ETV Bharat / international

ଚୀନ୍ ପ୍ରସ୍ତାବିତ ଜାତୀୟ ସୁରକ୍ଷା ଆଇନ ବିରୋଧରେ ହଂକଂରେ ବିରୋଧ, 180 ଗିରଫ - ଚୀନ୍ ପ୍ରସ୍ତାବିତ ଜାତୀୟ ସୁରକ୍ଷା ଆଇନ ବିରୋଧ

ଚୀନର ଯୋଜନାବଦ୍ଧ ଜାତୀୟ ସୁରକ୍ଷା ଆଇନକୁ ବିରୋଧ କରି ହଂକଂ ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ବିକ୍ଷୋଭକାରୀ। ଘଟଣାରେ ସମ୍ପୃକ୍ତ 180 ରୁ ଅଧିକ ଲୋକଙ୍କୁ ହଂକଂ ପୋଲିସ ଗିରଫ କରିଛି।

ଚୀନ୍ ପ୍ରସ୍ତାବିତ ଜାତୀୟ ସୁରକ୍ଷା ଆଇନ ବିରୋଧରେ ହଂକଂରେ ବିରୋଧ, 180 ଗିରଫ

author img

By

Published : May 25, 2020, 12:25 PM IST

ନୂଆଦିଲ୍ଲୀ: ହଂକଂ ରାଜରାସ୍ତାରେ ହଜାର ହଜାର ଜନସାଧାରଣ। ଜାରି ରହିଛି ଚୀନ ବିରୁଦ୍ଧରେ ନାରାବାଜି। ତେବେ ଚୀନର ଯୋଜନାବଦ୍ଧ ଜାତୀୟ ସୁରକ୍ଷା ଆଇନକୁ ବିରୋଧ କରି ବିକ୍ଷୋଭକାରୀ ମାନେ ରାସ୍ତାକୁ ଓହ୍ଲାଇଛନ୍ତି।

ହେନେସି ରୋଡ ଏବଂ ପେରେସିଭାଲ ଛକ ଉପରେ ବିକ୍ଷୋଭକାରୀଙ୍କ ଉପରକୁ ପୋଲିସ ଲୁହ ବୁହା ଗ୍ୟାସ ସ୍ପ୍ରେ କରିବା ସହ ବିକ୍ଷୋଭ ତ୍ୟାଗ କରିବାକୁ ନୀଳ ପତାକା ପ୍ରଦର୍ଶନ କରିଥିଲେ।

କିଛି ସମୟ ପରେ ବିକ୍ଷୋଭକାରୀମାନେ ଅନ୍ୟ ଏକ ରାସ୍ତାରେ ପ୍ରଦର୍ଶନ କରିବା ସହ ଚୀନର କମ୍ୟୁନିଷ୍ଟ ପାର୍ଟିକୁ ଧ୍ୱଂସ କରିବା ପାଇଁ ପ୍ଲା କାର୍ଡ ଓ ବ୍ୟାନର ଧରି ବିରୋଧ ପ୍ରଦର୍ଶନ କରିଥିଲେ। ଏହି ଘଟଣାରେ ପୋଲିସ ଏକ ଗୋଷ୍ଠୀ ଉପରକୁ ପେପର ବଲ ଚଳାଇଥିଲା।

ଘଟଣାରେ ସମ୍ପୃକ୍ତ 180 ରୁ ଅଧିକ ଲୋକଙ୍କୁ ହଂକଂ ପୋଲିସ ଗିରଫ କରିଛନ୍ତି। ସହରରେ ଆତଙ୍କବାଦ ବଢିବାରେ ଲାଗିଛି ଏବଂ ଜାତୀୟ ସୁରକ୍ଷାକୁ କ୍ଷତି ପହଞ୍ଚାଉଥିବା କାର୍ଯ୍ୟକଳାପ ହେଉଛି ଯାହା ହଂକଂ ସ୍ବାଧୀନତା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ସୁରକ୍ଷା ସଚିବ ଜନ୍ ଲି ଏକ ବିବୃତ୍ତିରେ କହିଛନ୍ତି।

ତେବେ ହଂକଂରେ ଜାତୀୟ ସୁରକ୍ଷା ପ୍ରତି ବିପଦକୁ ରୋକିବା, ନିରାଶ କରିବା ଏବଂ ଦଣ୍ଡ ଦେବା ପାଇଁ ଚୀନ୍‌ର ବିଧାନସଭାରେ ଏକ ସଂକଳ୍ପ ସମାଧାନର ଦୁଇ ଦିନ ପରେ ନ୍ୟାସନାଲ ପିପୁଲ୍ସ କଂଗ୍ରେସ (ଏନପିସି) ଏହି ଦାବିକୁ ଉପସ୍ଥାପନ କରାଇଥିଲା।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.