ETV Bharat / international

ମାଲବାହୀ ଜାହାଜରୁ ନିର୍ଗତ ବିଷାକ୍ତ ଗ୍ୟାସ ପ୍ରଭାବରେ 10 ମୃତ, 19 ଅସୁସ୍ଥ - gas

ଚୀନରେ ମାଲବାହୀ ଜାହାଜରୁ କାର୍ବନ ଡାଇଅକ୍ସସାଇଡ ଗ୍ୟାସ ନିର୍ଗତ ହେବା ଯୋଗୁଁ 10 ଜଣଙ୍କର ମୃତ୍ୟୁ ହୋଇଛି ।

ପ୍ରତିକାତ୍ମକ ଫଟୋ
author img

By

Published : May 26, 2019, 10:29 PM IST

ବେଜିଂ: ଚୀନରେ ବୋଇହାଇ ସହରସ୍ଥିତ ଲୋଙ୍ଗୟାନ ବନ୍ଦରଗାହର ଏକ ଜାହାଜରେ ଅଗ୍ନିରୋଧକ ପ୍ରଣାଳୀରୁ କାର୍ବନ ଡାଇଅକ୍ସସାଇଡ ଗ୍ୟାସ ନିର୍ଗତ ହେବାଫଳରେ ପାଖାପାଖି 10 ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ 19 ଜଣ ଅସୁସ୍ଥ ହୋଇଥିବା ଜଣାପଡିଛି । ସମସ୍ତ ଅସୁସ୍ଥଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଫୁଜିୟାନ ଶିପିଙ୍ଗ କମ୍ପାନୀର ପୋତରେ ମରାମତି କରିବା ସମୟରେ ଏହି ଗ୍ୟାସ ନିର୍ଗତ ହୋଇଥିଲା । ତେବେ କାର୍ବନ ଡାଇଅକ୍ସସାଇଡ ଗ୍ୟାସ ସଂସ୍ପର୍ଶରେ ଆସିବା ଦ୍ବାରା ସମସ୍ତ ଅସୁସ୍ଥଙ୍କ ଆଖି ଓ ଶରୀର ଜଳାପୋଡା ହୋଇଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ପୂର୍ବ ଅପେକ୍ଷା ଏବେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.