ETV Bharat / international

ବାଥରୁମ ବାହାରେ ବାଓମେଟ୍ରିକ ଲଗାଇଲେ ପିଟିଆଇ ସରକାର - ବାଥରୁମ ବାହାରେ ବାଓମେଟ୍ରିକ

ଇମ୍ରାନ ଖାନଙ୍କ ସରକାର ଉଚ୍ଚପଦସ୍ଥ ସରକାରୀ ଅଧିକାରୀଙ୍କ ପାଇଁ ବାଓମେଟ୍ରିକ ମେସିନ ଲଗାଇଛନ୍ତି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jul 19, 2019, 6:22 PM IST

ଇସଲାମବାଦ: ଇମ୍ରାନ ଖାନଙ୍କ ସରକାର ନିଜର ଉଚ୍ଚପଦସ୍ଥ ସରକାରୀ ଅଧିକାରୀଙ୍କ ପାଇଁ ବାଓମେଟ୍ରିକ ମେସିନ ଲଗାଇଛନ୍ତି । ଶିଳ୍ପ ଓ ଉତ୍ପାଦନ ମନ୍ତ୍ରଣାଳୟରେ ଏହି ବ୍ୟବସ୍ଥା ଲାଗୁ ହୋଇଛି ।

ଭିଭିଆଇପି ବାଥରୁମ ଗୁଡିକ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବା ତାଠାରୁ ଅଧିକ ରାଙ୍କର ଅଫିସର ଏହାକୁ ବ୍ୟବହାର କରିପାରିବେ । ସେହିପରି ଏହି ବାଥରୁମଗୁଡିକୁ ମଧ୍ୟ ଅନ୍ୟ ମନ୍ତ୍ରଣାଳୟର ସମାନ ରାଙ୍କର ଅଫିସର ମଧ୍ୟ ବ୍ୟବହାର କରିପାରିବେ ।

ଅନ୍ୟପକ୍ଷରେ ଯେଉଁ ଅଧିକାରୀ କୌଣସି ବୈଠକରେ ଯୋଗ ଦେବାକୁ ଶିଳ୍ପ ଓ ଉତ୍ପାଦନ ମନ୍ତ୍ରଣାଳୟ ଆସୁଛନ୍ତି ସେମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ ବୋଲି କୁହାଯାଇଛି।

Intro:ଏସାର ଷ୍ଟିଲ୍ ବିରୁଦ୍ଧରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ଧାରଣା ଓ ଅନଶନ ୩୨ ଦିନରେ । ଧାରଣା ସ୍ଥଳରେ ୧୪୪ ଧାରା ଜାରି ପରେ ବଳପୂର୍ବକ ଆନ୍ଦୋଳନକାରୀଙ୍କୁ ତଡ଼ି ଦିଆଗଲା Body:
ଆଙ୍କର- କେନ୍ଦୁଝର ଦୁବୁନା ଠାରେ ଥିବା ଏସାର ଷ୍ଟିଲ୍ କମ୍ପାନୀ ବିରୁଦ୍ଧରେ ବଡ଼କାଳିମାଟି ପଂଚାୟତବାସୀଙ୍କ ଆନ୍ଦୋଳନ ଆଜି ୩୨ ଦିନରେ ପହଁଚିଛି । ବଡ଼କାଳିମାଟି ଡେଭଲପମେଂଟ୍ ସୋସାଇଟି ପକ୍ଷରୁ ଗତ ମାସ ୧୭ ତାରିଖ ଠାରୁ ଚମ୍ପୁଆ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ଆମରଣ ଅନଶନ ଓ ଧାରଣା ପ୍ରଦର୍ଶନ ଜାରି ରହିଥିଲା । ତେବେ ଆଜି ଚମ୍ପୁଆ ଚମ୍ପୁଆ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ୫ଶହ ମିଟର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇ ଅନଶନରେ ବସିଥିବା ଆନ୍ଦୋଳନକାରୀଙ୍କୁ ତଡ଼ି ଦିଆଯାଇଛି । ପୋଲିସ ସେମାନଙ୍କୁ ୫ଶହ ମିଟରରୁ ଅଧିକ ଦୂରରେ ନେଇ ଛାଡ଼ିବା ପରେ ମଧ୍ୟ ଆନ୍ଦୋଳନକାରୀ ନିଜ ଦାବିରେ ଅଟଳ ରହିଛନ୍ତି ଏବଂ ସେହିଠାରେହିଁ ନିଜର ଆନ୍ଦୋଳନକୁ ଜାରି ରଖିଛନ୍ତି । ଚମ୍ପୁଆ ବସଷ୍ଟାଣ୍ଡ୍ ଠାରୁ କିଛି ଆଗକୁ ରିମୁଳି ଯିବା ରାସ୍ତା କଡ଼ରେ ଖୋଲା ଆକାଶ ତଳେ ଅନଶନରେ ବସି ରହିଛନ୍ତି ବଡ଼କାଳିମାଟି ପଂଚାୟତର ଏହି ଆନ୍ଦୋଳନକାରୀ । ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ବିଦ୍ୟୁତ୍ ଓ ଗମନାଗମନର ସୁବିଧା କରାଯିବା ସହ ବେକାରୀଙ୍କୁ କର୍ମ ନିଯୁକ୍ତି ଦେବାକୁ ଦାବି କରାଯାଇଛି । ଯେ ପର୍ଯ୍ୟନ୍ତ ଏସାର କମ୍ପାନୀ ପ୍ରତିଶୃତି ରକ୍ଷାକରି ପଂଚାୟତବାସୀଙ୍କୁ ନ୍ୟାୟଚିତ୍ତ ଦାବି ପ୍ରଦାନ ନ କରୁଛି, ସେ ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ପ୍ରଶାସନିକ ଉଦାସୀନତା କାରଣରୁ ବାରମ୍ବାର ଦାବି ଜଣାଇବା ସତ୍ୱେ ତାଙ୍କ କଥା କେହି ଶୁଣୁ ନ ଥିବା ବଡ଼କାଳିମାଟି ଡେଭଲପମେଂଟ୍ ସୋସାଇଟି ଅଭିଯୋଗ କରିଛି ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.