ETV Bharat / international

ପାକିସ୍ତାନରେ ଫସିଥିବା ଆଫଗାନୀଙ୍କ ସାହାର ମସଜିଦ ଓ ଖାଲି ଦୋକାନ ଘର - କୋରୋନା ଭାଇରସ ନ୍ୟୁଜ୍‌

ଆଫଗାନିସ୍ତାନର ଶହ ଶହ ନାଗରିକ ନିଜ ଦେଶ ଛାଡି ପାକିସ୍ତାନରେ ଗଢିଛନ୍ତି ନିଜର ଘର । ହେଲେ ଲକଡାଉନ ପାଇଁ ଏବେ ନିଜ ଦେଶ ଓ ଘରକୁ ଫେରି ନପାରି ପାକିସ୍ତାନରେ ଫସିଯାଇଛନ୍ତି ଅନେକ ଆଫଗାନୀ ।

stranded afghans in pakistan, corona in pakistan, corona update, coronavirus news, stranded afghans, ପାକିସ୍ତାନରେ ଫସିଛନ୍ତି ଆଫଗାନୀ, ପାକିସ୍ତାନରେ କୋରୋନା, କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌, ବେସାହାରା ଆଫଗାନୀ ନାଗରିକ
ପାକିସ୍ତାନରେ ଫସିଥିବା ଆଫଗାନୀଙ୍କ ସାହାର ମସଜିଦ ଓ ଖାଲି ଦୋକାନ ଘର
author img

By

Published : May 4, 2020, 7:36 PM IST

ଇସଲାମାବାଦ: ଆଫଗାନିସ୍ତାନର ଶହ ଶହ ନାଗରିକ ନିଜ ଦେଶ ଛାଡି ପାକିସ୍ତାନରେ ଗଢିଛନ୍ତି ନିଜର ଘର । ହେଲେ ଲକଡାଉନ ପାଇଁ ଏବେ ନିଜ ଦେଶ ଓ ଘରକୁ ଫେରି ନପାରି ପାକିସ୍ତାନରେ ଫସିଯାଇଛନ୍ତି ଅନେକ ଆଫଗାନୀ । ଏମାନଙ୍କ କଥା ଚିନ୍ତା କରି ପାକିସ୍ତାନ ସରକାର 3915 ଆଫଗାନୀମାନଙ୍କୁ ଘରକୁ ପଠାଇବାର ବନ୍ଦୋବସ୍ତ କରିଥିଲେ । ଏନେଇ ଗତ ଏପ୍ରିଲ 28ରେ ତୋରଖାମ ସୀମା ଦେଇ ଏମାନଙ୍କୁ ଘରକୁ ଫେରିବା ପାଇଁ ଦେଇଥିଲେ ଅନୁମତି ।

ହେଲେ ଏହି ନିଷ୍ପତ୍ତି ନେଇ କୌଣସି ସରକାରୀ ଘୋଷଣା କରିନଥିଲେ ପାକିସ୍ତାନ ସରକାର । ସେପଟେ ଘରକୁ ଫେରିବାର ବନ୍ଦୋବସ୍ତ ହୋଇସାରିଛି ଶୁଣି ପାକିସ୍ତାନ ଛାଡିବା ପାଇଁ ପ୍ରସ୍ତୁତ ହୋଇଥିଲେ ଶହ ଶହ ଆଫଗାନୀ । ସଭିଏଁ ନିଜ ଜିନିଷପତ୍ର ନେଇ ତୋରଖାମ ସୀମାରେ ପହଞ୍ଚିଥିଲେ ସତ, ହେଲେ ସୀମା ଖୋଲିବା ନେଇ ସରକାରୀ ଘୋଷଣା ହୋଇନଥିବାରୁ ଆଫଗାନୀମାନଙ୍କୁ ସୀମାପାର କରିବାକୁ ଅନୁମତି ଦେଇନଥିଲେ ବିଭାଗୀୟ ଅଧିକାରୀ । ଘଟଣାରେ ମର୍ମାହତ ହୋଇ ବର୍ତ୍ତମାନ ଆଫଗାନୀମାନେ ନିକଟସ୍ଥ ରେଲୱେ ଟନେଲ, ମସଜିଦ ଓ ଆଖପାଖର ଖାଲି ଦୋକାନ ଘରେ ବାନ୍ଧିଛନ୍ତି ଅସ୍ଥାୟୀ ବସା ।

କିଛି ସ୍ଥାନୀୟ ଲୋକେ ମଧ୍ୟ ଏନେଇ ଆଫଗାନୀମାନଙ୍କୁ ସହାୟତାର ହାତ ବଢାଇଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଦୋକାନ ବଜାର ବନ୍ଦ ଥିବାରୁ ଲୋକେ ନିଜ ଖାଲି ଦୋକାନ ଘରେ ଏହି ବେସାହାରା ଆଫଗାନୀମାନଙ୍କୁ ଆଶ୍ରୟ ଦେବାକୁ ପ୍ରସ୍ତୁତ ହୋଇଛନ୍ତି । କିଛି ଆଫଗାନୀ ନିକଟସ୍ଥ ବନ୍ଧୁଙ୍କ ଘରେ ଆଶ୍ରୟ ନେଇଥିବା ବେଳେ ଆଉ କିଛି ଲାନ୍ଦୀ କୋଟାଲ ବାଜାରସ୍ଥିତ ଦୁଇଟି ମସଜିଦରେ ଆଶ୍ରୟ ନେଉଥିବା ଜଣା ପଡିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.