ନୂଆଦିଲ୍ଲୀ: ବିଶ୍ବର ଛୋଟ ବଡ ସବୁ ଦେଶରେ କୋରୋନାର ଆତଙ୍କ । ସବୁଠାରୁ ଶକ୍ତୀଶାଳ ଆମେରିକାର ବି ଏଥରୁ ବଞ୍ଚିପାରି ନାହିଁ । ଏଠାରେ ଦିନକୁ ଦିନ ସ୍ଥିତି ବେହାଲ ହେବାରେ ଲାଗିଛି । ସେପଟେ କେତେକ ଗରିବ ଦେଶର ଅବସ୍ଥା ସାଙ୍ଘାତିକ ହୋଇଛି । ଏଭଳି ସ୍ଥିତିରେ ଏହି ଦେଶଗୁଡିକୁ ସହାୟତା କରିବ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମଏଫ) ।
ଆଇଏମଏଫ 25ଟି ଗରିବ ଦେଶର ରଣ ଛାଡ କରିଦେଇଛି । ମହାମାରୀ କୋରୋନାର ମୁକାବିଲା କରୁଥିବା ଏହି ଦେଶଗୁଡିକୁ ସାହାଯ୍ୟ କରିବା ବୋଲି କହିଛି ଆଇଏମଏଫ । ଆଇଏମଏଫର ପରିଚାଳକ ନିର୍ଦ୍ଦେଶକ କ୍ରିଷ୍ଚାଲିନା ଜରଜିଭିଆ ଏକ ମନ୍ତବ୍ୟ ଦେବାକୁ ଯାଇ କହିଛନ୍ତି, ସବୁଠାରୁ ଗରିବ କିମ୍ବା ଦୁର୍ବଳ ରାଷ୍ଟ୍ର ଆଗାମୀ 6 ମାସ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଋଣ ଛାଡ କରିବ ।
ଯେଉଁ ଦେଶମାନଙ୍କରେ ରଣ ଛାଡ କରାଯାଇଛି ସେଥି ମଧ୍ୟରୁ ଆଫ୍ରିକାର ଅଧିକାଂଶ ଦେଶ ରହିଛି । ଆଫଗାନିସ୍ତାନ, ୟେମନ,ନେପାଳ, ହୋତି ମଧ୍ୟ ରହିଛି । ବିଶ୍ବ ବ୍ୟାଙ୍କ ସହ ଆଇଏମଏଫ କିଛି ଧନୀ ରାଷ୍ଟ୍ରଙ୍କୁ ଅନୁରୋଧ କ୍ରମେ ଏହି ଗରିବ ଦେଶଙ୍କ ଠାରୁ ମେ 1ରୁ 2021 ଜୁନ ପର୍ଯ୍ୟନ୍ତ ରଣ ଛାଡ କରିବାକୁ କହିଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ 2015 ମଧ୍ୟ ଇବୋଲ ରୋଗ ପାଇଁ ପଶ୍ଚିମ ଆଫ୍ରିକାକୁ ସହାୟତା କରାଯାଇଥିଲା ।
ସେପଟେ, ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ପାକିସ୍ତାନ ମଧ୍ୟ ସହଯୋଗ କରିଛି । ଆଇଏମଏଫରୁ 1.4 ଆରବ ଆମେରିକା ଡଲାର ଦେବାକୁ ନିଷ୍ପତ୍ତି ନେଇଛି ।