ETV Bharat / international

କମୁନି କୋରୋନା, 24 ଘଣ୍ଟାରେ ଋଷରେ 28,284 ନୂଆ ମାମଲା ଚିହ୍ନଟ

author img

By

Published : Dec 27, 2020, 6:11 PM IST

ଗତ 24 ଘଣ୍ଟାରେ ଋଷ 28,284 କୋଭିଡ୍ ମାମଲା ଚିହ୍ନଟ କରିଛି। ଯାହା ପୂର୍ବ ଦିନ ଅପେକ୍ଷା 29,258 ରୁ ବୃଦ୍ଧି ପାଇ ମୋଟ 3,050,248 ରେ ପହଞ୍ଚିଛି। ଅଧିକ ପଢନ୍ତୁ...

କମୁନି କୋରୋନା, 24 ଘଣ୍ଟାରେ ଋଷରେ 28,284 ନୂଆ ମାମଲା ଚିହ୍ନଟ
କମୁନି କୋରୋନା, 24 ଘଣ୍ଟାରେ ଋଷରେ 28,284 ନୂଆ ମାମଲା ଚିହ୍ନଟ

ମସ୍କୋ: ବିଦେଶରେ କମୁନି କୋରୋନା କୋପ। ଗତ 24 ଘଣ୍ଟାରେ ଋଷ 28,284 କୋଭିଡ୍ ମାମଲା ଚିହ୍ନଟ କରିଛି। ଯାହା ପୂର୍ବ ଦିନ ଅପେକ୍ଷା 29,258 ରୁ ବୃଦ୍ଧି ପାଇ ମୋଟ 3,050,248 ରେ ପହଞ୍ଚିଛି ବୋଲି ଫେଡେରାଲ ପ୍ରତିକ୍ରିୟା କେନ୍ଦ୍ର ରବିବାର କହିଛି।

"ଗତ 24 ଘଣ୍ଟା ମଧ୍ୟରେ, 85 ଟି ଅଞ୍ଚଳରେ 28,284 କୋରୋନାଭାଇରସ୍ ମାମଲା ନିଶ୍ଚିତ ହୋଇଛି। ଯେଉଁଥିରେ କ୍ଲିନିକାଲ୍ ଲକ୍ଷଣ ବିନା 4,240 ମାମଲା ଅନ୍ତର୍ଭୁକ୍ତ ହୋଇଛି ଓ ବର୍ତ୍ତମାନ ମାମଲା 3,050,248 ରେ ପହଞ୍ଚିଛି। ମସ୍କୋ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ 6,620 ନୂତନ କୋରୋନାଭାଇରସ୍ ମାମଲା ନିଶ୍ଚିତ କରିଛି, ଯାହା ପୂର୍ବ ଦିନ 7,480 ରୁ କମିଛି। ଋଷର ରାଜଧାନୀ ପରେ ସେଣ୍ଟ ପିଟର୍ସବର୍ଗରେ 3,761 ମାମଲା ରହିଥିଲା।

ପ୍ରତିକ୍ରିୟା କେନ୍ଦ୍ରରେ 551 ଜଣଙ୍କ କୋରୋନା ଯୋଗୁଁ ମୃତ୍ୟୁ ଘଟିଥିବା ସୂଚନା ମିଳିଛି, ଯାହା ପୂର୍ବ ଦିନ 567 ରୁ ହ୍ରାସ ପାଇ ଦେଶର ମୃତ୍ୟୁ ସଂଖ୍ୟା 54,778 କୁ ବୃଦ୍ଧି ପାଇଛି। ଗତ ଦିନରେ 24,390 ଜଣ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ମୋଟ ପୁନରୁଦ୍ଧାର ସଂଖ୍ୟା 2,450,829 ଅଟେ।

ଜାତୀୟ ଜନସ୍ୱାସ୍ଥ୍ୟ ନୀରିକ୍ଷଣକାରୀ ରୋସପୋଟ୍ରେବନାଡଜୋରଙ୍କ ଅନୁଯାୟୀ, ମହାମାରୀ ଆରମ୍ଭରୁ ଋଷରେ କୋଭିଡ୍ 19 ଚିହ୍ନଟ ପାଇଁ 89 ମିଲିୟନରୁ ଅଧିକ ପରୀକ୍ଷା କରାଯାଇଛି । ଏବଂ 656,105 ସନ୍ଦିଗ୍ଧ ବାହକ ଡାକ୍ତରୀ ତଦାରଖରେ ରହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.