ETV Bharat / international

ମଝି ନଈରେ ଜଳିଲା ଲଞ୍ଚ, ୩୨ ଜୀବନ୍ତ ଦଗ୍ଧ - bangladesh fire accident news

ମଝି ନଈରେ ଅଘଟଣ । ଲଞ୍ଚରେ ଅଗ୍ନିକାଣ୍ଡ ଘଟି (bangladesh as packed ferry catches fire) ଜଳିଗଲେ ୩୨ । ଅଧିକ ପଢନ୍ତୁ

ସମୁଦ୍ର ମଝିରେ ଲଞ୍ଚରେ ଅଗ୍ନିକାଣ୍ଡ, ୩୨ ମୃତ
ସମୁଦ୍ର ମଝିରେ ଲଞ୍ଚରେ ଅଗ୍ନିକାଣ୍ଡ, ୩୨ ମୃତ
author img

By

Published : Dec 24, 2021, 11:57 AM IST

Updated : Dec 24, 2021, 12:53 PM IST

ଢାକା: ମଝି ନଈରେ ଅଘଟଣ । ଲଞ୍ଚରେ ନିଆଁ ଲାଗିବାରୁ (bangladesh as packed ferry catches fire) ୩୨ ଜଣ ପ୍ରାଣ ହରାଇବାବେଳେ ଅନେକ ଆହତ ହୋଇଛନ୍ତି । ବାଂଲାଦେଶର ରାଜଧାନୀ ଢାକା ଠୁ ୨୫୦ କିଲୋମିଟର ଦୂର ଦକ୍ଷିଣ ସହର ଝାଲୋକାଟିର ଏକ ନଦୀରେ ଘଟିଛି ଏହି ଅଘଟଣ । ଲଞ୍ଚରେ ପାଖାପାଖି ୫୦୦ରୁ ଅଧିକ ଲୋକ ଥିଲେ ।

୩ ଥାକିଆ ମୋଟର ଲଞ୍ଚରେ ନିଆଁ ଲାଗିଛି । ନିଆଁ ଏତେ ଭୟଙ୍କର ଥିଲା ଯେ ଜୀବନ ବଞ୍ଚାଇବାକୁ ଲୋକ ପାଣିକୁ ଡେଇଁ ପଡିଥିଲେ । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି । ଆଜି ସକାଳୁ ସକାଳୁ ଏହି ଅଘଟଣ ଘଟିଛି । ସ୍ଥାନୀୟ ପୋଲିସ ମହାନିର୍ଦ୍ଦେଶକ ମୋଇନୁଲ ଇସଲାମ ଦୁରଘଟଣା ନେଇ ସୂଚନା ଦେଇଛନ୍ତି । ଜାହାଜର ଇଞ୍ଜିନ ରୁମରେ ଅଗ୍ନିକାଣ୍ଡି ହୋଇଛି । ଏହାପରେ ସମ୍ପୂର୍ଣ୍ଣ ଜାହାଜକୁ ନିଆଁ ବ୍ୟାପିଥିଲା । ପାଖାପାଖି ୧୦୦ ଆହତ ଲୋକଙ୍କୁ ହସ୍ପିଟାଲ ପଠାଯାଇଛି । ଜାହାଜର ଭୁଲ ପରିଚାଳନା ପାଇଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

ଏହାପୂର୍ବରୁ ମଧ୍ୟ ଏକ ଦୁର୍ଘଟଣା ଘଟିଥିଲା । ଯାତ୍ରୀବାହୀ ଡଙ୍ଗା ଏକ କାର୍ଗୋ ସିପରେ ପିଟି ହୋଇଯିବା ଫଳରେ ୨୧ ଜଣଙ୍କ ଜୀବନ ଚାଲିଯାଇଥିଲା । ଏପ୍ରିଲ ଓ ମେଁ ମାସରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ୫୪ଜଣଙ୍କ ମୃତ୍ୟୁ ହୋଇଥିଲା । ଗତବର୍ଷ ଜୁନରେ ଏକ ଦୁର୍ଘଟଣାରେ ୩୨ ଜଣ ଓ ୨୦୧୫ରେ ୭୮ଜଣ ଲୋକ ଜୀବନ ହରାଇଥିଲେ ।

Last Updated : Dec 24, 2021, 12:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.