ETV Bharat / international

ମହିଳାଙ୍କ ବିରୋଧରେ ଇମ୍ରାନଙ୍କ ବୟାନ, ଦୁଷ୍କର୍ମ ପାଇଁ ଛୋଟ ଡ୍ରେସକୁ କଲେ ଦାୟୀ - ଇମ୍ରାନ ଖାନ

ପୁଣିଥରେ ସମାଲୋଚନାରେ ଘେରି ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ପାକିସ୍ତାନରେ ବଢୁଥିବା ଦୁଷ୍କର୍ମ ମାମଲା ପାଇଁ ମହିଳାଙ୍କ ଡ୍ରେସକୁ ଦାୟୀ କରିଛନ୍ତି ଇମ୍ରାନ । ଅଧିକ ପଢନ୍ତୁ...

ମହିଳାଙ୍କ ବିରୋଧରେ ଇମ୍ରାନଙ୍କ ବୟାନ, ଦୁଷ୍କର୍ମ ପାଇଁ ଛୋଟ ଡ୍ରେସକୁ କଲେ ଦାୟୀ

author img

By

Published : Jun 21, 2021, 6:51 PM IST

ଇସଲାମାବାଦ: ମହିଳାଙ୍କ ବିରୋଧରେ ବିବାଦିତ ବୟାନକୁ ନେଇ ପୁଣିଥରେ ସମାଲୋଚନାରେ ଘେରି ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ପାକିସ୍ତାନରେ ବଢୁଥିବା ଦୁଷ୍କର୍ମ ମାମଲା ପାଇଁ ମହିଳାଙ୍କ ଡ୍ରେସକୁ ଦାୟୀ କରିଛନ୍ତି ଇମ୍ରାନ ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ଯଦି ମହିଳାମାନେ ବହୁତ କମ ପୋଷାକ ପିନ୍ଧନ୍ତି, ତେବେ ଏହା ପୁରୁଷଙ୍କ ଉପରେ ପ୍ରଭାବ ପକାଇବ। ହଁ, ଯଦି ସେମାନେ ରୋବଟ ଅଟନ୍ତି ତେବେ ଏହା ଘଟିବ ନାହିଁ ବୋଲି ପ୍ରତିକ୍ରିୟାରେ କହିଛନ୍ତି ଇମ୍ରାନ ।

ଏହି ମନ୍ତବ୍ୟ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସାମ୍ନା କରିବାକୁ ପଡିଛି ସମାଲୋଚନା । ଏହା ପ୍ରଥମ ଘଟଣା ନୁହେଁ ଯେ ଖାନ ଏପରି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏହାପୂର୍ବରୁ, ଥରେ ସେ ମହିଳାମାନଙ୍କୁ ଦୁଷ୍କର୍ମଠାରୁ ବଞ୍ଚିବା ପାଇଁ ବୁର୍ଖା ବିନ୍ଧିବାକୁ ପରାମର୍ଶ ଦେଇଥିଲେ। ଏହି ବିବୃତ୍ତି ପାଇଁ କ୍ଷମା ପ୍ରାର୍ଥନା ଦାବି ସହ ପାକିସ୍ତାନର ଅନେକ ଜନସାଧାରଣ ତାଙ୍କ ବିରୋଧରେ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.