ETV Bharat / international

2036 ପର୍ଯ୍ୟନ୍ତ ରାଷ୍ଟ୍ରପତି ଶାସନ ଭାର ସମ୍ଭାଳିବାକୁ ପୁଟିନଙ୍କ ମାଷ୍ଟର ପ୍ଲାନ

author img

By

Published : Jun 22, 2020, 3:30 PM IST

ବିରୋଧୀ କହିଛନ୍ତି ଯେ ପୁଟିନଙ୍କୁ 2036 ପର୍ଯ୍ୟନ୍ତ କ୍ଷମତାରେ ରଖିବା ପାଇଁ ସାମ୍ବିଧାନିକ ସଂଶୋଧନ କରିବାକୁ ଚେଷ୍ଟା କରିଛନ୍ତି । ଅଧିକ ପଢନ୍ତୁ...

2036 ପର୍ଯ୍ୟନ୍ତ ରାଷ୍ଟ୍ରପତି ଶାସନ ଭାର ସମ୍ଭାଳିବାକୁ ପୁଟିନଙ୍କ ମାଷ୍ଟର ପ୍ଲାନ
2036 ପର୍ଯ୍ୟନ୍ତ ରାଷ୍ଟ୍ରପତି ଶାସନ ଭାର ସମ୍ଭାଳିବାକୁ ପୁଟିନଙ୍କ ମାଷ୍ଟର ପ୍ଲାନ

ମସ୍କୋ: 2036 ପର୍ଯ୍ୟନ୍ତ ରାଷ୍ଟ୍ରପତି ଶାସନ ସମ୍ଭାଳିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଯଦି ମତଦାତା ସାମ୍ବିଧାନିକ ସଂଶୋଧନ ଆଣିବାକୁ ମଞ୍ଜୁରି ଦିଅନ୍ତି । ତେବେ ପୁଣି ଥରେ ସେ ଦେଶର ଶାସନ ଭାର ନେବେ ବୋଲି କହିଛନ୍ତି ପୁଟିନ ।

ରୁଷର ସମ୍ବିଧାନରେ ପ୍ରସ୍ତାବିତ ସଂଶୋଧନକୁ ଜୁନ 25 ରୁ ଜୁଲାଇ 1 ପର୍ଯ୍ୟନ୍ତ ଦେଶବ୍ୟାପୀ ଭୋଟିଂ କରାଯିବ । ଏହି ସଂଶୋଧନ ଅନୁଯାୟୀ ଯଦି ଏହି ସଂଶୋଧନ ପାରିତ ହୁଏ ତେବେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଆଉ ଦୁଇଟି କାର୍ଯ୍ୟକାଳ ଶାସନ କରିବେ । ଯଦ୍ବାରା ସେ 2036 ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିବେ । ବର୍ତ୍ତମାନ ପୁଟିନ କାର୍ଯ୍ୟକାଳ 2024 ପର୍ଯ୍ୟନ୍ତ ରହିଛି ।

ସେପଟେ, ବିରୋଧୀ କହିଛନ୍ତି ଯେ ପୁଟିନଙ୍କୁ 2036 ପର୍ଯ୍ୟନ୍ତ କ୍ଷମତାରେ ରହିବା ପାଇଁ ସାମ୍ବିଧାନକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରାଯାଉଛି । କ୍ରେମଲିନ୍ କହିଛନ୍ତି, କ୍ଷମତାରେ ରହିବା ଅପେକ୍ଷା ସଂସଦର ଭୂମିକାକୁ ମଜବୁତ କରିବା ସହ ସାମାଜିକ ନୀତି ତଥା ସାଧାରଣ ପ୍ରଶାସନରେ ସଂସ୍କାର ଆଣିବା ଆବଶ୍ୟକ।

ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ପୁଟିନ କହିଛନ୍ତି - 'ମୁଁ ଅସ୍ୱୀକାର କରୁ ନାହିଁ ଯେ, ଯଦି ସମ୍ବିଧାନ ପରିବର୍ତ୍ତନ ହୁଏ, ତେବେ ମୁଁ କ୍ଷମତାରେ ରହିବି’। ଏଥି ପାଇଁ ସେ କୌଣସି ନିଷ୍ପତ୍ତି ନେଇନଥିବା ମଧ୍ୟ କହିଛନ୍ତି ।

କେଉଁ ଉପରେ ଭୋଟିଂ ହେବ ସେନେଇ ସଂସଦ ଏବଂ ସାମ୍ବିଧାନିକ କୋର୍ଟରେ ଅନୁମୋଦନ ମିଳିସାରିଛି। ଏବେ କେବଳ ଜନସାଧାରଣଙ୍କ ମତର ଆବଶ୍ୟକତା ରହିଛି । ଏହି ଭୋଟ୍ ମେ 22 ରେ ଅନୁଷ୍ଠିତ ହେବାକୁ ଥିଲା । ତେବେ ମହାମାରୀ କୋରୋନା ପାଇଁ ରାଷ୍ଟ୍ରପତି ପୁଟିନ ଏହାକୁ ସ୍ଥଗିତ ରଖିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.