ETV Bharat / international

ବିମାନ ଚକରେ ବସି କାବୁଲ ଛାଡିବାକୁ ଚାହୁଁଥିଲେ, ଖସିପଡିଲେ ୩

କାବୁଲରୁ ସାମ୍ନାକୁ ଆସିଛି ଏକ ଛାତିଥରା ଭିଡିଓ । ଗୋଟିଏ ବିମାନରେ ଲୋକେ ଓହଳିକି ଯିବାକୁ ଚେଷ୍ଟା କରୁଛନ୍ତି । ବିମାନଟି କିଛି ବାଟ ଉଡାଣ ଭରିବା ପରେ ଏଥିରେ ଓହଳିଥିବା ୩ ଜଣ ଯାତ୍ରୀ ତଳକୁ ଖସିପଡୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ତାଲିବାନ କବଳରୁ ବଞ୍ଚିବାକୁ ବାଜିରେ ଲାଗୁଛି ଜୀବନ, ଉଡନ୍ତା ବିମାନରୁ ଖସିପଡିଲେ ୩ ଯୁବକ

author img

By

Published : Aug 16, 2021, 4:58 PM IST

କାବୁଲ: ଆଫଗାନିସ୍ତାନରେ ତାଲିବାନର କବଜା ପରେ ସ୍ଥିତି ସମ୍ପୂର୍ଣ୍ଣ ଭୟାବହ ହୋଇପଡିଛି । ଏଭଳି ସ୍ଥିତିରେ ଜୀବନ ବଞ୍ଚାଇବାକୁ ଖୁବଶୀଘ୍ର ଦେଶ ଛାଡି ପଳାୟନ କରିବା ପାଇଁ ବିକଳ ହେଉଛନ୍ତି ଲୋକେ । ଏହାରି ମଧ୍ୟରେ କାବୁଲରୁ ସାମ୍ନାକୁ ଆସିଛି ଏକ ଛାତିଥରା ଭିଡିଓ ।

ତାଲିବାନ କବଳରୁ ବଞ୍ଚିବାକୁ ବାଜିରେ ଲାଗୁଛି ଜୀବନ, ଉଡନ୍ତା ବିମାନରୁ ଖସିପଡିଲେ ୩ ଯୁବକ

ବିମାନବନ୍ଦରରେ ଲୋକଙ୍କ ଲାଗିଛି ଅସମ୍ଭାଳ ଭିଡ । ଗୋଟିଏ ବିମାନରରେ ଲୋକେ ଓହଳିକି ଯିବାକୁ ଚେଷ୍ଟା କରୁଛନ୍ତି । ବିମାନଟି କିଛି ବାଟ ଉଡାଣ ଭରିବା ପରେ ଏଥରୁ ଓହଳିଥିବା ୩ ଜଣ ଯାତ୍ରୀ ତଳକୁ ଖସିପଡୁଥିବା ଦେଖିବାକୁ ମିଳିଛି । କାବୁଲ ବିମାନବନ୍ଦର ନିକଟରେ ଥିବା ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ଯେ ବିମାନର ଟାୟାରକୁ ଧରିଥିବା ତିନିଜଣ ଯୁବକ ଗୋଟିଏ ଘରର ଛାତ ଉପରେ ଖସିପଡିଛନ୍ତି। ୩ ଜଣ ବହୁତ ଉଚ୍ଚତାରୁ ଖସି ମୃତ୍ୟୁବରଣ କରିଥିବା କୁହାଯାଉଛି ।

ଆଫଗାନିସ୍ତାନରେ ଯଦିଓ ତାଲିବାନ ନିଜ ବିଜୟ ସହ ଯୁଦ୍ଧର ଅନ୍ତ ନେଇ ଘୋଷଣା କରିଛି, ହେଲେ ଏହି ସଙ୍କଟ ସମୟରେ କ୍ରମାଗତ ସାମ୍ନାକୁ ଆସୁଛି ଭୟାବହ ସ୍ଥିତି । ତାଲିବାନ ରାଜର ପ୍ରତ୍ୟାବର୍ତ୍ତନ ଭୟରେ ଆଫଗାନିସ୍ତାନର ହଜାର ହଜାର ଲୋକେ ତକାବୁଲ ବିମାନବନ୍ଦର ଆଡକୁ ଦୌଡୁଛନ୍ତି । କେବଳ ଏତିକି ନୁହେଁ, ଆଫଗାନିସ୍ତାନରୁ ପଳାୟନ କରି ଅନ୍ୟ ଦେଶରେ ଶରଣ ନେବା ପାଇଁ କିଛି ଲୋକ ନିଜ ଜୀବନକୁ ମଧ୍ୟ ବାଜି ଲଗାଇଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.