ETV Bharat / international

କୋଭିଡ 19 ପ୍ରଭାବ: ଶ୍ରୀଲଙ୍କାରେ ମାର୍ଚ୍ଚରେ 70 ପ୍ରତିଶତ ପର୍ଯ୍ୟଟକ ହ୍ରାସ - କୋଭିଡ 19

ରିପୋର୍ଟ ଅନୁସାରେ ଶ୍ରୀଲଙ୍କାକୁ ଭାରତରୁ ଅଧିକ ସଂଖ୍ୟକ ଟୁରିଷ୍ଟ ଆସିଥାନ୍ତି । ଏହା ପଛକୁ ଋଷ, ୟୁକେ, ଜର୍ମାନୀ ଓ ଫ୍ରାନ୍ସର ପର୍ଯ୍ୟଟକ ରହିଛନ୍ତି । ଅଧିକ ପଢନ୍ତୁ...

କୋଭିଡ 19 ପ୍ରଭାବ: ଶ୍ରୀଲଙ୍କାରେ ମାର୍ଚ୍ଚରେ 70 ପ୍ରତିଶତ ପର୍ଯ୍ୟଟକ ହ୍ରାସ

author img

By

Published : May 1, 2020, 7:08 AM IST

କଲୋମ୍ବୋ: ଶ୍ରୀଲଙ୍କାରେ କୋରୋନା ଭୂତାଣୁ ଯୋଗୁଁ ଅନେକ ସମସ୍ୟା ଦେଖାଦେଇଛି । ଆର୍ଥିକ ସ୍ଥିତି ଦୋହଲିଯିବା ସହି ଦେଶକୁ ପର୍ଯ୍ୟଟକଙ୍କ ଆଗମନରେ ହ୍ରାସ ପାଇଛି । ଏକ ରିପୋର୍ଟ ଅନୁସାରେ ମାର୍ଚ୍ଚ ମାସରେ ଶ୍ରୀଲଙ୍କାକୁ 70 ପ୍ରତିଶତ ପର୍ଯ୍ୟଟକ କମ ଆସିଛନ୍ତି ।

ଗତବର୍ଷ ତୁଳନାରେ ଏହା 70 ପ୍ରତିଶତ କମିଛି । କୋଭିଡ 19କୁ ଦୃଷ୍ଟିରେ ରଖି ସରକାର ମାର୍ଚ୍ଚ 18ରୁ ସମସ୍ତ ପ୍ରକାର ବିମାନ ସେବା ଓ ଜାହାଜ ଚଳାଚଳ ଉପରେ ନିଷେଧାଦେଶ ଜାରି କରିଛନ୍ତି । ଏପରି ସ୍ଥିତି ଯୋଗୁଁ ଦେଶରେ ପର୍ଯ୍ୟଟକଙ୍କ ଆଗମନ କମିଥିବା ଜଣାପଡିଛି । ଶ୍ରୀଲଙ୍କା ପର୍ଯ୍ୟଟନ ବିକାଶ ଅଧିକାରୀଙ୍କ ସୂଚନା ଅନୁସାରେ ମାର୍ଚ୍ଚ 18 ପର୍ଯ୍ୟନ୍ତ 71 ହଜାର 370 ବିଦେଶୀ ପର୍ଯ୍ୟଟକ ଏଠାକୁ ଆସିଥିଲେ । ଯେବେକି ଗତବର୍ଷ 2 ଲକ୍ଷ 44 ହଜାର 328 ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା ।

ରିପୋର୍ଟ ଅନୁସାରେ ଶ୍ରୀଲଙ୍କାକୁ ଭାରତରୁ ଅଧିକ ସଂଖ୍ୟକ ଟୁରିଷ୍ଟ ଆସିଥାନ୍ତି । ଏହା ପଛକୁ ଋଷ, ୟୁକେ, ଜର୍ମାନୀ ଓ ଫ୍ରାନ୍ସର ପର୍ଯ୍ୟଟକ ରହିଛନ୍ତି । ଏବର୍ଷ ମାର୍ଚ୍ଚରେ ୟୁରୋପରୁ ସର୍ବାଧିକ 60 ପ୍ରତିଶତ ଟୁରିଷ୍ଟ ଆସିଥିଲେ । ଏହାପରେ ଏସିଆ ମହାଦେଶରୁ 34 ପ୍ରତିଶତ, ଉତ୍ତର ଓ ଦକ୍ଷିଣ ଆମେରିକାରୁ 4.6 ପ୍ରତିଶତ, ମଧ୍ୟପ୍ରାଚ୍ୟରୁ 0.9 ଏବଂ ଆଫ୍ରିକାରୁ 0.5 ପ୍ରତିଶତ ପର୍ଯ୍ୟଟକ ଆସିଛନ୍ତି । ଦେଶ ଭିତରେ ଭାରତ ଓ ଋଷ ପ୍ରଥମ ଦୁଇଟି ସ୍ଥାନରେ ଅଛନ୍ତି । ତେବେ ସବୁ ଦେଶରୁ ପର୍ଯ୍ୟଟକଙ୍କ ସଂଖ୍ୟା ଏଥର କମିଥିବାବେଳେ ତାଜାକିସ୍ତାନରୁ ଅଧିକ ଲୋକେ ଆସିଥିବା ଜଣାପଡିଛି ।

ତେବେ କୋଭିଡ 19ର ପେଣ୍ଠସ୍ଥଳୀ ହୋଇ ସୁଦ୍ଧା ଚୀନରୁ ମଧ୍ୟ ଏଟାକୁ ପର୍ଯ୍ୟଟକଙ୍କ ସଂଖ୍ୟା ଏବର୍ଷ ବଢିଛି । ସୂଚନାଯୋଗ୍ୟ ଯେ ଶ୍ରୀଲଙ୍କାରେ କୋରୋନା ଯୋଗୁଁ 622 ଲୋକ ଆକ୍ରାନ୍ତ ହୋଇଥିବାବେଳେ 7 ଜଣଙ୍କର ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.