ETV Bharat / international

ଜାତିସଂଘ ମହାସଚିବଙ୍କୁ ଭେଟିଲେ ତାଲିବାନୀ ନେତା ମୁଲ୍ଲା ବରାଦର - ଜାତିସଂଘ ମହାସଚିବ

ରବିବାର ରାତିରେ ଜାତିସଂଘ ମହାସଚିବଙ୍କ ସହ ତାଲିବାନୀ ନେତା ମୁଲ୍ଲା ବରାଦରଙ୍କ ହୋଇଛି ବୈଠକ । କାବୁଲ ବୈଦେଶିକ ମନ୍ତ୍ରଣାଳୟରେ ଏହି ସାକ୍ଷାତକାର ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଜାତିସଂଘ ମହାସଚିବଙ୍କୁ ଭେଟିଲେ ତାଲିବାନୀ ନେତା ମୁଲ୍ଲା ବରାଦର

author img

By

Published : Sep 6, 2021, 6:14 AM IST

କାବୁଲ: ଆଫଗାନିସ୍ତାନରେ ସରକାର ଗଠନକୁ ନେଇ କଳ୍ପନାଜଳ୍ପନାକୁ ମଧ୍ୟରେ ଜାତିସଂଘର ମାନବୀୟ ମାମଲାରେ ଅଣ୍ଡର ସେକ୍ରେଟାରୀ ଜେନେରାଲ ମାର୍ଟିନ ଗ୍ରୀଫିସ୍ତ(Martin Griffiths)ଙ୍କୁ ଭେଟିଛି ତାଲିବାନ । ରବିବାର ରାତିରେ ଜାତିସଂଘ ମହାସଚିବଙ୍କ ସହ ତାଲିବାନୀ ନେତା ମୁଲ୍ଲା ବରାଦରଙ୍କ ହୋଇଛି ବୈଠକ । କାବୁଲ ବୈଦେଶିକ ମନ୍ତ୍ରଣାଳୟରେ ଏହି ସାକ୍ଷାତକାର ହୋଇଥିବା ଜଣାପଡିଛି ।

ଆଫଗାନିସ୍ତାନର ଟୋଲୋ ନ୍ୟୁଜ ଅନୁଯାୟୀ, ଏହି ବୈଠକ ନେଇ ସୂଚନା ଦେଇଛନ୍ତି ତାଲିବାନ ମୁଖପାତ୍ର ମହମ୍ମଦ ନଇ । ବୈଠକ ପରେ ମାର୍ଟିନ ଗ୍ରିଫିସ୍ତ କହିଛନ୍ତି ଯେ ଆଫଗାନିସ୍ତାନ ସହ ଜାତିସଂଘ ଏହାର ସମର୍ଥନ ଏବଂ ସହଯୋଗ ଜାରି ରଖିବ।

ସେପଟେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ(ISI) ମୁଖ୍ୟ ଫୈଜ ହମିଦ ବର୍ତ୍ତମାନ କାବୁଲ ଗସ୍ତରେ ଥିବା କୁହାଯାଉଛି । ସେ ଏଠାରେ ରହି ଦୁଇ ଗୋଷ୍ଠୀ ମଧ୍ୟରେ ସମନ୍ବୟ ରକ୍ଷା ସହିତ ହକ୍କାନୀ ନେଟୱାର୍କ ସପକ୍ଷରେ ସରକାର ଗଠନ କରିବାକୁ ଚାହୁଁଛନ୍ତି । ଏହାପୂର୍ବରୁ ପାକିସ୍ତାନ ହକ୍କାନୀ ନେଟୱାର୍କ ସାହାଯ୍ୟରେ କାବୁଲରେ ଥିବା ଭାରତୀୟ ଦୂତାବାସ ଉପରେ ଅତି କମରେ ଦୁଇଥର ଆତଙ୍କବାଦୀ ଆକ୍ରମଣ କରିଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.