ETV Bharat / international

ଦେଶବାସୀଙ୍କୁ ମୁକ୍ତ ଟିକାପ୍ରଦାନ କରିବ ଦକ୍ଷିଣ କୋରିଆ

author img

By

Published : Jan 11, 2021, 5:30 PM IST

ଦେଶର ସମସ୍ତ 52 ମିଲିଅନ ନାଗରିକଙ୍କୁ ମାଗଣାରେ ଟୀକା ପ୍ରଦାନ କରିବାର ଯୋଜନା କରୁଛନ୍ତି ଦକ୍ଷିଣ କୋରିଆ ସରକାର । ପଢନ୍ତୁ ଅଧିକ.....

ସମସ୍ତ ନାଗରିକଙ୍କୁ ମୁକ୍ତ ଟିକା ପ୍ରଦାନ କରିବ ଦକ୍ଷିଣ କୋରିଆ

ସିଓଲ: ସମଗ୍ର ବିଶ୍ବରେ କୋରୋନା ଟିକାକରଣ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଦକ୍ଷିଣ କୋରିଆ ମଧ୍ୟ ଏହି ପ୍ରକ୍ରିୟା ଆରମ୍ଭ କରିଛି । ଦେଶର ସମସ୍ତ 52 ମିଲିୟନ ନାଗରିକଙ୍କୁ ମାଗଣାରେ ଟୀକା ପ୍ରଦାନ କରିବା ଯୋଜନା କରୁଛି ଦକ୍ଷିଣ କୋରିଆ ସରକାର । ଏନେଇ ରାଷ୍ଟ୍ରପତି ମୁନ ଜେ ଇନ ଘୋଷଣା କରିଛନ୍ତି ।

ରାଷ୍ଟ୍ରପତି ମୁନ ସୂଚନା ଦେଇ କହିଛନ୍ତି ଏହି ଟିକାକରଣ ପ୍ରକ୍ରିୟା ଆସନ୍ତା ଫେବୃଆରୀରୁ ଆରମ୍ଭ ହେବାକୁ ଯାଉଛି । ବର୍ତ୍ତମାନ ଦକ୍ଷିଣ କୋରିଆ ପାଖରେ ପ୍ରାୟ 56 ମିଲିୟନ ଡୋଜ ଗଚ୍ଛିତ ରହିଛି ଯାହା ଦେଶର ମୋଟ ଲୋକ ସଂଖ୍ୟା ଠାରୁ ମଧ୍ୟ ଅଧିକ । ଦକ୍ଷିଣ କୋରିଆର ଲୋକ ସଂଖ୍ୟା 52 ମିଲିୟନ ଥିବା ବେଳେ ଲୋକସଂଖ୍ଯା ଠାରୁ ଅଧିକ ପରିମାଣର ଟିକା ଦେଶରେ ଗଚ୍ଛିତ ରହିଛି । ଯାହା ଦେଶର ସମସ୍ତ ନାଗରିକଙ୍କୁ ମାଗଣାରେ ଟିକା ପ୍ରଦାନ କରିବାରେ କିଛି ସମସ୍ୟା ହେବ ନାହିଁ ବୋଲି ସେ ମଧ୍ୟ ମତ ଦେଇଛନ୍ତି ।

ଟିକାକରଣର ରୂପରେଖ ନେଇ ରାଷ୍ଟ୍ରପତି ମୁନ କହିଛନ୍ତି ପ୍ରାଥମିକ ପର୍ଯ୍ୟାୟରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ବୟସ୍କ ନାଗରିକଙ୍କୁ ଟିକା ପ୍ରଦାନ କରାଯିବ । ପରେ ସମସ୍ତ ନାଗରିକଙ୍କୁ ଟିକାକରଣ ପ୍ରକ୍ରିୟାରେ ଦେୟ ମୁକ୍ତ ଭାବେ ସାମିଲ କରାଯିବ ।

ବ୍ରିଟେନରେ କୋଭିଡର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ଦକ୍ଷିଣ କୋରିଆରେ ମଧ୍ୟ 415 ଜଣ ନୂଆ ଭାଇରସରେ ଆକ୍ରାନ୍ତ ହୋଇଥିବା ତଥ୍ୟ ରହିଛି । ଦେଶରେ ବର୍ତ୍ତାମାନ ସୁଦ୍ଧା ମୋଟ 69 ହଜାର 114 ଆକ୍ରାନ୍ତ ମାମଲା ସାମ୍ନାକୁ ଆସିଥିବା ବେଳେ 11 ଶହ 40 ଜଣଙ୍କ ପ୍ରାଣହାନୀ ଘଟିଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.