ETV Bharat / international

କାବୁଲ କବ୍‌ଜା କଲା ତାଲିବାନ, ମୁକ୍ତ ହେବେ ଆତଙ୍କୀ

ଆଫଗାନିସ୍ତାନର ତମାମ ବଡବଡ ସହର କବଜା କରିବା ପରେ ଏବେ ରାଜଧାନୀ କାବୁଲ ଦଖଲ କରିଛନ୍ତି ତାଲିବାନ ଆତଙ୍କୀ । ଅଧିକ ପଢନ୍ତୁ...

କାବୁଲ କବ୍‌ଜା କଲା ତାଲିବାନ
କାବୁଲ କବ୍‌ଜା କଲା ତାଲିବାନ
author img

By

Published : Aug 15, 2021, 3:31 PM IST

Updated : Aug 15, 2021, 3:38 PM IST

କାବୁଲ: ହିଂସା, ବର୍ବରତା ଓ ଭୟର ବାତାବରଣ ମଧ୍ୟରେ ଗଡିଛି ଆଫଗାନିସ୍ତାନର ଶେଷ ଗଡ । ବନ୍ଧୁକ ମୁନରେ କ୍ଷମତା ଅକ୍ତିଆର କରିଛି ତାଲିବାନ । ଆଫଗାନିସ୍ତାନର ତମାମ ବଡବଡ ସହର କବଜା କରିବା ପରେ ଏବେ ରାଜଧାନୀ କାବୁଲ ଦଖଲ କରିଛନ୍ତି ତାଲିବାନ ଆତଙ୍କୀ ।

କାବୁଲ ସୀମା ଭିତରକୁ ତାଲିବାନ ଆତଙ୍କବାଦୀଙ୍କ ପ୍ରବେଶ ନେଇ ସ୍ପଷ୍ଟ କରିଛନ୍ତି ଆଫଗାନିସ୍ତାନ ଅଧିକାରୀ । ଏହାପୂର୍ବରୁ ସମସ୍ତ ସୀମା ପ୍ରବେଶ ସ୍ଥାନକୁ ନିଜ କବଜାକୁ ନେଇସାରିଛି ତାଲିବାନ । ସରକାରୀ କ୍ଷମତା ଶାନ୍ତିପୂର୍ଣ୍ଣ ହସ୍ତାନ୍ତରକୁ ଅପେକ୍ଷା କରିଛି ତାଲିବାନ । ଆଫଗାନ ସରକାରଙ୍କ ବିଧିବଦ୍ଧ ଘୋଷଣାକୁ ତାଲିବାନ ଅପେକ୍ଷା କରିଛି । ତାଲିବାନ ନିକଟରେ ଆଫଗାନ କ୍ଷେତ୍ରୀୟ ସେନାର ଆତ୍ମସମର୍ପଣ । ମୁକ୍ତ ହେବେ ଜେଲରେ ଥିବା ସମସ୍ତ ତାଲିବାନ ଆତଙ୍କୀ ।

ତାଲିବାନ ଆତଙ୍କୀ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ସବୁ ଦିଗରୁ ଘେରିରହିଛନ୍ତି। କାବୁଲ ବାହାରେ ବହୁ ସଂଖ୍ୟକ ତାଲିବାନ ଆତଙ୍କୀ ଉପସ୍ଥିତ ଅଛନ୍ତି । କାବୁଲରେ ଗୁଳିଗୋଳାର ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳୁଛି। ଏଠାରେ ସେନା ହେଲିକପ୍ଟର କାବୁଲ ଆକାଶରେ ଘୁରିବୁଲୁଛି । କାବୁଲକୁ ସଂଯୋଗ କରୁଥିବା ପ୍ରାୟ ସମସ୍ତ ରାସ୍ତା ତାଲିବାନ ନିଜ କବଜାକୁ ନେଇସାରିଛି ।

ଏପଟେ ଆଫଗାନିସ୍ତାନର ଗୃହମନ୍ତ୍ରୀ କହିଛନ୍ତି ଯେ କାବୁଲ ଉପରେ ଆକ୍ରମଣ କରାଯାଇ ନାହିଁ। ଶାନ୍ତିପୂର୍ଣ୍ଣ ଉପାୟରେ କ୍ଷମତା ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି। ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘାନି କହିଛନ୍ତି ଯେ କାବୁଲର ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ଭୟ କରିବାର କୌଣସି ଆବଶ୍ୟକତା ନାହିଁ। ଏଠାରେ ସରକାରୀ କର୍ମଚାରୀମାନଙ୍କୁ କାର୍ଯ୍ୟାଳୟରୁ ଘରକୁ ପଠାଯାଉଛି ।

କାବୁଲରେ ପ୍ରବେଶ ପରେ ବୟାନ ଜାରି କରିଛି ତାଲିବାନ । ଆତଙ୍କୀ ସଂଗଠନ ପକ୍ଷରୁ କୁହାଯାଇଛି ଯେ ସୀମାରେ ଅପେକ୍ଷା କରାଯିବ । ଜନସାଧାରଣ ଓ ସେନା ବିରୁଦ୍ଧରେ କୌଣସି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ସେନାକୁ କ୍ଷମା କରାଯିବା ସହ ଶାନ୍ତିପୂର୍ଣ୍ଣ ଉପାୟରେ କସରକାରଙ୍କ ଦ୍ବାରା କ୍ଷମତା ହସ୍ତାନ୍ତରକୁ ଅପେକ୍ଷା କରିବ ତାଲିବାନ । ସେପଟେ କାହାରିକୁ ଦେଶ ଛାଡି ନଯିବାକୁ ତାଲିବାନ ଦେଇଛି ଧମକ ।

ଏହାପୂର୍ବରୁ ଶନିବାର ଜଲାଲାବାଦ ଦଖଲ କରିଥିଲା ତାଲିବାନ । ଏହାପରେ କାବୁଲ ହିଁ ଏକମାତ୍ର ବଡ ଓ ସୁରକ୍ଷିତ ସହର ଥିଲା । ଜଲାଲାବାଦ ଉପରେ କବଜା କରି ରାଜଧାନୀ କାବୁଲକୁ ଦେଶର ପୂର୍ବ ଭାଗରୁ କାଟିଦେଇଥିଲେ ଆତଙ୍କୀ । ଜଲାଲାବାଦ ଗଭର୍ଣ୍ଣର ବିନା କୌଣସି ସଂଘର୍ଷରେ ତାଲିବାନ ଆଗରେ ଆତ୍ମସମର୍ପଣ କରିଦେଇଥିଲେ ।

Last Updated : Aug 15, 2021, 3:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.