ETV Bharat / international

ଶ୍ରୀଲଙ୍କା ବିସ୍ଫୋରଣ: ଗୁଇନ୍ଦା ବିଫଳତା ମାନିଲେ ସରକାର - major intelligence lapse

ଶ୍ରୀଲଙ୍କା ସଂସଦରେ ଚର୍ଚ୍ଚା ବେଳେ ସରକାର ସ୍ବୀକାର କରିଛନ୍ତି, ମାସକ ପୂର୍ବରୁ ଭାରତୀୟ ଗୁଇନ୍ଦା ଏଜେନ୍ସିର ଚେତାବନୀକୁ ସଠିକ ଭାବେ ଗୁରୁତ୍ବ ଦିଆଯାଇ ନାହିଁ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Apr 25, 2019, 8:47 PM IST

କଲମ୍ବୋ: ପବିତ୍ର ଇଷ୍ଟର ରବିବାରରେ ଶ୍ରୀଲଙ୍କାରେ ଘଟିଥିଲା ସିରିଏଲ ବୋମା ବିସ୍ଫୋରଣ । ଏହି ବିସ୍ଫୋରଣରେ ଦୋହଲି ଉଠିଥିଲା ସମଗ୍ର ଦେଶ । ଆତ୍ମଘାତୀ ଆକ୍ରମଣରେ ପ୍ରାୟ ୩୫୯ ଜଣଙ୍କ ମୃତ୍ୟୁ ହେବା ସହ ୫୦୦ରୁ ଅଧିକ ଆହତ ହୋଇଛନ୍ତି । ବର୍ତ୍ତମାନ ଯାଏଁ ଶ୍ରୀଲଙ୍କାରେ ମଧ୍ୟ ବୋମା ବିସ୍ଫୋରଣ ଜାରି ରହିଛି । ଅନ୍ୟପକ୍ଷେ ଶ୍ରୀଲଙ୍କା ସରକାର ମାନିଛନ୍ତି ବଡଧରଣର ଗୁଇନ୍ଦା ବିଫଳତା ଯୋଗୁଁ ସିରିଏଲ ବିସ୍ଫୋରଣ ଘଟିଛି।

ଶ୍ରୀଲଙ୍କା ସଂସଦରେ ଚର୍ଚ୍ଚା ବେଳେ ସରକାର ସ୍ବୀକାର କରିଛନ୍ତି ଯେ, ମାସକ ପୂର୍ବରୁ ଭାରତର ଗୁଇନ୍ଦା ଏଜେନ୍ସିର ଚେତାବନୀକୁ ସଠିକ ଭାବେ ଗୁରୁତ୍ବ ଦିଆଯାଇ ନାହିଁ । ରାଷ୍ଟ୍ରପତି ମୈତ୍ରୀପାଲ ସିରିସେନା ଦେଶର ପ୍ରତିରକ୍ଷା ସଚିବ ଓ ପୋଲିସ ଆଇଜିଙ୍କୁ ପଦରୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

୯ ଜଣଙ୍କ ମଧ୍ୟରୁ ୮ ଜଣ ଆକ୍ରମଣକାରୀଙ୍କ ପରିଚୟ ଶ୍ରୀଲଙ୍କା ନାଗରିକ ଭାବେ କରାଯାଇଛି । ଏହି ଆକ୍ରମଣରେ ଇସଲାମିକ ଷ୍ଟେଟ( ଆଇଏସ)ର ହାତ ଅଛି କି ନାହିଁ ତାହାର ତଦନ୍ତ ସରକାର କରୁଛନ୍ତି । ଆକ୍ରମଣକାରୀମାନେ ଶ୍ରୀଲଙ୍କା ଆସିବା ପୂର୍ବରୁ ବ୍ରିଟେନ ଓ ଅଷ୍ଟ୍ରେଲିଆରେ ଅଧ୍ୟୟନ କରିଥିଲେ ।

ଦେଶର ଉପ ପ୍ରତିରକ୍ଷା ମନ୍ତ୍ରୀ ରୁବାନ ବିଜେବାର୍ଡିନୀ କହିଛନ୍ତି ଯେ ଆମକୁ ମାନି ନେବାକୁ ପଡିବ ଗୁଇନ୍ଦା ବିଳଫତା କାରଣରୁ ଏହା ଘଟିଲା । ତେବେ ଗୁଇନ୍ଦା ସୂଚନାକୁ ଗୁରୁତ୍ବ ପ୍ରଦାନ କରାଯାଇଥିଲେ, ଏହି ଘଟଣା ଘଟିନଥାନ୍ତା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.