ETV Bharat / international

ଆମେରିକା, ଇଟାଲୀକୁ ମାସ୍କ ଦେଉଛି ତାଇୱାନ: ବିରକ୍ତି ପ୍ରକାଶ କରୁଛି ଚୀନ

ମହାମାରୀ ମଧ୍ୟରେ ଅନ୍ୟ ଦେଶକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି ତାଇୱାନ। ଆମେରିକା, ଇଟାଲୀ ଭଳି ଦେଶ ତାଇୱାନରୁ 'ମେଡ୍ ଇନ୍ ତାଇୱାନ୍' ଲେଖାଯାଇଥିବା ମାସ୍କ ଗ୍ରହଣ କରୁଛନ୍ତି ବୋଲି ଜଣାପଡିଛି । ଯାହା ଚୀନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

author img

By

Published : Apr 26, 2020, 11:56 AM IST

ଆମେରିକା, ଇଟାଲୀକୁ ମାସ୍କ ଦେଉଛି ତାଇୱାନ: ବିରକ୍ତି ପ୍ରକାଶ କରୁଛି ଚୀନ
ଆମେରିକା, ଇଟାଲୀକୁ ମାସ୍କ ଦେଉଛି ତାଇୱାନ: ବିରକ୍ତି ପ୍ରକାଶ କରୁଛି ଚୀନ

ତାଇପେଇ: ବିଶ୍ବରେ ପ୍ରାୟ ସମସ୍ତ ଦେଶରେ ଜାରି ରହିଛି ଲକଡାଉନ । ଏତିକିବେଳେ 2 କୋଟି 40 ଲକ୍ଷ ଜନସଂଖ୍ୟା ବିଶିଷ୍ଟ ତାଇୱାନରେ ବେସ ବଲ ଖେଳ ଜାରି ରହିଛି । ମହାମାରୀ ମଧ୍ୟରେ ଅନ୍ୟ ଦେଶକୁ ସାହାଯ୍ୟ କରିବାକୁ ଏହି ଛୋଟ ଦ୍ୱୀପ ମଧ୍ୟ ଆଗକୁ ଆସିଛି। ଆମେରିକା, ଇଟାଲୀ ଭଳି ଦେଶ ତାଇୱାନରୁ 'ମେଡ୍ ଇନ୍ ତାଇୱାନ୍' ଲେଖାଯାଇଥିବା ମାସ୍କ ଗ୍ରହଣ କରୁଛନ୍ତି ବୋଲି ଜଣାପଡିଛି । ଯାହା ଚୀନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

10 ମିଲିୟନରୁ ଅଧିକ ମାସ୍କ ଦାନ କରିଥିବାରୁ ତାଇୱାନକୁ ଆମେରିକା ଏବଂ ୟୁରୋପର ଅଧିକାରୀମାନେ ପ୍ରଶଂସା କରିଛନ୍ତି । ବିଲ ଗେଟ୍ସ, ବାର୍ବାରା ଷ୍ଟ୍ରିଏସାଣ୍ଡ ଭଳି ବ୍ୟବସାୟୀ, ସେଲିବ୍ରେଟ ତଥା ରାଜନେତାମାନେ କୋରୋନା ବିରୋଧ ଲଢେଇରେ ତାଇୱାନର ପ୍ରଶଂସା କରୁଛନ୍ତି ।

ବିଶ୍ୱ ମହାମାରୀ ମଧ୍ୟରେ ତାଇୱାନର ବିଶ୍ୱନୀୟତା ବୃଦ୍ଧି ପାଉଛି । ଏନେଇ ଚୀନର ମୁଣ୍ଡବ୍ୟଥା ବଢିଯାଇଛି । ସେପଟେ ଚୀନ ତାଇୱାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଉଛି ।

ମହାମାରୀ ମଧ୍ୟରେ ମଧ୍ୟ ତାଇୱାନ ବିରୋଧରେ ଚୀନ୍ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି । ଏହା କ୍ରମାଗତ ଭାବରେ ତାଇୱାନର ଉପକୂଳବର୍ତ୍ତୀ ଅଞ୍ଚଳକୁ ଏହାର ଯୁଦ୍ଧ ଜାହାଜ ପଠାଉଛି । ଏହାପୂର୍ବରୁ କେତେକ ଚୀନ୍ ସମାଲୋଚକ ମଧ୍ୟ ଆର୍ଥିକ ଦଣ୍ଡର ଧମକ ଦେଇଛନ୍ତି । ଚୀନର ଅଧିକାରୀମାନେ ଅଭିଯୋଗ କରିଛନ୍ତି ଯେ ତାଇୱାନ ବିଶ୍ୱବ୍ୟାପୀ ସଂଗଠନ ଗୁଡ଼ିକରେ ଯୋଗଦାନ ପାଇଁ ରାଜନୈତିକ ଭାଗିଦାରୀ କରୁଛି । ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜିଆନ୍ ବେଜିଂରେ ଏକ ସମ୍ମିଳନୀରେ କହିଛନ୍ତି ଯେ ଏହି କାର୍ଯ୍ୟ କଦାପି ସଫଳ ହେବ ନାହିଁ ।

ତାଇୱାନରେ ବର୍ତ୍ତମାନ ପର୍ଯ୍ୟନ୍ତ 429 ଟି କୋରୋନା ଭାଇରସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ସେଥିମଧ୍ୟରୁ 275 ଟି ସୁସ୍ଥ ହୋଇଛନ୍ତି । ଯେତେବେଳେ 6 ଜଣଙ୍କର ଜୀବନ ଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.