ETV Bharat / international

ଜୁନ 8ରୁ ଋଷିଆ ବିଜୟ ଦିବସର ଅଭ୍ୟାସ ପରେଡ ଆରମ୍ଭ

author img

By

Published : May 29, 2020, 11:39 PM IST

ଆଗକୁ ଆସୁଛି ଋଷିଆ ବିଜୟ ଦିବସ । ଏନେଇ ଋଷିଆ ପ୍ରତିରକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଅଭ୍ୟାସ ପରେଡ ପ୍ରସ୍ତୁତି । ତେବେ ଏହି ପ୍ରସ୍ତୁତିର ପ୍ରଥମ ଅଭ୍ୟାସ ଆଗାମୀ ଜୁନ 8ରୁ ହେବା ନେଇ ସୂଚନା ଦେଇଛନ୍ତି ସ୍ଥଳସେନା ସେନାଧ୍ୟକ୍ଷ ଜେନେରାଲ ଓଲେଗ ସାଲ୍ୟୁକୋଭ ।

russia victory day, russia victory day parade, victory day parade rehearsal, russia president vladimir putin, ଋଷିଆ ବିଜୟ ଦିବସ, ଋଷିଆ ବିଜୟ ଦିବସ ପରେଡ, ବିଜୟ ଦିବସ ପରେଡ ଅଭ୍ୟାସ, ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ
ଜୁନ 8ରୁ ଋଷିଆ ବିଜୟ ଦିବସ ଅଭ୍ୟାସ ପରେଡ ଆରମ୍ଭ

ମସ୍କୋ: ଆଗକୁ ଆସୁଛି ଋଷିଆ ବିଜୟ ଦିବସ । ଏନେଇ ଋଷିଆ ପ୍ରତିରକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଅଭ୍ୟାସ ପରେଡ ପ୍ରସ୍ତୁତି । ତେବେ ଏହି ପ୍ରସ୍ତୁତିର ପ୍ରଥମ ଅଭ୍ୟାସ ଆଗାମୀ ଜୁନ 8ରୁ ହେବା ନେଇ ସୂଚନା ଦେଇଛନ୍ତି ସ୍ଥଳସେନା ସେନାଧ୍ୟକ୍ଷ ଜେନେରାଲ ଓଲେଗ ସାଲ୍ୟୁକୋଭ । ମେ’ 27ରୁ ଏହି ପ୍ରସ୍ତୁତି ଆରମ୍ଭ ହୋଇଛି ।

ଜୁନ 24ରେ ଏହି ପରେଡ ହେବା ନେଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘୋଷଣା ପରେ ହିଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସେନାଧ୍ୟକ୍ଷ ସୂଚନା ଦେଇଛନ୍ତି । ତେବେ ପ୍ରଥମ ଅଭ୍ୟାସ ଜୁନ 8ରେ ଆଲାବିନୋରେ ହେବା ପାଇଁ ତାରିଖ ନିର୍ଦ୍ଧାରଣ କରାଯାଇଛି । ଏହାପରେ ଜୁନ 17ରେ ମସ୍କୋରେ ହେବା ପାଇଁ ସ୍ଥିର ହୋଇଛି । ଏଥିସହ ଅନ୍ତିମ ଅଭ୍ୟାସ ଜୁନ 20ରେ ହେବ ବୋଲି ସ୍ଥିର କରାଯାଇଛି ।

ବାସ୍ତବରେ ମେ 9ରେ ଏହି ବିଜୟ ଦିବସ ପାଳନ କରାଯାଉଥିବା ବେଳେ ଚଳିତବର୍ଷ କୋରୋନା କାୟା ଯୋଗୁଁ ରାଷ୍ଟ୍ରପତି ପୁଟିନ ଏହାକୁ ଜୁନ 24ରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହା 1941-1945 ଯାଏଁ ଚାଲିଥିବା ଦ୍ବିତୀୟ ବିଶ୍ବଯୁଦ୍ଧ ସମାପ୍ତିର ଏକ ପ୍ରତୀକ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.