ETV Bharat / international

ବନ୍ଦେ ଭାରତ ମିଶନ: ତୃତୀୟ ପର୍ଯ୍ୟାୟରେ ଫିଲିପାଇନ୍ସରୁ ଫେରିଲେ ଭାରତୀୟ - ତୃତୀୟ ପର୍ଯ୍ୟାୟରେ ସ୍ବଦେଶ ଫେରିଲେ ଭାରତୀୟ

ଏୟାର ଇଣ୍ଡିଆ ବିମାନ 1309ରେ ଏହି ଯାତ୍ରୀ ଭାରତ ଫେରିଛନ୍ତି । ପୂର୍ବରୁ 2ଟି ପର୍ଯ୍ୟାୟରେ ଫିଲିପ୍ପାଇନ୍ସରୁ ଅନେକ ଯାତ୍ରୀ ସ୍ବଦେଶ ଆସିଛନ୍ତି । ତୃତୀୟ ପର୍ଯ୍ୟାୟରେ ପ୍ରଥମ ଥର ଏଠାରୁ ଫସିଥିବା ଭାରତୀୟଙ୍କୁ ଫେରାଇ ଅଣାଯାଉଛି । ଅଧିକ ପଢନ୍ତୁ..

ବନ୍ଦେ ଭାରତ ମିଶନ: ତୃତୀୟ ପର୍ଯ୍ୟାୟରେ ସ୍ବଦେଶ ଫେରିଲେ ଭାରତୀୟ

author img

By

Published : Jun 16, 2020, 4:42 PM IST

ମାନିଲା: ଜୁନ୍ 11ରୁ ଆରମ୍ଭ ହୋଇଛି ବନ୍ଦେ ଭାରତ ମିଶନର ତୃତୀୟ ପର୍ଯ୍ୟାୟ । ଆଗାମୀ 30 ତାରିଖ ଯାଏଁ ଏହା ଜାରି ରହିବ । ଏହି ଅବସରରେ ଫିଲିପ୍ପାଇନ୍ସର ମାନିଲାରୁ ମଙ୍ଗଳବାର ଫସିଥିବା ଭାରତୀୟ ସ୍ବଦେଶ ଫେରିଛନ୍ତି ।

ଏୟାର ଇଣ୍ଡିଆ ବିମାନ 1309ରେ ଏହି ଯାତ୍ରୀ ଭାରତ ଫେରିଛନ୍ତି । ପୂର୍ବରୁ 2ଟି ପର୍ଯ୍ୟାୟରେ ଫିଲିପ୍ପାଇନ୍ସରୁ ଅନେକ ଯାତ୍ରୀ ସ୍ବଦେଶ ଆସିଛନ୍ତି । ତୃତୀୟ ପର୍ଯ୍ୟାୟରେ ପ୍ରଥମ ଥର ଏଠାରୁ ଫସିଥିବା ଭାରତୀୟଙ୍କୁ ଫେରାଇ ଅଣାଯାଉଛି । ଲକଡାଉନ ଯୋଗୁଁ ଦୀର୍ଘ 2 ମାସରୁ ଅଧିକ ସମୟ ଏମାନେ ବିଦେଶରେ ଫସି ରହିଥିଲେ । ଏନେଇ ଫିଲିପ୍ପାଇନ୍ସରେ ଥିବା ଭାରତୀୟ ଦୂତାବାସ ଟ୍ବିଟ୍ କରି ସୂଚନା ଦେଇଛି ।

ମାନିଲାରୁ ସମସ୍ତ ଯାତ୍ରୀ ଚେନ୍ନାଇ ଅଭିମୁଖେ ବାହାରିଛନ୍ତି । ଏଠାରେ ପହଞ୍ଚିବା ପରେ କିଛି ଯାତ୍ରୀ ଓହ୍ଲାଇଯିବେ । ବାକି ଭାରତୀୟଙ୍କୁ ନେଇ ବିମାନ ବିଶାଖାପାଟନମ୍ ଅଭିମୁଖେ ଯାତ୍ରା କରିବ । ସମସ୍ତ ଭାରତୀୟଙ୍କୁ ବିମାନବନ୍ଦରରୁ ନିଜ ନିଜ ରାଜ୍ୟକୁ ପଠାଇବା ପାଇଁ ବସର ବନ୍ଦୋବସ୍ତ କରାଯାଇଛି । ସେହିପରି ମାନିଲାରେ ଭାରତୀୟଙ୍କର ସ୍କ୍ରିନିଂ ଟେଷ୍ଟ କରିବା ପରେ ସମସ୍ତଙ୍କର ରିପୋର୍ଟ ନେଗେଟିଭ ଥିବା ଦୂତାବାସ ସୂଚନା ଦେଇଛି । ଭାରତୀୟଙ୍କ ଫେରିବା ପରେ ଚେନ୍ନାଇ ବିମାନ ବନ୍ଦରରେ ମଧ୍ୟ ସେମାନଙ୍କର ଆଉ ଥରେ ଟେଷ୍ଟ ହେବ ବୋଲି ଜଣାପଡିଛି । ଏଥିପାଇଁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏୟାରପୋର୍ଟରେ ସମସ୍ତ ବ୍ୟବସ୍ଥା କରାଯିବ ସହ ଅଞ୍ଚଳରେ କର୍ଫ୍ୟୁ ଲଗାଯାଇଛି ।

ବନ୍ଦେ ଭାରତ ମିଶନ ଅଧୀନରେ ଏବେ ଯାଏଁ ପ୍ରାୟ 1 ଲକ୍ଷ 65 ହଜାର 375 ଲୋକଙ୍କୁ ବିଦେଶରୁ ଫେରାଇ ଅଣାଯାଇଛି । ଏମାନଙ୍କ ମଧ୍ୟରେ 29 ହଜାର 34 ପ୍ରବାସୀ ଶ୍ରମିକ ରହିଛନ୍ତି । ମେ 7ରେ ଏହାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିବାବେଳେ ମେ 16ରେ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ସେହିପରି ଜୁନ୍ 11ରୁ ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି ଯାହା 30 ଯାଏଁ ଚାଲିବ ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.