ETV Bharat / international

ପାକିସ୍ତାନକୁ ପୁଣି ଫେରିଲା ଟିକଟକ୍‌ - Pakistan lifts ban on TikTok with conditions

ପାକିସ୍ତାନକୁ ପୁଣିଥରେ ଫେରିଲା ଟିକଟକ୍ ଆପ୍ । ଅଶ୍ଳୀଳ ବିଷୟବସ୍ତୁର ଅନେକ ଅଭିଯୋଗ ପାଇବା ପରେ ପାକିସ୍ତାନ ଟେଲିକମ୍ ଅଥରିଟି ଅକ୍ଟୋବର 9 ରେ ଟିକଟକ୍ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଅଧିକ ପଢନ୍ତୁ...

Pakistan lifts ban on TikTok with conditions
ପାକିସ୍ତାନକୁ ପୁଣି ଫେରିଲା ଟିକଟକ୍‌
author img

By

Published : Oct 20, 2020, 8:30 AM IST

ଇସଲାମାବାଦ: ପାକିସ୍ତାନକୁ ପୁଣିଥରେ ଫେରିଲା ଟିକଟକ୍ ଆପ୍ । ପାକିସ୍ତାନର ଟେଲିକମ୍ ମନିଟର ସୋମବାର ଭିଡିଓ ସେୟାରିଂ ଚାଇନିଜ୍ ଆପ୍ (ଟିକଟକ୍) ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛି । ଏହାକୁ ପରିଚାଳନା କରୁଥିବା କମ୍ପାନୀ ଅଶ୍ଳୀଳତାକୁ ନିୟନ୍ତ୍ରଣ କରିବାକୁ ନିଶ୍ଚିତ କରିବା ପରେ ଏହି ପଦକ୍ଷେପ ନିଆଯାଇଛି । ଅନୈତିକ ବିଷୟବସ୍ତୁର ଅନେକ ଅଭିଯୋଗ ପାଇବା ପରେ ପାକିସ୍ତାନ ଟେଲିକମ୍ ଅଥରିଟି ଅକ୍ଟୋବର 9 ରେ ଟିକଟକ୍ ଉପରେ ପ୍ରତିବନ୍ଧକ ଲଗାଇଥିଲା ।

'ଅଶ୍ଳୀଳତା ଏବଂ ଅନୈତିକତା ବ୍ୟାପିଥିବା ସମସ୍ତ ଆକାଉଣ୍ଟକୁ ସେମାନେ ଅବରୋଧ କରିବେ ବୋଲି ମ୍ୟାନେଜମେଣ୍ଟ ନିଶ୍ଚିତ କରିବା ପରେ ଏହି ପ୍ରତିବନ୍ଧକକୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି । ଏପଟେ ପାକିସ୍ତାନ ଏବଂ ଚୀନ୍‌ କହିଛନ୍ତି, ସେମାନଙ୍କ ବନ୍ଧୁତା ସମୁଦ୍ର ଠାରୁ ବି ଗଭୀର ଏବଂ ହିମାଳୟଠାରୁ ମଧ୍ୟ ଉଚ୍ଚ । ଚୀନ୍‌ର ଟିକ୍‌ ଟକ୍‌ ଆପ୍‌ ବନ୍ଦ କଲେ ପାକିସ୍ତାନକୁ ବିଭିନ୍ନ ବାଟରେ ବି କ୍ଷତି ସହିବାକୁ ପଡ଼ିଥାନ୍ତା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.