ETV Bharat / international

ହଂକଂ ରେସ୍ତୋରାଁରେ ଗ୍ରାହକ ସଂଖ୍ୟା ସୀମା ନେଇ ପୁନଃବିଚାର ଆରମ୍ଭ - କୋରୋନା ଭାଇରସ ନ୍ୟୁଜ୍‌

ହଂକଂରେ ଆରମ୍ଭ ହୋଇଥିବା ସ୍ଥାନୀୟ ସଂକ୍ରମଣ ପାଇଁ ଚେତିଛନ୍ତି ସରକାର । ନିୟମ କୋହଳ ହେବା ସହ ରେସ୍ତୋରାଁରେ 16 ଜଣ ଲୋକଙ୍କୁ ଏକାଠି ବସିବାର ଅନୁମତି ମିଳିଥିବା ବେଳେ ବର୍ତ୍ତମାନ ଏହି ନିଷ୍ପତ୍ତି ଉପରେ ପୁନଃବିଚାର ଆରମ୍ଭ ହୋଇଛି ।

corona situation in hong kong, corona update in hong kong, coronavirus news, hong kong latest news, ହଂକଂରେ କୋରୋନା ସ୍ଥିତି, ହଂକଂରେ କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌, ହଂକଂ ଲାଟେଷ୍ଟ ନ୍ୟୁଜ୍‌
ହଂକଂ ରେସ୍ତୋରାଁରେ ଗ୍ରାହକ ସଂଖ୍ୟା ସୀମା ନେଇ ପୁନଃବିଚାର ଆରମ୍ଭ
author img

By

Published : Jul 9, 2020, 9:57 PM IST

ହଂକଂ: ହଂକଂରେ ଆରମ୍ଭ ହୋଇଥିବା ସ୍ଥାନୀୟ ସଂକ୍ରମଣ ପାଇଁ ଚେତିଛନ୍ତି ସରକାର । କିଛି ଦିନର ବିରତି ପରେ ଚୀନରେ ଆରମ୍ଭ ହୋଇଥିବା ସ୍ଥାନୀୟ ସଂକ୍ରମଣ ବର୍ତ୍ତମାନ ଦ୍ରୁତ ବେଗରେ ବଢି ଚାଲିଥିବା ଦେଖାଯାଉଛି । କୋରୋନା ସ୍ଥିତିରେ ନିୟନ୍ତ୍ରଣ ଆସିବାରୁ ଧିରେ ଧିରେ ବ୍ୟବସାୟ ସ୍ବାଭାବିକ ହେବାରେ ଲାଗିଥିବା ବେଳେ ହଠାତ୍‌ ସଂକ୍ରମଣରେ ବୃଦ୍ଧି ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେଣେ କୋହଳ ହୋଇଥିବା ନିୟମକୁ ପୁଣି କଡାକଡି କରିବା ପାଇଁ ଯୋଜନା ମଧ୍ୟ ଆରମ୍ଭ ହୋଇଛି ।

ହଂକଂରେ ନିୟମ କୋହଳ ହେବା ସହ ରେସ୍ତୋରାଁରେ 16 ଜଣ ଲୋକଙ୍କୁ ଏକାଠି ବସିବାର ଅନୁମତି ମିଳିଥିବା ବେଳେ ବର୍ତ୍ତମାନ ଏହି ନିଷ୍ପତ୍ତି ଉପରେ ପୁନଃବିଚାର ଆରମ୍ଭ ହୋଇଛି । ପୁନଃବିଚାର ଅନୁଯାୟୀ ରେସ୍ତୋରାଁରେ ଏକାଠି ବସିବାର ସଂଖ୍ୟାକୁ 16ରୁ 8କୁ ଖସାଇବା ପାଇଁ ଆଲୋଚନା କରାଯାଉଛି । ନିକଟରେ ହଂକଂରେ ଏକକାଳୀନ 24 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ 16 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବାରୁ କୋହଳ ହୋଇଥିବା ନିୟମ ସବୁକୁ ପୁଣି କଡାକଡି କରିବା ପାଇଁ ଆଲୋଚନା ଆରମ୍ଭ ହୋଇଥିବା ଜଣା ପଡିଛି ।

ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ସୋଫିଆ ଚାନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି ହଂକଂରେ କୋରୋନା କଟକଣାକୁ ପୁଣି ଥରେ କଡାକଡି କରିବା ପାଇଁ ଯୋଜନା ଆରମ୍ଭ ହୋଇଛି । ପ୍ରାଥମିକ ସ୍ତରରେ ସାର୍ବଜନୀନ ସ୍ଥାନରେ ଲୋକଙ୍କ ଭିଡକୁ ନିୟନ୍ତ୍ରଣ କରିବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯାଉଛି । ପର୍ଯ୍ୟାୟକ୍ରମେ ଅନ୍ୟ ସମସ୍ତ କଟକଣା ମଧ୍ୟ କଡାକଡି ହେବ । ଆବଶ୍ୟକସ୍ଥଳରେ କିଛି ନୂଆ କଟକଣା ମଧ୍ୟ ଲାଗୁ କରାଯାଇପାରେ । ତେବେ ବର୍ତ୍ତମାନ ରହିଥିବା 16 ଜଣିଆ ଲୋକେ ଏକାଠି ହେବା ନିୟମ ଗତ ଜୁନ 19ରୁ ଲାଗୁ କରାଯାଇଥିଲା ।

ସୂଚନା ମୁତାବକ ହଂକଂରେ ବର୍ତ୍ତମାନ କୋରୋନା ସଂକ୍ରମଣ ପାଇଁ ନୂଆ ନୂଆ କ୍ଲଷ୍ଟର ଚିହ୍ନଟ କରାଯାଉଛି । ଏଥିରେ ଗୋଟିଏ କ୍ଲଷ୍ଟରରୁ 14 ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଥିବା ବେଳେ ଅନ୍ୟ ଏକ କ୍ଲଷ୍ଟରରେ 16 ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ରବିବାର ସୁଦ୍ଧା ହଂକଂରେ ନୂଆ 47 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ କିଛି ଜଣ ବିଦେଶରୁ ଫେରିଥିବା ଜଣା ପଡିଛି । ଏଥିସହ ହଂକଂରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତ ସଂଖ୍ୟା 1323ରେ ପହଞ୍ଚିଥିବା ରେକର୍ଡ କରାଯାଇଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.