ETV Bharat / international

ପାକିସ୍ତାନରେ ପବଜି ବ୍ୟାନ୍

author img

By

Published : Jul 2, 2020, 6:04 AM IST

ଗେମ୍ ଉପରେ ଲାହୋର ହାଇକୋର୍ଟ ପିଟିଏକୁ ନିର୍ଦ୍ଦେଶ ଦେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆଗାମୀ ଜୁଲାଇ 9ରେ ଏହା ଉପରେ ଏକ ଶୁଣାଣି କରିବାକୁ ସ୍ଥିର ହୋଇଛି । ଅଧିକ ପଢନ୍ତୁ...

ପାକିସ୍ତାନରେ ପବଜି ବ୍ୟାନ୍
ପାକିସ୍ତାନରେ ପବଜି ବ୍ୟାନ୍

ଇସଲାମାବାଦ: ପାକିସ୍ତାନ ସରକାରଙ୍କ ପକ୍ଷରୁ ଲୋକପ୍ରିୟ ଖେଳ ପବଜିକୁ ସାମୟିକ ଭାବେ ବନ୍ଦ କରାଯାଇଛି । ବୁଧବାର ଏନେଇ ପାକିସ୍ତାନ ଟେଲିକମ୍ୟୁନିକେସନ ରେଗୁଲାର ବଡି(ପିଟିଏ) ପକ୍ଷରୁ ଘୋଷଣା କରାଯାଇଛି । ଏହା ଏକ ଆସକ୍ତି ଭରା ଗେମ୍ ଏବଂ ଏହାଦ୍ବାରା ଖେଳୁଥିବା ପିଲାଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡୁଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ସରକାର ।

ଏହାକୁ ନେଇ ଅନେକ ସମୟରେ ପିଟିଏ ପାଖରେ ବହୁତ ଅଭିଯୋଗ ଆସି ପହଞ୍ଚିଛି । ଏହା ଖେଳିବା ଦ୍ବାରା ସମୟ ନଷ୍ଟ ହେବା ସହ ପିଲାଙ୍କ ପଢାରେ ବ୍ୟାଘାତ ହେଉଛି । ଏହା ଏକ ନିଶା ଭଳି ଯୁବପିଢିଙ୍କ ମଧ୍ୟରେ ଲାଗି ରହିଛି । ପିଲାଙ୍କ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଉପରେ ଏହା ନେଗେଟିଭ୍ ପ୍ରଭାବ ପକାଉଥିବା ପିଟିଏ ନିଜ ଟ୍ବିଟରରେ ଉଲ୍ଲେଖ କରିଛି । ଏହାସହ ଏହି ଗେମ୍ ଖେଳି ଅନେକ ଆତ୍ମହତ୍ୟା କେସ ଗଣମାଧ୍ୟମ ଦ୍ବାରା ଜାଣିବାକୁ ମିଳିଛି । ଏନେଇ ଲାହୋର ହାଇକୋର୍ଟ ପିଟିଏକୁ ନିର୍ଦ୍ଦେଶ ଦେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆଗାମୀ ଜୁଲାଇ 9ରେ ଏହା ଉପରେ ଏକ ଶୁଣାଣି କରିବାକୁ ସ୍ଥିର ହୋଇଛି ।

ଗତ ଜୁନ୍ 24ରେ ଜଣେ 16 ବର୍ଷିୟ ବାଳକ ଏହି ଖେଳ ଖେଳି ଆତ୍ମହତ୍ୟା କରିଥିଲା । ନିଜ ଗେମ ମିଶନରେ ଫେଲ ହେବା ପରେ ସେ ଏହି ନିଷ୍ପତ୍ତି ନେଇଥିଲା । ପାକିସ୍ତାନ ପୋଲିସ ଏହି ସମ୍ପର୍କରେ ସୂଚନା ଦେବା ସହ ଏପରି ଅନେକ କେସ ଘଟିଥିବା କହିଥିଲା । ଏହାପରେ ଲାହୋର ହାଇକୋର୍ଟ ଘଟଣାର ଗୁରୁତ୍ବ ଦେଖି ପିଟିଏକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏବେ ଏହି ଗେମକୁ ସାମୟିକ ଭାବେ ସାରା ଦେଶରେ ବ୍ୟାନ୍ କରାଯାଇଛି । ପ୍ରକାଶ ଥାଉ କି 2017ରେ ବାହାରିଥିବା ଏହି ଗେମ୍ ଏକ ସର୍ଭଭାଇଭଲ ଗେମ୍ ଯେଉଁଥିରେ ବ୍ୟାଟେଲ ଫିଲ୍ଡରେ ପରସ୍ପର ବିରୋଧରେ ଖେଳାଳିମାନେ ଲଢେଇ କରନ୍ତି । ସାରା ବିଶ୍ବରେ ଏହା 34.2 ମିଲିୟନ୍ ଡାଉନଲୋଡ୍ସ ହୋଇସାରିଥିବ ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.