ETV Bharat / international

ବିଜୟ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ଆଦେଶ ଆବେଦନ ଖାରଜ କଲା ବ୍ରିଟେନ ହାଇକୋର୍ଟ

author img

By

Published : Apr 20, 2020, 11:56 PM IST

2016ରେ ଟଙ୍କା ଠକେଇ ପରେ ଦେଶ ଛାଡି ଫେରାର ହୋଇଯାଇଥିଲେ । ବିଜୟଙ୍କ ନାମରେ 9ହଜାର କୋଟି ଟଙ୍କାର ଅର୍ଥ ହେରଫେର ମାମଲା ରହିଛି । ଅଧିକ ପଢନ୍ତୁ...

UK High Court  Dismissed  Vijay Mallya's  Appeal against Extradition to India
ଫାଇଲ ଫଟୋ

ଲଣ୍ଡନ: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ଆଦେଶ ଆବେଦନ ଖାରଜ । ଏହାକୁ ଖାରଜ କଲେ ବ୍ରିଟେନ ହାଇକୋର୍ଟ । ବିଜୟଙ୍କ ନାମରେ 9 ହଜାର କୋଟି ଟଙ୍କାର ଅର୍ଥ ହେରଫେର ମାମଲା ରହିଛି ।

ଲଣ୍ଡନର ରୟାଲ କୋର୍ଟ ଅଫ୍ ଜଷ୍ଟିସର ଜଷ୍ଟିସ ଷ୍ଟିଫେନ ଇରୱିନ ଏବଂ ଜଷ୍ଟିସ ଏଲିଜାବେଥ୍ ଲାଙ୍ଗଙ୍କ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଲର୍ଡ ଏହି ଶୁଣାଣି କରିଛନ୍ତି । କୋରୋନା ଭାଇରସ୍ କାରଣରୁ ଇମେଲ୍ ଦ୍ୱାରା ଦିଆଯାଇଥିବା ଏକ ରାୟରେ ଏହି ଆବେଦନ ଖାରଜ କରାଯାଇଛି । ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ମାମଲା ବର୍ତ୍ତମାନ ଗୃହ ସଚିବ ପ୍ରୀତି ପଟେଲଙ୍କ ନିକଟକୁ ଯିବ।

କିଙ୍ଗଫିସର ଏୟାରଲାଇନ୍ସ ମାଲିକ ଚଳିତ ବର୍ଷ ଫେବୃୟାରୀରେ ପ୍ରତ୍ୟାର୍ପଣ ନେଇ ଆବେଦନ କରିଥିଲେ । ସେ 2016ରେ ଟଙ୍କା ଠକେଇ ପରେ ଦେଶ ଛାଡି ଫେରାର ହୋଇଯାଇଥିଲେ । କେନ୍ଦ୍ର ସରକାର ଏବଂ ତଦନ୍ତ ସଂସ୍ଥା ତାଙ୍କୁ ଦେଶକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ କୌଣସି ଲାଭ ମିଳିନାହିଁ।

1992ରେ ଭାରତ ଏବଂ ବ୍ରିଟେନର ମଧ୍ୟରେ ବହିଷ୍କାର ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ନଭେମ୍ବର 1993 ପରଠାରୁ ଏହା କାର୍ଯ୍ୟକାରୀ ହୋଇଛି। ଏପର୍ଯ୍ୟନ୍ତ ଚୁକ୍ତିନାମା ଅନୁଯାୟୀ ବ୍ରିଟେନରୁ ଭାରତକୁ କେବଳ ଗୋଟିଏ ସଫଳ ପ୍ରତ୍ୟର୍ପଣ କରାଯାଇଛି। ଯାହା ସମୀରଭାଇ ବିନୁଭାଇ ପଟେଲଙ୍କୁ ଭାରତକୁ ପଠାଯାଇଥିଲା । 2002 ମସିହା ଗୋଦ୍ରା ଦଙ୍ଗାରେ ତାଙ୍କର ସମ୍ପୃକ୍ତି ଥିଲା ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.