ETV Bharat / international

ତଥ୍ୟ ଦେବାରେ ବିଳମ୍ବ କରୁଛି ଚୀନ, ଆସିବ WHO ଟିମ୍

ଚୀନ ସରକାର ଗତ ଡିସେମ୍ବର 31ରେ ଏକ ରିପୋର୍ଟ ଉହାନରୁ ସଂଗ୍ରହ କରି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ । ଏହା ଅନୁସାରେ ଆଗାମୀ ସପ୍ତାହରେ ଆସିବାକୁ ଥିବା ଟିମ୍ ତଦନ୍ତ କରିବେ । ଅଧିକ ପଢନ୍ତୁ...

author img

By

Published : Jul 4, 2020, 9:24 PM IST

ତଥ୍ୟ ଦେବାରେ ବିଳମ୍ବ କରୁଛି ଚୀନ, ଆସିବ ଡବ୍ଲୁଏଚଓ ଟିମ୍

ଜେନେଭା: କୋରୋନା ଭୂତାଣୁ ସାରା ବିଶ୍ବରେ ନିଜ କାୟା ବିସ୍ତାର କରି ଚାଲିଛି । ଏସିଆ, ଆମେରିକା, ଋଷରେ ଏହାର ଅଧିକ ପ୍ରଭାବ ରହିଛି । ତେବେ ଏହାର ଆରମ୍ଭ ତଥା ଉତ୍ପତି ସମ୍ପର୍କରେ ଜାଣିବା ପାଇଁ ଆସନ୍ତା ସପ୍ତାହରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ପକ୍ଷରୁ ଡ୍ରାଗନ ଦେଶ ଗସ୍ତରେ ଏକ ଟିମ୍ ଆସିବ ବୋଲି ଜଣାପଡିଛି ।

ସୂଚନା ଅନୁସାରେ ଏହି ମହାମାରୀର ଆରମ୍ଭ ଏବଂ ଏହା କିପରି ମଣିଷଙ୍କ ମଧ୍ୟରେ ସଂକ୍ରମଣ ହେଲା ସେ ସମ୍ପର୍କରେ ତଥ୍ୟ ଦେବାକୁ ଚୀନକୁ ନିର୍ଦ୍ଦେଶ ଦେଇଥିଲା ସଂସ୍ଥା । ହେଲେ ଏହି ତଥ୍ୟ ଦେବାରେ ବିଳମ୍ବ କରୁଛି ଚୀନ୍ । ଯାହା ଦେଖି ଡବ୍ଲୁଏଚଓର ଏକ ଟିମ୍ ଆସନ୍ତା ସପ୍ତାହରେ ଚୀନ୍ ଗସ୍ତରେ ଆସିବ ବୋଲି ଜଣାପଡିଛି । ପ୍ରାୟ 6 ମାସରୁ ଅଧିକ ସମୟ ପରେ ଏହି ଗସ୍ତ କରୁଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ଶେଷ ଥର ପାଇଁ ଚୀନରେ ଥିବା ଏହାର ଅଫିସ ଦ୍ବାରା କୋରୋନା ଉତ୍ପତିସ୍ଥଳୀ ଉହାନର ମ୍ୟୁନିସିପାଲ ହେଲଥ୍ କମିଶନଙ୍କଠାରୁ ଏହି ମହାମାରୀ ଉପରେ ରିପୋର୍ଟ ସଂଗ୍ରହ କରାଯାଇଥିଲା । ଏହାପରେ ଚୀନ ସହ ଏହି ଆକ୍ରାନ୍ତ ସମ୍ବନ୍ଧୀୟ ଅବା ଏହା ଉପରେ ରିସର୍ଚ୍ଚ କରିବା ପାଇଁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।

କୋଭିଡ 19 ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିବା ସହ ଏହାର ସଂକ୍ରମଣର କାରଣ ଜାଣିବା ପାଇଁ ଚୀନକୁ ଏକ ବିଶେଷଜ୍ଞ ଟିମ୍ ପଠାଇବାକୁ ଜାନୁୟାରୀରେ ଡ୍ରାଗନ ଦେଶ ସହ ଡବ୍ଲୁଏଚଓ ଚୁକ୍ତି କରିଥିଲା । ଏହାର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ କହିଛନ୍ତି ଯେ ତଦନ୍ତ ଦ୍ବାରା କୋରୋନାର ପ୍ରକୃତ ତଥ୍ୟ ସାମନାକୁ ଆସିବ । ଏଭଳି ଏକ ଭୟଙ୍କର ମହାମାରୀ ସହ ବିଶ୍ବ ଲଢେଇ କରୁଛି ଯାହା ସମ୍ପର୍କରେ କୌଣସି ପ୍ରକାର ସୂଚନା ମିଳିପାରୁନାହିଁ । ଏହାର ସଠିକ୍ ତଥ୍ୟ ସଂଗ୍ରହ ପରେ ତାହା ଉପରେ ଗବେଷଣା କରି ମୁକାବିଲାର ଉପଯୁକ୍ତ ଭ୍ୟାକସିନ୍ ବାହାରିପାରିବ । ଏହା କିପରି ପ୍ରାଣୀଙ୍କଠାରୁ ମଣିଷ ଦେହକୁ ଆସିଲା ଏହା ଉପରେ ତଦନ୍ତ ଜରୁରୀ । ବାଦୁଡି ଦେହରୁ ନିଫା ଭଳି ଭୂତାଣୁ ବ୍ୟାପିଥାଏ । କୋରୋନା କିପରି ଏବଂ କାହା ମାଧ୍ୟମରେ ଆସିଲା ତାହା ଜାଣିବା ଆବଶ୍ୟକ । ଏଥିପାଇଁ ଚୀନ ସରକାରଙ୍କ ସହଯୋଗରେ ଏକ ଟିମ୍ ଏଠାକୁ ଗସ୍ତ କରିବ ବୋଲି ସୌମ୍ୟା କହିଛନ୍ତି ।

ଚୀନ ସରକାର ଗତ ଡିସେମ୍ବର 31ରେ ଏକ ରିପୋର୍ଟ ଉହାନରୁ ସଂଗ୍ରହ କରି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ । ଏହା ଅନୁସାରେ ଆଗାମୀ ସପ୍ତାହରେ ଆସିବାକୁ ଥିବା ଟିମ୍ ତଦନ୍ତ କରିବେ । ଏହାର ଫଳାଫଳ ନିଶ୍ଚିତ ଭାବରେ ସାରା ବିଶ୍ବ ଜାଣିବ ବୋଲି ସ୍ବାମୀନାଥନ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଭୂତାଣୁ କିପରି ବ୍ୟାପିଛି ତାହା ଏବେ ଯାଏଁ ଜଣାପଡିନାହିଁ । ବାଦୁଡି ଦେହରେ ଥିବା ଭୂତାଣୁ ସହ ଏହାର ଅନେକ ସାମଞ୍ଜସ୍ୟ ରହିଛି । ଦକ୍ଷିଣ ପୂର୍ବ ଏସିଆରେ ଏହା ଉପରେ ଅନେକ ରିସର୍ଚ୍ଚ ହୋଇଛି ଯେଉଁଥିରୁ ଜାଣିବାକୁ ମିଳିଛି ଯେ ବାଦୁଡି ଦେହରେ ମଧ୍ୟ କୋରୋନା ଭୂତାଣୁ ରହିଛି । ସେଥିପାଇଁ ଏହି ମହାମାରୀ ସେମାନଙ୍କଠାରୁ ଆସିଥିବାର ସନ୍ଦେହ କରାଯାଉଛି । ହେଲେ ଏଥିରେ କୌଣସି ପ୍ରକାର ସତ୍ୟତା ନାହିଁ ଅଥବା ଏହା ଚୂଡାନ୍ତ ନିଷ୍ପତ୍ତି ନୁହେଁ । ଗବେଷଣାରୁ 500ରୁ ଅଧିକ ପ୍ରକାର କୋରୋନା ଭୂତାଣୁ ଥିବା ଜଣାପଡିଛି । ସେହିପରି ଦକ୍ଷିଣ ଚୀନ ଏବଂ ଦକ୍ଷିଣ ପୂର୍ବ ଏସିଆର କେତେକ ରାଷ୍ଟ୍ର ଆଣ୍ଟିବଡି ପାଇଥିବାର ଖବର ରହିଛି । ଏହା ଉପରେ ଅଧିକ ତଦନ୍ତ ହେବା ପରେ ସତ୍ୟ ଜଣାପଡିବ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.