ETV Bharat / international

ପୁଣି ଥରେ ହୋଇପାରେ ୯/୧୧, ସତର୍କ କରାଇଲା ବ୍ରିଟେନ ଗୁଇନ୍ଦା - ବ୍ରିଟେନ ଗୁଇନ୍ଦା ବିଭାଗ ଚେତାବନୀ

ପୁଣି ଥରେ ହୋଇପାରେ ୯/୧୧ ପରି ଆତଙ୍କୀ ଆକ୍ରମଣ । ସତର୍କ କରାଇଲେ ବ୍ରିଟେନର ଗୁଇନ୍ଦା ଏଜେନ୍ସି ଏମଆଇ-୫ ମୁଖ୍ୟ କେନ ମ୍ୟାକ୍କୁଲମ । ଅଧିକ ପଢନ୍ତୁ...

ପୁଣି ଥରେ ହୋଇପାରେ ୯/୧୧ ପରି ଆକ୍ରମଣ, ସତର୍କ କରାଇଲା ବ୍ରିଟେନ ଗୁଇନ୍ଦା ବିଭାଗ

author img

By

Published : Sep 11, 2021, 9:09 AM IST

ଲଣ୍ଡନ: ପୁଣି ଥରେ ହୋଇପାରେ ୯/୧୧ ପରି ଆତଙ୍କୀ ଆକ୍ରମଣ । ଏପରି ପୂର୍ବାନୁମାନ କରି ସତର୍କ କରାଇଛି ବ୍ରିଟେନର ଗୁଇନ୍ଦା ଏଜେନ୍ସି ଏମଆଇ-୫ । ଏହି ଏଜେନ୍ସିର ମୁଖ୍ୟ କେନ ମ୍ୟାକ୍କଲମ କହିଛନ୍ତି ଯେ, ଆଫଗାନିସ୍ତାନରେ ତାଲିବାନର କବଜା ପରେ ଆତଙ୍କବାଦୀଙ୍କ ମନୋବଳ ଦୃଢ ହୋଇଯାଇଛି । ତେଣୁ ଆଉ ଏକ ୯/୧୧ ହମଲାର ଆଶଙ୍କା କରାଯାଉଛି ।

ସେ କହିଛନ୍ତି ଆଫଗାନିସ୍ତାନରେ ନାଟୋ ସୈନିକ ପ୍ରତ୍ୟାହାର ପରେ ତାଲିବାନ ଆଫଗାନିସ୍ତାନ ଦଖଲ କରିଛି । ବର୍ତ୍ତମାନ ଆଫଗାନିସ୍ତାନରେ ତାଲିବାନ ଶାସନ ଦେଖି ବିଭିନ୍ନ ଆତଙ୍କୀ ସଂଗଠନ ସୁଦୃଢ ହୋଇଛନ୍ତି । ଏଥିପାଇଁ ଆମକୁ ସତର୍କ ରହିବାକୁ ପଡିବ । ସେ ଏହା ମଧ୍ୟ ଖୁଲାସା କରିଛନ୍ତି, ବ୍ରିଟେନ୍‌ର ପୋଲିସ ଓ ଗୁଇନ୍ଦା ଏଜେନ୍ସି ଗତ ୪ ବର୍ଷରେ ୩୧ ଆତଙ୍କବାଦୀ ହମଲାକୁ ବିଫଳ କରିଛି। ତାଙ୍କ କହିବା କଥା ତାଲିବାନ ସରକାର ଗଠନ ପରେ ପୁଣି ଥରେ ଆତଙ୍କବାଦୀ ସଂଗଠନ ମଜବୁତ ହେବେ । ଦୁନିଆରେ ଆତଙ୍କୀ ଗତିବିଧି ପୁଣି ଥରେ ବଢିପାରେ । ଫଳରେ ଆମକୁ ଆତଙ୍କବାଦୀଙ୍କ ଭୟଙ୍କର ଷଡଯନ୍ତ୍ରର ସମ୍ମୁଖୀନ ହେବାକୁ ପଡିପାରେ । ଏପରିକି ଆମକୁ ୯/୧୧ ପରି ହମଲା ମଧ୍ୟ ଦେଖିବାକୁ ମିଳିପାରେ ।

ମ୍ୟାକ୍କୁଲମ କହିଛନ୍ତି ଯେ, ରାତାରାତି ଏଠାରେ ଅର୍ଥାତ୍ ବ୍ରିଟେନ ସମେତ ଅନ୍ୟ ଦେଶରେ ଚରମପନ୍ଥୀଙ୍କ ମନୋବଳ ବଢିବାରେ ଲାଗିଛି । ଏଥିପାଇଁ ଆମକୁ ସତର୍କ ରହିବାର ଆବଶ୍ୟକତା ପଡିଛି । ଯେମିତିକି ଆମେ ଗତ ୫ ରୁ ୧୦ ବର୍ଷ ହେବ ଆତଙ୍କୀ ଷଡଯନ୍ତ୍ରର ସମ୍ମୁଖୀନ ହେଉଛୁ । ଏଥିସହ ଅଲକାଏଦା ପରି ସମ୍ଭାବିତ ଆକ୍ରମଣର ମଧ୍ୟ ବିପଦ ରହିଛି ଯାହା କିଛି ବର୍ଷରେ ଦେଖିଛୁ ବୋଲି ମ୍ୟାକ୍କଲମ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.