ETV Bharat / international

ପଞ୍ଚମ ଥର ନେପାଳ ପ୍ରଧାନମନ୍ତ୍ରୀ ହେଲେ ଶେର ବାହାଦୁର - new Nepal PM today

ପଞ୍ଚମ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି ନେପାଳି କଂଗ୍ରେସ ଅଧ୍ୟକ୍ଷ ଶେର ବାହାଦୁର ଦେଉବା । ଅଧିକ ପଢନ୍ତୁ...

ପଞ୍ଚମ ଥର ନେପାଳ ପ୍ରଧାନମନ୍ତ୍ରୀ ହେଲେ ଶେର ବାହାଦୁର

author img

By

Published : Jul 13, 2021, 3:36 PM IST

କାଠମାଣ୍ଡୁ: ଦୀର୍ଘ ଦିନରୁ ରାଜନୈତିକ ସଙ୍କଟର ସାମ୍ନା କରିଆସୁଥିବା ନେପାଳକୁ ମିଳିଛି ନୂଆ ପ୍ରଧାନମନ୍ତ୍ରୀ । ପଞ୍ଚମ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି ନେପାଳି କଂଗ୍ରେସ ଅଧ୍ୟକ୍ଷ ଶେର ବାହାଦୁର ଦେଉବା ।

ଦ ହିମାଲୟନ ଟାଇମ୍ସ ଅନୁଯାୟୀ, ସମ୍ବିଧାନର ଧାରା 66(5) ଆଧାରରେ ଶେର ବାହାଦୁରଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ । ପଞ୍ଚମ ଥର ପାଇଁ 74 ବର୍ଷୀୟ ଦେଉବା ନେପାଳର ପ୍ରଧାନମନ୍ତ୍ରୀ ଭାବେ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମଙ୍ଗଳବାର ତଥା ଆଜି ଶପଥ ଗ୍ରହଣ କରିବେ ଶେର ବାହାଦୁର ।

ଶେର ବାହାଦୁରଙ୍କୁ ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତ କରିବାକୁ ସୋମବାର ନିର୍ଦ୍ଦେଶ ଦେଇଥିଲେ ନେପାଳ ସୁପ୍ରିମକୋର୍ଟ । କେପି ଶର୍ମା ଓଲିଙ୍କୁ ହଟାଇ ସୁପ୍ରିମକୋର୍ଟ ପ୍ରଧାନମନ୍ତ୍ରୀ ପଦରେ ଦେଉବାଙ୍କ ନାଁରେ ମୋହର ମାରିଛନ୍ତି ।

ଏହାକୁ ପଢନ୍ତୁ...କିଏ ଶେର ବାହାଦୂର ଦେଉବା ?

ସୁପ୍ରିମକୋର୍ଟ ସୋମବାର ପ୍ରଧାନମନ୍ତ୍ରୀ ଓଲିଙ୍କ 21 ମେ ସଂସଦର ପ୍ରତିନିଧି ସଭା ଭଙ୍ଗ କରିବାର ନିଷ୍ପତ୍ତିକୁ ରଦ୍ଦ କରିଦେଇଥିଲେ । ଏହାସହ ଦେଉବାଙ୍କୁ ନେପାଳ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବାକୁ ଆଦେଶ ଦେଇଥିଲେ କୋର୍ଟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.