ETV Bharat / international

ପୁଣି ଚୀନରେ ନୂଆ ଭାଇରସ; 7 ମୃତ, 60 ସଂକ୍ରମିତ

କୋଭିଡ ପରେ ଚୀନରେ ଏବେ ଏକ ନୂଆ ଭାଇରସ ବ୍ୟାପିବାରେ ଲାଗିଛି । ଏହି ଭାଇରସର ନାଁ ହେଉଛି ହୁୟାଙ୍ଗଶାନ ବାନୟାଙ୍ଗଭାଇରସ୍ । ଏହି ଭାଇରସରେ ଏପର୍ଯ୍ୟନ୍ତ 7 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 60 ଲୋକେ ଆକ୍ରାନ୍ତ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Aug 7, 2020, 10:53 PM IST

seven-dead-60-infected-by-new-virus-in-china-report
Seven dead, 60 infected by new virus in China: Report

ବେଜିଂ: କୋଭିଡ ପରେ ଚାଇନାରେ ଏବେ ଏକ ନୂଆ ଭାଇରସ ବ୍ୟାପିବାରେ ଲାଗିଛି । ଏହି ଭାଇରସରେ ଏପର୍ଯ୍ୟନ୍ତ 7 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 60 ଜଣ ଆକ୍ରାନ୍ତ ହୋଇଛନ୍ତି । ଚାଇନାର ଅଫିସିଆଲ ମିଡିଆରୁ ଏହି ରିପୋର୍ଟ ପ୍ରଦାନ ହୋଇଥିବା ବେଳେ ଏହି ଭାଇରସ ମଣିଷ ରୁ ମଣିଷ ହେହରେ ସଂକ୍ରମଣ ହେବାର ସମ୍ଭାବନା ରହିଛି । ତେଣୁ ଏନେଇ ଆଗୁଆ ଚେତାବନୀ ଦିଆଯାଇଛି ।

ଏହି ଭାଇରସର ନାଁ ହେଉଛି ହୁୟାଙ୍ଗଶାନ ବାନୟାଙ୍ଗଭାଇରସ୍ । ଏହାକୁ ସାଧାରଣ ଭାଷାରେ SFTS ଭାଇରସ୍ ମଧ୍ୟ କହିପାରିବା । ପୂର୍ବ ଚାଇନାର ଜିଆଙ୍ଗସୁରେ ୩୭ ଏବଂ ଅନହୁରେ ୨୩ ଜଣ ଅସୁସ୍ଥ ଅଛନ୍ତି । ଏହି ଭାଇରସ ଏକ ପୋକ କାମୁଡିବା ଦ୍ବାରା ବ୍ୟାପିଥାଏ ବୋଲି ଗ୍ଲୋବାଲ ଟାଇମ୍ସରୁ ରିପୋର୍ଟ ଆସିଛି ।

ଯଦିଓ SFTS ଭାଇରସ୍ ନୂଆ ନୁହେଁ । କିନ୍ତୁ ଚୀନରେ ଏହାର ବିସ୍ତାର ଏହି ସମୟରେ ଏକ ନୂଆ କଥା । ୨୦୧୧ରେ ଚୀନ୍ ଏହାର ପାଥୋଜେନକୁ ପୃଥକ କରିଥିଲା । ଡାକ୍ତରମାନେ ବିଶ୍ବାସ କରନ୍ତି ଯେ ଏହି ଭାଇରସ୍ ମଣିଷକୁ ଟିକ୍ କାମୁଡିବା ଦ୍ବାରା ହୋଇଥାଏ । ବୈଜ୍ଞାନିକମାନେ ଏହାକୁ ବୁନ୍ୟା ଭାଇରସ୍ ବର୍ଗରେ ସ୍ଥାନିତ କରିଛନ୍ତି । କେବଳ ଏତିକି ନୁହେଁ, ଯଦି ଜଣେ ବ୍ୟକ୍ତି ଏହା ଦ୍ୱାରା ସଂକ୍ରମିତ ହୁଏ, ତେବେ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଏହି କାରଣରୁ ଅସୁସ୍ଥ ହୋଇପାରନ୍ତି ।

ଜିଆଙ୍ଗସୁର ରାଜଧାନୀ ନାନଜିଙ୍ଗର ଜଣେ ମହିଳା ଏହି ଜୀବାଣୁରେ ପୀଡିତ ଥିଲେ। ତାଙ୍କୁ ପ୍ରଥମେ ଜ୍ବର, କାଶ ଭଳି ଲକ୍ଷଣ ଆରମ୍ଭ ହୋଇଥିଲା । ଡାକ୍ତରମାନେ ତାଙ୍କ ଶରୀର ଭିତରେ ଲ୍ୟୁକୋସାଇଟ୍, ରକ୍ତର ପ୍ଲାଲେଟ୍ ହ୍ରାସ ହେଉଥିବା ଜାଣିବାକୁ ପାଇଥଲେ। ଏକ ମାସ ଚିକିତ୍ସା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା ।

ଗ୍ଲୋବାଲ ଟାଇମ୍ସ ଖବର ଅନୁଯାୟୀ, ଏହି ଭାଇରସ୍ ମଣିଷ ଶରୀରକୁ ସଂକ୍ରମିତ କରିବାପରେ ସେହି ବ୍ୟକ୍ତି ଜ୍ବର ଏବଂ କାଶରେ ପୀଡିତ ହୋଇଥାଏ । ତେବେ ଏହି ଭାଇରାସ କାମ ହେଉଛି ରୋଗୀର ଶରୀରରୁ ରକ୍ତ ପ୍ଲେଟଲେଟ୍ କମିବା ଆରମ୍ଭ କରେଇ ଦେବ ।

ସେପଟେ ଜେଜିଆଙ୍ଗ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ପ୍ରଥମ ଅନୁବନ୍ଧିତ ଡାକ୍ତରଖାନାର ଡାକ୍ତର ଶେଙ୍ଗ ଜିଫାଙ୍ଗ କହିଛନ୍ତି ଯେ ଏହି ଭାଇରସ ମଣିଷ-ମଣିଷ ମଧ୍ୟରେ ସଂକ୍ରମଣ କରିବାର ସମ୍ଭାବନା ଅଛି । ଯାହାକୁ ଏଡ଼ାଇ ଦିଆଯାଇପାରିବ ନାହିଁ । ରୋଗୀମାନେ ରକ୍ତ କିମ୍ବା ଶ୍ବାସ କ୍ରିୟା ମାଧ୍ୟମରେ ଅନ୍ୟମାନଙ୍କୁ ଏହି ଭାଇରସ ସଂକ୍ରମଣ କରାଇପାରନ୍ତି । ଡାକ୍ତରମାନେ ଚେତାବନୀ ଦେଇଛନ୍ତି ଯେ ଟିକ୍ କାମୁଡ଼ା ହେଉଛି ପ୍ରମୁଖ ସଂକ୍ରମଣ ମାର୍ଗ । ଯେପର୍ଯ୍ୟନ୍ତ ଲୋକମାନେ ସଚେତନ ରୁହୁଛନ୍ତି, ସେପର୍ଯ୍ୟନ୍ତ ଭାଇରସ୍ ସଂକ୍ରମଣକୁ ନେଇ ଆତଙ୍କିତ ହେବାର ଆବଶ୍ୟକତା ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.