ETV Bharat / international

ସାଉଦି ଆରବରେ ଆରମ୍ଭ ହେଲା ଲକଡାଉନ କୋହଳ ପ୍ରକ୍ରିୟା - କୋରୋନା ଅପଡେଟ

ସାଉଦି ଆରବରେ ଧିରେ ଧିରେ ଆରମ୍ଭ ହୋଇଛି ଲକଡାଉନ କୋହଳ ପ୍ରକ୍ରିୟା । ପବିତ୍ର ଇଦ୍‌କୁ ନଜରରେ ରଖି ଗତ 5 ଦିନ ହେବ ଦେଶରେ ଲକଡାଉନ ଘୋଷଣା କରାଯାଇଥିଲା ।

lockdown in saudi arabia, corona in saudi arabia, corona update, coronavirus news, ସାଉଦି ଆରବରେ ଲକଡାଉନ, ସାଉଦି ଆରବରେ କୋରୋନା, କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌
ସାଉଦି ଆରବରେ ଆରମ୍ଭ ହେଲା ଲକଡାଉନ କୋହଳ ପ୍ରକ୍ରିୟା
author img

By

Published : May 28, 2020, 8:21 PM IST

ରିୟାଦ: ସାଉଦି ଆରବରେ ଧିରେ ଧିରେ ଆରମ୍ଭ ହୋଇଛି ଲକଡାଉନ କୋହଳ ପ୍ରକ୍ରିୟା । ପବିତ୍ର ଇଦ୍‌କୁ ନଜରରେ ରଖି ଗତ 5 ଦିନ ହେବ ଦେଶରେ ଲକଡାଉନ ଘୋଷଣା କରାଯାଇଥିଲା । ହେଲେ ପରିସ୍ଥିତିରେ ସୁଧାର ପରେ ଗୁରୁବାର ଲକଡାଉନ ନିୟମ କୋହଳ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଦେଶରେ ଜାରି ହୋଇଥିବା ଲକଡାଉନ ପାଇଁ 24 ଘଣ୍ଟା କର୍ଫ୍ୟୁ ବଳବତ୍ତର ରହିଥିଲା । ଗୁରୁବାରଠାରୁ ଏହି ନିୟମ କୋହଳ ହୋଇଥିବା ଦେଖିବାକୁ ମିଳିଛି । ଇସଲାମ ଧର୍ମର ପବିତ୍ରତମ ସହର ଭାବେ ଜଣା ଯାଉଥିବା ମକ୍କା ସହରରେ କିନ୍ତୁ ଲକଡାଉନ କୋହଳ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି । ଏହି ସହରରେ ମାତ୍ରାଧିକ ଜନଗହଳି ଯୋଗୁଁ ଆଖି ପିଛୁଳାକେ ଏଠାରେ ମାଡି ଚାଲିଥିଲା କୋରୋନା ସଂକ୍ରମଣ ।

ସେପଟେ ଯଦି କେହି ଦେଶ ଛାଡି ଯିବାକୁ ଚାହେଁ ତେବେ ତାଙ୍କୁ ସରକାରୀ ଆପ୍‌ରୁ ଏକ ପାସ ପାଇଁ ଅନୁମତି ନେବାକୁ ହେବ । ଏହାପରେ ସେମାନେ ଯାତ୍ରା କରିପାରିବେ । ତେବେ ପର୍ଯ୍ୟାୟକ୍ରମେ ଦେଶରେ ଏହି ଲକଡାଉନ ନିୟମ ପର୍ଯ୍ୟାୟକ୍ରମେ କୋହଳ ହେବାର ସୂଚନା ରହିଛି । ଏମିତିରେ ଆଗକୁ ଜୁଲାଇ ମାସରେ ହେବାକୁ ଥିବା ପ୍ରସିଦ୍ଧ ହଜ୍‌ ଯାତ୍ରା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବର୍ତ୍ତମାନ ସୁଦ୍ଧା ଦେଶରେ 78,541 ଜଣ ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 425ରେ ପହଞ୍ଚିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.