ETV Bharat / international

ପାକିସ୍ତାନ-ଚୀନ ବିରୋଧରେ ମଶାଲ ରାଲି କଲେ ପିଓକେବାସୀ - ପାକିସ୍ତାନ-ଚୀନ ବିରୋଧରେ ମଶାଲ ରାଲି କଲେ ପିଓକେବାସୀ

ନୀଲମ୍ ଏବଂ ଜେଲମ୍ ନଦୀରେ ବନ୍ଧର ବେଆଇନ ନିର୍ମାଣକୁ ବିରୋଧ କରି ସ୍ବର ଉତ୍ତୋଳନ କରିଛନ୍ତି ପାକ୍‌ ଅଧିକୃତ କାଶ୍ମୀରର ମୁଜାଫରବାଦର ଲୋକେ । ମୁଜାଫରବାଦ ସହରରେ ଏକ ବିଶାଳ ମଶାଲ ରାଲି କରିଛନ୍ତି ପ୍ରଦର୍ଶନକାରୀ ।

ପାକିସ୍ତାନ-ଚୀନ ବିରୋଧରେ ମଶାଲ ରାଲି କଲେ ପିଓକେବାସୀ

author img

By

Published : Aug 13, 2020, 8:31 PM IST

ଇସଲାମାବାଦ: ପାକ୍‌ ଅଧିକୃତ କାଶ୍ମୀରର ମୁଜାଫରବାଦରେ ଚୀନ ବିରୋଧୀ ପ୍ରଦର୍ଶନ । ଏଠାକାର ସ୍ଥାନୀୟ ବାସିନ୍ଦା ନୀଲମ୍ ଏବଂ ଝେଲମ୍ ନଦୀରେ ବେଆଇନ ବନ୍ଧ ନିର୍ମାଣକୁ ବିରୋଧ କରି ସ୍ବର ଉତ୍ତୋଳନ କରିଛନ୍ତି। ଏପରିକି ମୁଜାଫରବାଦ ସହରରେ ଏକ ବିଶାଳ ମଶାଲ ରାଲି କରିଛନ୍ତି । ପ୍ରଦର୍ଶନକାରୀମାନେ ନଦୀ ବଞ୍ଚାଅ , ମୁଜାଫରବାଦ ବଞ୍ଚାଅ ଭଳି ସ୍ଲୋଗାନ ମଧ୍ୟ ଦେଇଛନ୍ତି ।

ନିକଟରେ ପାକିସ୍ତାନ ଏବଂ ଚୀନ ପିଓକେରେ ଆଜାଦ ପଟ୍ଟନ ଏବଂ କୋହଲା ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ପାଇଁ ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ର ଅଂଶ ଭାବରେ 700.7 ମେଗାୱାଟ ବିଦ୍ୟୁତର ଆଜାଦ ପଟ୍ଟନ ହାଇଡେଲ ପ୍ରକଳ୍ପ ଜୁଲାଇ 6 ରେ ସ୍ବାକ୍ଷରିତ ହୋଇଛି। କୋହଲା ଜଳ ବିଦ୍ୟୁତ୍ ପ୍ରକଳ୍ପ ଯାହା ଜେଲମ୍ ନଦୀ ଉପରେ ନିର୍ମିତ ହେବ ତାହା ପିଓକେର ସୁଧାନୋଟି ଜିଲ୍ଲାର ଆଜାଦ ପଟ୍ଟନ ବ୍ରିଜ୍ ଠାରୁ ପ୍ରାୟ 7 କିଲୋମିଟର ଏବଂ ପାକିସ୍ତାନର ରାଜଧାନୀ ଇସଲାମାବାଦ ଠାରୁ 90 କିଲୋମିଟର ଦୂରରେ ଅବସ୍ଥିତ। 2026 ସୁଦ୍ଧା ଶେଷ ହେବାକୁ ଥିବା ଏହି ପ୍ରକଳ୍ପ ଚୀନ ଥ୍ରୀ ଗର୍ଗସ୍ କର୍ପୋରେସନ୍, ଆନ୍ତର୍ଜାତୀୟ ଅର୍ଥ ନିଗମ (ଆଇଏଫସି) ଏବଂ ରେଶମ ରୋଡ୍ ପାଣ୍ଠି ଦ୍ବାରା ପ୍ରାୟୋଜିତ ହେବ।

ତେବେ ଏହି ଅଞ୍ଚଳରେ ବନ୍ଧର ବ୍ୟାପକ ନିର୍ମାଣ ଏବଂ ନଦୀ ଅବବାହିକା ସ୍ଥାନୀୟ ଲୋକଙ୍କ ଅସ୍ତିତ୍ବ ପ୍ରତି ବିପଦ ସୃଷ୍ଟି କରୁଛି । ଚୀନ ସେମାନଙ୍କୁ ନିୟନ୍ତ୍ରଣ କରିବ ବୋଲି ସେମାନେ ଆଶଙ୍କା କରୁଛନ୍ତି । ଯାହା ଫଳରେ ପିଓକେରେ ଏହି ପ୍ରକଳ୍ପକୁ ବିରୋଧ କରାଯାଉଛି ।

ତେବେ ପିଓକେର ରାଜନୈତିକ କାର୍ଯ୍ୟକର୍ତ୍ତା ଡ.ଅମଜାଦ ଆୟୁବ ମିର୍ଜା ଏନେଇ କହିଛନ୍ତି, ପିଓକେରେ ଏଭଳି ବିରୋଧ ପ୍ରଦର୍ଶନ ଦୀର୍ଘ ଦିନ ଧରି ଜାରି ରହିଛି। କିନ୍ତୁ ସେମାନଙ୍କ ସ୍ବର ଶୁଣାଯାଉ ନାହିଁ। ଏହି ପ୍ରକଳ୍ପ ଦ୍ବାରା ନଦୀର ଗତିପଥ ପରିବର୍ତ୍ତନ କରାଯାଉଛି । ଏହାଦ୍ବାରାରା ମୁଜାଫରବାଦରେ ତାପମାତ୍ରା ଗୁରୁତର ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି ।

ସିପିଇସି ପରେ ପାକିସ୍ତାନ ଏବଂ ଚୀନ ମିଳିତ ଭାବେ ପିଓକେ ଏବଂ ଗିଲ୍‌ଗିଟ ବାଲ୍ଟିସ୍ତାନର ପ୍ରାକୃତିକ ସମ୍ପଦ ଲୁଟ କରୁଛନ୍ତି। ଯାହାଫଳରେ ପାକ୍‌ ଅଧିକୃତ ଅଞ୍ଚଳଗୁଡିକରେ ପାକିସ୍ତାନ ଏବଂ ଚୀନ ବିରୋଧରେ ଅସନ୍ତୋଷ ବୃଦ୍ଧି ପାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.