କାଜାକିସ୍ଥାନ: ଅଲ୍ମାଟିରେ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 14କୁ ବୃଦ୍ଧି । ବିମାନ ଉଡାଣ ଭରିବାର କିଛି ସମୟ ପରେ ଏକ ଦ୍ବିତୀୟ ମହଲା କୋଠାରେ ବାଡେଇ ହୋଇ ଦୁର୍ଘଟଣାଗ୍ରସ୍ଥ ବିମାନ । ବିମାନରେ ପାଖାପାଖି 100ଜଣ ଯାତ୍ରୀଙ୍କ ମଧ୍ୟରୁ 5 ଜଣ କ୍ରୁ-ମେମ୍ବର ଥିଲେ ।
ବେକ୍ ଏୟାର ଫ୍ଲାଇଟ୍ ୨୧୦୦ ସ୍ଥାନୀୟ ସମୟ ଅନୁସାରେ ଆଜି ସକାଳ ୭ଟା ୦୫ରେ ବିମାନଟି ଅଲମାଟିରୁ କାଜଖର ରାଜଧାନୀ ନୁର-ସୁଲତାନକୁ ଯାଉଥିଲା । କିନ୍ତୁ ହଠାତ୍ କିଛି ସମୟ ପରେ ରାଡାର ସହ ଯୋଗଯୋଗ ବିଚ୍ଛିନ୍ନ ହୋଇଥିଲା । ସେପଟେ, ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ କାଜଖ ସରକାର ଘଟଣାର ତଦନ୍ତ ପାଇଁ ସ୍ପେଶାଲ କମିଶନ ଗଠନ କରିଛନ୍ତି । ବିମାନଟି ଜନବସତି ଅଞ୍ଚଳରେ ଦୁର୍ଘଟଣା ଘଟିଥିବାବେଳେ, ସେଠାରୁ ଲୋକମାନଙ୍କୁ ଉଦ୍ଧାର କରାଯାଇଛି ।