଶ୍ଚିମ ଅଞ୍ଚଳର କାସ୍କି, ଲାମଜଙ୍ଗ ଏବଂ ରୁକୁମ୍ ଜିଲ୍ଲାରେ ଏକାଧିକ ଭୂସ୍ଖଳନରେ ଅତି କମରେ 22 ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ଓଲି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ।

ଏନସିପିର କେତେକ ବରିଷ୍ଠ ନେତା ଓଲିଙ୍କୁ ଉଭୟ ଦଳର ଅଧ୍ୟକ୍ଷ ତଥା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଦାବି କରିଆସୁଛନ୍ତି। କିନ୍ତୁ ଓଲି ଇସ୍ତଫା ଦେବାକୁ ମନା କରି ଦେଇଛନ୍ତି। ବିଭିନ୍ନ ପ୍ରସଙ୍ଗର ସମାଧାନ କରିବାରେ ସରକାରଙ୍କ ବିଫଳତା କାରଣରୁ ପ୍ରଧାନମନ୍ତ୍ରୀ ଦଳ ଭିତରେ ତଥା ବାହାରେ ସମାଲୋଚିତ ହୋଇଛନ୍ତି । ବିଶେଷ କରି ଭାରତ ତାଙ୍କୁ ଗାଦିରୁ ହଟାଇବାକୁ ଚେଷ୍ଟା କରୁଛି ବୋଲି ସର୍ବସାଧାରଣରେ ପ୍ରକାଶ କରିବା ପରେ। ତେବେ ଓଲିଙ୍କ ରାଜନୈତିକ ଭବିଷ୍ୟତ ସ୍ଥିର କରିବାକୁ ଶାସକ କମ୍ୟୁନିଷ୍ଟ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାୟୀ କମିଟିର ବୈଠକ ଶୁକ୍ରବାର ଚତୁର୍ଥ ଥର ପାଇଁ ସ୍ଥଗିତ ରଖାଯାଇଥିଲା । ଦେଶରେ ବନ୍ୟା ପରିସ୍ଥିତି ଦର୍ଶାଇ ଏହି ବୈଠକ ସ୍ଥଗିତ ରଖାଯାଇଛି ।

ନେପାଳ କମ୍ୟୁନିଷ୍ଟ ଦଳର 45 ସଦସ୍ୟ ବିଶିଷ୍ଟ ଶକ୍ତିଶାଳୀ ସ୍ଥାୟୀ କମିଟିର ବୈଠକ ଶୁକ୍ରବାର ଦିନ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ଏହାକୁ ଏକ ସପ୍ତାହ ପାଇଁ ସ୍ଥଗିତ ରଖାଗଲା ।

ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଓରଫ 'ପ୍ରଚଣ୍ଡ' ସମେତ ବରିଷ୍ଠ ଏନସିପି ନେତାମାନେ ପ୍ରଧାନମନ୍ତ୍ରୀ ଓଲିଙ୍କ ଇସ୍ତଫା ଦାବି କରୁଛନ୍ତି । ଓଲିଙ୍କ ଭାରତ ବିରୋଧୀ ମନ୍ତବ୍ୟ ରାଜନୈତିକ କିମ୍ବା କୂଟନୈତିକ ଦୃଷ୍ଟିରୁ ଉପଯୁକ୍ତ ନୁହେଁ ବୋଲି ସେମାନେ କହିଛନ୍ତି ।

ତେବେ 68 ବର୍ଷିୟ ଓଲିଙ୍କ ରାଜନୈତିକ ଭବିଷ୍ୟତର ନିଷ୍ପତ୍ତି ବର୍ତ୍ତମାନ ଜୁଲାଇ 17 ରେ ହେବାକୁ ଥିବା ସ୍ଥାୟୀ କମିଟି ବୈଠକରେ ନିଆଯିବ ବୋଲି ଆଶା କରାଯାଉଛି । ସେପଟେ ନେପାଳରେ ଚୀନ ରାଷ୍ଟ୍ରଦୂତ ଓଲିଙ୍କ ଗାଦି ବଞ୍ଚାଇବା ପାଇଁ ଚେଷ୍ଟା ଚଳାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.