ETV Bharat / international

ଟ୍ରମ୍ପ ପ୍ରଶାସନର ପ୍ରତିକ୍ରିୟା ଉପରେ ସାକ୍ଷୀ ଦେବାକୁ ଫୌସିଙ୍କୁ ବାରଣ କଲା ହ୍ବାଇଟ ହାଉସ - White House

ପ୍ରମୁଖ ସଂକ୍ରାମକ ରୋଗ ବିଶେଷଜ୍ଞ ଆନ୍ଥୋନୀ ଫୌସିଙ୍କୁ ହାଉସ ପ୍ୟାନେଲ ସାମନାରେ ମହାମାରୀକୁ ନେଇ ଟ୍ରମ୍ପ ପ୍ରଶାସନର ପ୍ରତିକ୍ରିୟା ଉପରେ ସାକ୍ଷୀ ଦେବାକୁ ବାରଣ କରିଛି ହ୍ବାଇଟ ହାଉସ ।

ଟ୍ରମ୍ପ ପ୍ରଶାସନର ପ୍ରତିକ୍ରିୟା ଉପରେ ସାକ୍ଷୀ ଦେବାକୁ ଆନ୍ଥୋନୀ ଫସିଙ୍କୁ ବାରଣ କଲା ହ୍ବାଇଟ ହାଉସ
ଟ୍ରମ୍ପ ପ୍ରଶାସନର ପ୍ରତିକ୍ରିୟା ଉପରେ ସାକ୍ଷୀ ଦେବାକୁ ଫୌସିଙ୍କୁ ବାରଣ କଲା ହ୍ବାଇଟ ହାଉସ
author img

By

Published : May 2, 2020, 9:47 PM IST

ନୂଆଦିଲ୍ଲୀ: ପ୍ରମୁଖ ସଂକ୍ରମକ ରୋଗ ବିଶେଷଜ୍ଞ ଆନ୍ଥୋନୀ ଫୌସିଙ୍କୁ ହାଉସ ପ୍ୟାନେଲ ସାମନାରେ ମହାମାରୀକୁ ନେଇ ଟ୍ରମ୍ପ ପ୍ରଶାସନର ପ୍ରତିକ୍ରିୟା ଉପରେ ସାକ୍ଷୀ ଦେବାକୁ ବାରଣ କରିଛି ହ୍ବାଇଟ ହାଉସ । ଫୌସୀ ହେଉଛନ୍ତି ହ୍ବାଇଟ ହାଉସର କୋରୋନା ଭାଇରସ ଟାସ୍କଫୋର୍ସର ଏକ ପ୍ରମୁଖ ଅଂଶ । ଗୃହ ଆପ୍ରୋପ୍ରାଇଟ୍ କମିଟିର ମୁଖପାତ୍ର ଇଭାନ୍ ହୋଲାଣ୍ଡର୍ ଏନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ କୋଭିଡ -19 ବିରୋଧରେ ପ୍ରତିକ୍ରିୟା ଶୁଣିବା ପାଇଁ ଆସନ୍ତା ସପ୍ତାହରେ ହେବାକୁ ଥିବା ଶ୍ରମ- HHS- ଶିକ୍ଷା ସବ କମିଟିରେ ଡକ୍ଟର ଆନ୍ଥୋନୀଙ୍କୁ ସାକ୍ଷୀ ଭାବରେ ମାଗିଛନ୍ତି । ହେଲେ ହ୍ବାଇଟ ହାଉସ୍ ଡକ୍ଟର ଫୌସିଙ୍କୁ ବ୍ଲକ କରିଛନ୍ତି । ହ୍ବାଇଟ ହାଉସର ଡେପ୍ୟୁଟି ପ୍ରେସ ସଚିବ ଜୁଡେ ଡିରେ ମଧ୍ୟ ଏହାକୁ ସୁନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ ଉପଯୁକ୍ତ ସମୟରେ ସାକ୍ଷ୍ୟ ଦେବା ପାଇଁ ଆମେ କଂଗ୍ରେସ ସହିତ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ।

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଏବଂ ସଂକ୍ରାମକ ରୋଗର ନିର୍ଦ୍ଦେଶକ ଥିବା ଫାସି ସାମାଜିକ ଦୂରତା ନିର୍ଦ୍ଦେଶାବଳୀ ପାଳନ କରିବାକୁ ବାରମ୍ବାର ଲୋକଙ୍କୁ ଅନୁରୋଧ କରି ଆସୁଛନ୍ତି । ଯଦି ସେମାନେ ତାହା ନକରନ୍ତି ତେବେ ସମ୍ଭାବ୍ୟ ବୃଦ୍ଧି ହେବାର ଚେତାବନୀ ଦେଇଛନ୍ତି । ତେବେ ଜନସାଧାରଣଙ୍କ ନିକଟରେ ଫୌସିଙ୍କ ବିବୃତ୍ତି ବେଳେ ଟ୍ରମ୍ଫଙ୍କ ସହ କଥା କଟାକଟି ହୋଇଥିଲା । ଯେପରିକି ଟ୍ରମ୍ପ ଗତ ମାସରେ ମ୍ୟାଲେରିଆ ଔଷଧକୁ କୋଭିଡ-19 ପାଇଁ ସମ୍ଭାବ୍ୟ ଚିକିତ୍ସା ବୋଲି କହିଥିଲେ । ହେଲେ ଏହାକୁ ଖଣ୍ଡନ କରିଥିଲେ ଫୌସି କହିଥିଲେ ଯେ, ଏହା ହିଁ କୋରୋନାର ଉପଚାର ଭାବିବା ଅନୁଚିତ । ଆମକୁ ସତର୍କ ରହିବାକୁ ପଡିବ ।

ଏହାପରେ ଟ୍ରମ୍ପ ରିଟ୍ବିଟ କରି ଫୌସିଙ୍କୁ ସମାଲୋଚନା କରିଥିଲେ । ଏପରିକି ଗତ ମାସରେ #ଫାୟାରଫୌସି ହ୍ୟାସଟ୍ୟାଗ ମଧ୍ୟ ଲେଖିଥିଲେ । ସେପଟେ ହ୍ବାଇଟ ହାଉସ ପକ୍ଷରୁ ସଫେଇ ଦିଆଯାଇଥିଲା ଯେ, ବିଶେଷଜ୍ଞଙ୍କୁ ବହିଷ୍କାର କରିବା ନେଇ ରାଷ୍ଟ୍ରପତିଙ୍କ କୌଣସି ଯୋଜନା ନାହିଁ ।

ଏହି ସମୟ ମଧ୍ୟରେ ଟେକ୍ସାସ ଏବଂ ଜର୍ଜିଆ ସମେତ କେତେକ ରାଜ୍ୟ ବ୍ୟବସାୟ ଖୋଲିବାକୁ ଆରମ୍ଭ କରିଛନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦକ୍ଷିଣପନ୍ଥୀ ପ୍ରଦର୍ଶନକାରୀଙ୍କୁ ସୂଚାଇ ଦେଇଛନ୍ତି ଯେ ସେମାନେ କର୍ମକ୍ଷେତ୍ରକୁ ମହାନ ବ୍ୟକ୍ତି ଭାବରେ ଖୋଲିବାକୁ ଦାବି କରୁଛନ୍ତି । ଆମେରିକାରେ କୋରୋନା ସଂକ୍ରମଣରେ ଏବେ ସୁଦ୍ଧା 1 ମିଲିୟନରୁ ଅଧିକ ରୋଗ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 60 ହଜାରରୁ ଅଧିକ ପାର କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.