ETV Bharat / international

ଆଫଗାନିସ୍ତାନ ସରକାରଙ୍କ ପାଇଁ ବିଳମ୍ବ ହେଉଛି ଶାନ୍ତିବାର୍ତ୍ତା: ତାଲିବାନ - ଆଫଗାନିସ୍ତାନ ସରକାର

ଆଫଗାନିସ୍ତାନରେ ଶାନ୍ତି ସ୍ଥାପନ ପାଇଁ ସରକାର ଏବଂ ତାଲିବାନ ମଧ୍ୟରେ ଶାନ୍ତିବାର୍ତ୍ତା ବିଳମ୍ବ ହେଉଛି । ଏଥିପାଇଁ ଆଫଗାନିସ୍ତାନ ସରକାରଙ୍କୁ ଦାୟୀ କରିଛି ତାଲିବାନ ।

ତାଲିବାନ
ତାଲିବାନ
author img

By

Published : Jul 20, 2020, 6:58 PM IST

କାବୁଲ: ଆଫଗାନିସ୍ତାନରେ ଶାନ୍ତି ସ୍ଥାପନ ପାଇଁ ସରକାର ଏବଂ ତାଲିବାନ ମଧ୍ୟରେ ଶାନ୍ତିବାର୍ତ୍ତା ଲାଗି ଉଦ୍ୟମ ଜାରି ରହିଛି । ଏହାଦ୍ବାରା ଗତ ଦୁଇ ଦଶନ୍ଧି ଧରି ଆଫଗାନିସ୍ତାନରେ ଚାଲିଥିବା ଗୃହଯୁଦ୍ଧର ଅବସାନ ଘଟିବ ବୋଲି ଆଶା କରାଯାଉଛି । ତେବେ ଏହି ଶାନ୍ତିବାର୍ତ୍ତା ପାଇଁ ଉଭୟ ପକ୍ଷ ମଧ୍ୟର ଆଲୋଚନାରେ ବିଳମ୍ବ ହେଉଛି । ଆଉ ଏଥିପାଇଁ ଆଫଗାନିସ୍ତାନ ସରକାରଙ୍କୁ ଦାୟୀ କରିଛି ତାଲିବାନ ।

ଦୋହାରେ ଥିବା ତାଲିବାନ ରାଜନୈତିକ କାର୍ଯ୍ୟାଳୟର ଜଣେ ପ୍ରମୁଖ ସଦସ୍ୟ ଏନେଇ କହିଛନ୍ତି, ଫେବୃଆରୀ 29ରେ ଆମେରିକା ଏବଂ ତାଲିବାନ ମଧ୍ୟରେ ହୋଇଥିବା ଶନ୍ତିଚୁକ୍ତିର 10 ଦିନ ପରେ ଏହି ଆଲୋଚନା ଆରମ୍ଭ ହେବାର ଆଶା କରାଯାଉଥିଲା । କିନ୍ତୁ ଏହା ଆଫଗାନିସ୍ତାନ ସରକାରଙ୍କ ଦ୍ବାରା ତାଲିବାନ ଆତଙ୍କବାଦୀଙ୍କୁ ମୁକ୍ତ କରିବା ଉପରେ ନିର୍ଭରଶୀଳ ଥିଲା । ଖୁବ ଶୀଘ୍ର କଏଦୀଙ୍କ ମୁକ୍ତି ଚୂଡାନ୍ତ ହେବା ଉଚିତ ଏବଂ କାବୁଲର ଏକ ପ୍ରତିନିଧୀ ଦଳଙ୍କ ସହ ଆଲୋଚନା କରାଯିବା ଉଚିତ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଗତ ଚାରି ମାସ ମଧ୍ୟରେ ହୋଇଥିବା ସମସ୍ତ ସଂଘର୍ଷ ଘଟଣାର ଦାୟିତ୍ୱ ଆଫଗାନିସ୍ତାନ ସରକାରଙ୍କ ଉପରେ ଅଛି । କାରଣ ସରକାର ମାର୍ଚ୍ଚ 15 ସୁଦ୍ଧା ଆମର 5,000 ତାଲିବାନ କଏଦିଙ୍କୁ ମୁକ୍ତ କରିବାର ଥିଲା । ଆମେ ମଧ୍ୟ 10 ଦିନ ମଧ୍ୟରେ ସରକାରଙ୍କ 1000 ବନ୍ଦୀଙ୍କୁ ମୁକ୍ତ କରିଥାନ୍ତୁ ବୋଲି ସେ କହିଛନ୍ତି ।

କାର୍ଯ୍ୟାଳୟର ଅନ୍ୟ ଜଣେ ସଦସ୍ୟ ଏନେଇ କହିଛନ୍ତି, ତାଲିବାନ ଆଫଗାନିସ୍ତାନ ସେନା ସହ ଅସ୍ତ୍ରବିରତି ଘୋଷଣା କରି ନାହିଁ। ଏଥିଯୋଗୁଁ ଚେକପଏଣ୍ଟ ଏବଂ ଜିଲ୍ଲା ତଥା ସାଧାରଣ ମାର୍ଗରେ ଆକ୍ରମଣ ଜାରି ରହିବ ବୋଲି ସେ କହିଛନ୍ତି। ସେପଟେ ରାଷ୍ଟ୍ରପତି ଭବନ ତାଲିବାନକୁ ସମାଲୋଚନା କରି କହିଛି, ଶାନ୍ତି ପ୍ରୟାସ ପାଇଁ ତାଲିବାନ ନିଜ ପ୍ରତିଶ୍ରୁତି ପାଳନ କରିନାହିଁ । ସେମାନେ ଆମର ବନ୍ଦୀମାନଙ୍କୁ ମୁକ୍ତ କରି ନାହାଁନ୍ତି। ତାଲିବାନ ଅଧିକ ହିଂସକ ହେଉଛି । ସାଧାରଣ ନାଗରିକ, ସରକାରୀ କର୍ମଚାରୀ, ଧାର୍ମିକ ବିଦ୍ୱାନ ଏବଂ ଡାକ୍ତରଖାନା ଉପରେ ଆତଙ୍କ, ହତ୍ୟା ଏବଂ ଆକ୍ରମଣ ଜାରି ରହିଛି ବୋଲି କୁହାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.