ETV Bharat / international

ସ୍ମାର୍ଟ ଚଷମାରେ ଜାଣିହେବ ସାମନା ଲୋକର ତାପାମାତ୍ରା

author img

By

Published : May 1, 2020, 11:58 PM IST

ଚୀନର ହ୍ୟାଙ୍ଗଜହୁ ସହରର ଥିବା ରୋକିଡ କମ୍ପାନୀ ପକ୍ଷରୁ ଏହା ନିର୍ମାଣ ହୋଇଛି । କୋରୋନା ଲକ୍ଷଣ ଜାଣିବା ପାଇଁ ଏହି ଚଷମା ତିଆରି କରିଛି କମ୍ପାନୀ । ଅଧିକ ପଢନ୍ତୁ...

ସ୍ମାର୍ଟ ଚଷମାରେ ଜାଣିହେବ ସାମନା ଲୋକର ତାପାମାତ୍ରା
ସ୍ମାର୍ଟ ଚଷମାରେ ଜାଣିହେବ ସାମନା ଲୋକର ତାପାମାତ୍ରା

ହାଇଦ୍ରାବାଦ: କୋଭିଡ 19 ମୁକାବିଲା ପାଇଁ ଏବେ କୌଣସି ପ୍ରକାର ଭ୍ୟାକସିନ ବାହାରିନି । ସମସ୍ତ ରାଷ୍ଟ୍ର ଏନେଇ ପ୍ରଚେଷ୍ଟା ଜାରି ରଖିଛନ୍ତି । ତେବେ ଏହାର ମୁକାବିଲା ପାଇଁ ବିଭିନ୍ନ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ବାହାରିଛି । ନିକଟରେ ଚୀନର ଏକ କମ୍ପାନୀ ଏହା ଉପରେ ସ୍ମାର୍ଟ ଚଷମା ପ୍ରସ୍ତୁତ କରିଛି ।

ଚୀନର ହ୍ୟାଙ୍ଗଜହୁ ସହରର ଥିବା ରୋକିଡ କମ୍ପାନୀ ପକ୍ଷରୁ ଏହା ନିର୍ମାଣ ହୋଇଛି । କୋରୋନା ଲକ୍ଷଣ ଜାଣିବା ପାଇଁ ଏହି ଚଷମା ତିଆରି କରିଛି କମ୍ପାନୀ । ଏହାର ଚାହିଦା ବଢୁଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଟି1 ଚଷମା 2 ସପ୍ତାହ ଭିତରେ ସରକାରଙ୍କୁ ପ୍ରାୟ 1000 ହଳ ପରୀକ୍ଷାମୂଳକ ଭାବେ ପ୍ରଦାନ କରିଛି । ଏହାସହ ଇଣ୍ଡଷ୍ଟ୍ରୀ କମ୍ପାନୀ ଓ ସ୍କୁଲ ମଧ୍ୟ ଏହି ଚଷମା ନେବାକୁ ଅର୍ଡର ଦେଇଛନ୍ତି ।

ଏହି ସ୍ମାର୍ଟ ଚଷମା ଦ୍ବାରା ସାମନାରେ ଥିବା ଲୋକ ଶରୀରର ତାପମାତ୍ରା ଜାଣିହେବ । ଏଥିରେ ଏକ ସେନସର ଓ କ୍ୟାମେରା ଲାଗିଛି । ଏହାଦ୍ବାରା ପିନ୍ଧିଥିବା ବ୍ୟକ୍ତି ନିଜ ସାମନାରେ ଥିବା ଲୋକର ମୁହଁକୁ ଚାହିଁଲେ ଶରୀରର ତାପମାତ୍ରା ବିଷୟରେ ଜାଣିପାରିବ । ଫଳରେ କୋରୋନା ଲକ୍ଷଣ ଥିବା ଲୋକ ବିଷୟରେ ଜାଣି ଏହାଠୁ ଦୂରତା ଅବଲମ୍ବନ କରିବା ସହ ନିଜକୁ ରକ୍ଷା କରିପାରିବ । ଆଗକୁ କମ୍ପାନୀ ଟି1 ଚଷମାରେ ଅତ୍ୟାଧୁନିକ ବ୍ୟବସ୍ଥା ଲଗାଇବାକୁ ଯାଉଛି । ଯାହାଦ୍ବାରା ଲୋକେ ମଲ ଓ ଏୟାରପୋର୍ଟରେ ଏକାଧିକ ଲୋକଙ୍କ ତାପମାତ୍ରା ଜାଣିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.