ETV Bharat / international

ଋଷରେ ପୁଣି 24 ଘଣ୍ଟାରେ 10 ହଜାର ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ - କୋରୋନା ଋଷ

ଋଷରେ ଗତ 24 ଘଣ୍ଟାରେ 10598 ନୂଆ କୋରୋନା ମାମଲା ରେକର୍ଡ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ 262843 ରେ ପହଞ୍ଚିଛି ସଂକ୍ରମଣ ରିପୋର୍ଟ । ଏହି ରିପୋର୍ଟ ଅନୁସାରେ ବିଶ୍ବରେ ଦ୍ବିତୀୟ ରାଷ୍ଟ୍ର ହୋଇଛି ଋଷ । ଅଧିକ ପଢନ୍ତୁ...

Russia
Russia
author img

By

Published : May 15, 2020, 5:30 PM IST

ମସ୍କୋ: ଋଷରେ କୋରୋନା ମହାମାରୀ ତାର ପ୍ରଭାବ ବିସ୍ତାର କରିଚାଲିଛି । କୋରୋନାରେ ସଂକ୍ରମଣ ମାମଲା ଦ୍ରୁତ ଭାବେ ଋଷରେ ମାଡିବାରେ ଲାଗିଛି । ଋଷରେ ଗତ 24 ଘଣ୍ଟାରେ 10598 ନୂଆ କୋରୋନା ମାମଲା ରେକର୍ଡ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ 262843 ରେ ପହଞ୍ଚିଛି ସଂକ୍ରମଣ ରିପୋର୍ଟ । ଏହି ସଂକ୍ରମଣ ରିପୋର୍ଟ ଅନୁସାରେ ବିଶ୍ବରେ ଦ୍ବିତୀୟ ରାଷ୍ଟ୍ର ହୋଇଛି ଋଷ ।

ନ୍ୟୁଜ୍ ଏଜେନ୍ସି ଜିନହୁଆ ଅନୁଯାୟୀ ମୃତ୍ୟୁ ସଂଖ୍ୟା 113 ବୃଦ୍ଧି ପାଇ ମୋଟ ମୃତ୍ୟୁ ସଂଖ୍ୟା 2,418 କୁ ବୃଦ୍ଧି ପାଇଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ 4,696 ଜଣ ଆରୋଗ୍ୟ ହୋଇଥିବା ବେଳେ ମୋଟ 58,226 ଜଣ ଆରୋଗ୍ୟ ହୋଇଛନ୍ତି ।

ଦେଶର ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ରାଜଧାନୀ ମସ୍କୋ ଗତ 24 ଘଣ୍ଟା ମଧ୍ୟରେ 4,748 ନୂତନ କୋରୋନା ସଂକ୍ରମଣ ରିପୋର୍ଟ ରେକର୍ଡ କରିଛି । ଏହି ସଂଖ୍ୟାକୁ ମିଶାଇ ମସ୍କୋରେ ମୋଟ 135,464ଜଣ କୋରୋନା ଆକ୍ରାନ୍ତ ହୋଇଛନ୍ତି ।

ଋଷ ଉପଭୋକ୍ତା ଅଧିକାର ଏବଂ ମାନବ କଲ୍ୟାଣ ବିଭାଗ ପକ୍ଷରୁ ଗୁରୁବାର କୁହାଯାଇଛି ଯେ, ଡାକ୍ତରୀ ଦେଶରେ 256.847 ଲୋକ ମେଡିକାଲ ଅବଜରଭେସନରେ ରହିଛନ୍ତି ।

ସାରା ଦେଶରେ COVID-19 ପାଇଁ 6.4 ମିଲିୟନରୁ ଅଧିକ ଲ୍ୟାବରେ ଟେଷ୍ଟିଂ କରାଯାଉଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.