ETV Bharat / international

ଆଫଗାନିସ୍ତାନ ତାଜ ହାତେଇବାକୁ ସଂଘର୍ଷ, ଗୁଳିମାଡରେ ବରାଦର ଆହତ - ଆଫଗାନିସ୍ତାନ ସଂଘର୍ଷ

କ୍ଷମତାର ସଂଘର୍ଷ ମଧ୍ୟରେ ସରକାର ଗଠନକୁ ନେଇ ଫସିଛି ପେଞ୍ଚ । ଆଫଗାନିସ୍ତାନ ତାଜ ହାତେଇବାକୁ ତାଲିବାର ହକ୍କାନୀ ନେଟୱାର୍କ ସହ ମୁହାଁମୁହିଁ । ଅଧିକ ପଢନ୍ତୁ...

ଆଫଗାନିସ୍ତାନ ତାଜ ହାତେଇବାକୁ ସଂଘର୍ଷ, ଗୁଳିମାଡରେ ବରାଦର ଆହତ

author img

By

Published : Sep 5, 2021, 5:01 PM IST

କାବୁଲ: ଆଫଗାନିସ୍ତାନରେ ତାଲିବାନର କବଜାକୁ ୨ ସପ୍ତାହରୁ ଅଧିକ ସମୟ ବିତିସାରିଲାଣି । ହେଲେ କ୍ଷମତାର ସଂଘର୍ଷ ମଧ୍ୟରେ ସରକାର ଗଠନକୁ ନେଇ ଫସିଛି ପେଞ୍ଚ । ଆଫଗାନିସ୍ତାନ ତାଜ ହାତେଇବାକୁ ତାଲିବାର ହକ୍କାନୀ ନେଟୱାର୍କ ସହ ମୁହାଁମୁହିଁ ହୋଇଛି । ଏହି ସଂଘର୍ଷ ସମୟରେ ଗୁଳି ଚାଲିବା କାରଣରୁ ତାଲିବାନ ଟପ ନେତା ଅବଦୁଲ ଘନି ବରାଦର ଆହତ ହୋଇଥିବା ଜଣାପଡିଛି ।

ପଞ୍ଜଶୀର ଅବଜରଭର ଏବଂ NFR ରିପୋର୍ଟ ଅନୁଯାୟୀ, ଏହି ସଂଘର୍ଷରେ ଗୁଳି ବିନିମୟ ହୋଇଥିଲା । ଏହି କାରଣରୁ ତାଲିବାନ ସରକାର ଗଠନ ଘୋଷଣାକୁ ସ୍ଥଗିତ ରଖିଛି । ହକ୍କାନି ନେଟୱାର୍କ ଚାହୁଁଛି ଯେ ସରକାର ମଧ୍ୟଯୁଗୀୟ ସମୟ ପରି ହେଉ ଏବଂ ଏଥିରେ କିଛି ବି ଆଧୁନିକତା ନରହୁ। ପ୍ରଥମେ କାବୁଲ ଦଖଲ କରିଥିବା ଦାବି କରୁଛି ହକ୍କାନି ନେଟୱାର୍କ ।

ସେପଟେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ(ISI) ମୁଖ୍ୟ ଫୈଜ ହମିଦ ବର୍ତ୍ତମାନ କାବୁଲ ଗସ୍ତରେ ଥିବା କୁହାଯାଉଛି । ସେ ଏଠାରେ ରହି ଦୁଇ ଗୋଷ୍ଠୀ ମଧ୍ୟରେ ସମନ୍ବୟ ରକ୍ଷା ସହିତ ହକ୍କାନୀ ନେଟୱାର୍କ ସପକ୍ଷରେ ସରକାର ଗଠନ କରିବାକୁ ଚାହୁଁଛନ୍ତି । ଏହାପୂର୍ବରୁ ପାକିସ୍ତାନ ହକ୍କାନୀ ନେଟୱାର୍କ ସାହାଯ୍ୟରେ କାବୁଲରେ ଥିବା ଭାରତୀୟ ଦୂତାବାସ ଉପରେ ଅତି କମରେ ଦୁଇଥର ଆତଙ୍କବାଦୀ ଆକ୍ରମଣ କରିଥିଲା।

ଗୋଟିଏ ପକ୍ଷେ ତାଲିବାନ କାବୁଲ ଦଖଲ କରିଥିବା ଦାବି କରୁଥିବାବେଳେ ଅନ୍ୟପକ୍ଷେ ହକ୍କାନୀ ନେଟୱାର୍କ ଏହାକୁ ଖଣ୍ଡନ କରିଛି । ସେପଟେ ପାକିସ୍ତାନ ତାଲିବାନ ଅପେକ୍ଷା ହକ୍କାନୀ ନେଟୱାର୍କର ନିକଟତର ଏବଂ ଏହାର ସପକ୍ଷରେ ସରକାର ଗଠନ କରିବାକୁ ଚାହୁଁଛି । ଏହାଫଳରେ ଭାରତ ବିରୁଦ୍ଧରେ ଆତଙ୍କୀ କାର୍ଯ୍ୟକଳାପକୁ ଆହୁରି ଗତିଦେବା ପାକିସ୍ତାନ ପକ୍ଷେ ସହଜ ହେବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.