ETV Bharat / international

ଖୋଲିଲା ଟୋକିଓ ଡିଜନିଲ୍ୟାଣ୍ଡ, ରହିଛି ଅନେକ ପ୍ରତିବନ୍ଧକ - ଆଜି ଖୋଲିଲା ଟୋକିଓ ଡିଜନିଲ୍ୟାଣ୍ଡ

କୋରୋନା କାରଣରୁ ସମଗ୍ର ବିଶ୍ବରେ ସମସ୍ତ ଭ୍ରମଣସ୍ଥଳୀ ବନ୍ଦ ଥିବାବେଳେ, ଅନେକ ଦିନ ପରେ ଏବେ ଧିରେ ଧିରେ ଏହା ଖୋଲିବାରେ ଲାଗୁଛି । ଅଧିକ ପଢନ୍ତୁ...

ଆଜି ଖୋଲିଲା ଟୋକିଓ ଡିଜନିଲ୍ୟାଣ୍ଡ, ରହିଛି ଅନେକ ପ୍ରତିବନ୍ଧକ

author img

By

Published : Jul 1, 2020, 7:10 PM IST

ଟୋକିଓ: ଆଜି ଖୋଲିଲା ଜାପାନର ରାଜଧାନୀ ଟୋକିଓରେ ଥିବା ଡିଜନିଲ୍ୟାଣ୍ଡ । କୋରୋନା ଭାଇରସର ନୂଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପରେ ଦୀର୍ଘ 4 ମାସ ପରେ ପ୍ରଥମ ଥର ପାଇଁ ଟୋକିଓର ଡିଜନିଲ୍ୟାଣ୍ଡ ଖୋଲାଯାଇଛି ।

ନୂତନ ନିୟମରେ 37.5 ଡିଗ୍ରୀରୁ ଅଧିକ ଜ୍ୱର ଥିବା କିମ୍ବା କୋରୋନା ଲକ୍ଷଣ ଥିବା ଭ୍ରମଣକାରୀଙ୍କୁ ଡିଜନିଲ୍ୟାଣ୍ଡ ଭିତରକୁ ପ୍ରବେଶ ନକରିବାକୁ ନିର୍ଦ୍ଦେଶ ରହିଛି । ପରିଦର୍ଶକମାନେ ପାର୍କରେ ଥିବାବେଳେ ଫେସ ମାସ୍କ ପିନ୍ଧିବା ସହିତ ନିୟମିତ ଭାବେ ହାତକୁ ସାନିଟାଇଜ କରିବା ବାଧ୍ୟତାମୂଳକ କରାଯାଇଛି ।

ଭିଡ଼ ସୃଷ୍ଟି ନହେବା ପାଇଁ ଡିଜନିଲ୍ୟାଣ୍ଡର ସିଗନେଚର ପ୍ୟାରେଡ ଏବଂ ଶୋ ଗୁଡିକୁ ସ୍ଥଗିତ ରଖାଯାଇଛି । ପାର୍କରେ ପ୍ରବେଶ କରିବା ପୂର୍ବରୁ ଅନଲାଇନ ଟିକେଟ କରିବା ବାଧ୍ୟତା ମୂଳକ କରାଯାଇଛି । ବୁଥରେ ଟିକେଟ ବିକ୍ରି କରିବା ଉପରେ ନିଷେଧ ଜାରି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.