ETV Bharat / international

ପାକିସ୍ତାନରେ କୋରୋନା ସଙ୍କଟ ଗମ୍ଭୀର, ହସ୍ପିଟାଲରେ ବିଛଣା ଅଭାବ

author img

By

Published : Apr 24, 2020, 6:34 AM IST

ବର୍ତ୍ତମାନ ଦେଶର ବିଭିନ୍ନ ହସ୍ପିଟାଲରେ ବିଛଣାର ଅଭାବ ଦେଖାଦେଇଛି । ଫଳରେ ଆକ୍ରାନ୍ତଙ୍କୁ ରଖିବାର ସୁବିଧା ଅନେକ ଡାକ୍ତରଖାନାରେ ନାହିଁ । ଅଧିକ ପଢନ୍ତୁ...

ପାକିସ୍ତାନରେ କୋରୋନା ସଙ୍କଟ ଗମ୍ଭୀର, ହସ୍ପିଟାଲରେ ବିଛଣା ଅଭାବ
ପାକିସ୍ତାନରେ କୋରୋନା ସଙ୍କଟ ଗମ୍ଭୀର, ହସ୍ପିଟାଲରେ ବିଛଣା ଅଭାବ

କରାଚି: ପାକିସ୍ତାନରେ କୋରୋନା ସଙ୍କଟ ଗମ୍ଭୀର ରୂପ ନେଇଛି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ବାହାରୁଛନ୍ତି । ଫଳରେ ଦେଶର ପରିସ୍ଥିତି ଦେଖି ସାମନାକୁ ବାହାରିଛନ୍ତି ଡାକ୍ତରୀ ଟିମ ।

କରାଚିର ପାକିସ୍ତାନ ମେଡିକାଲ ଆସୋସିଏସନର ଏକ ଡାକ୍ତରୀ ଟିମ ନିକଟରେ ରାସ୍ତା ଉପରକୁ ଆସି ସରକାରଙ୍କୁ ଅନୁରୋଧ କରିଛନ୍ତି । ବର୍ତ୍ତମାନ ଦେଶର ବିଭିନ୍ନ ହସ୍ପିଟାଲରେ ବିଛଣାର ଅଭାବ ଦେଖାଦେଇଛି । ଫଳରେ ଆକ୍ରାନ୍ତଙ୍କୁ ରଖିବାର ସୁବିଧା ଅନେକ ଡାକ୍ତରଖାନାରେ ନାହିଁ । ଏପରିସ୍ଥଳେ ଚିକିତ୍ସା କରିବା କଷ୍ଟକର ହୋଇପଡିଛି । ସରକାର ଓ ମୌଲବୀମାନଙ୍କୁ ଏହି ସମୟରେ ଆଗେଇ ଆସିବା ସହ ଲୋକଙ୍କୁ ସଚେତନ କରିବା ପାଇଁ ଅନୁରୋଧ କରିଛନ୍ତି ଡାକ୍ତର । ସବୁଦିନ ଦେଖୁଥିବା ବାସ୍ତବକୁ ସେମାନେ ସରକାରଙ୍କୁ ଜଣାଇଛନ୍ତି । ଏହାସହ ଭବିଷ୍ୟତରେ ଦେଶ ଅଧିକ ବିପଦର ସାମନା କରିବାକୁ ଯାଉଛି ।

ଏଥିପାଇଁ ଲୋକଙ୍କୁ ସଚେତନ ହେବା ସହ କଟକଣା କଡାକଡି କରିବା ପାଇଁ ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏପ୍ରିଲ 16ରୁ 19 ଭିତରେ ଦେଶରେ 6772ରୁ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 9464କୁ ବୃଦ୍ଧି ପାଇଥିଲା । ଏପରି ଭାବେ ଦେଶରେ ଯଦି 3 ଦିନରେ 40 ପ୍ରତିଶତ ରୋଗୀ ବୃଦ୍ଧି ପାଆନ୍ତି ତେବେ ପରିସ୍ଥିତି କେତେ ଖରାପ ତାହା ବିଚାର କରନ୍ତୁ ବୋଲି ଡାକ୍ତର କହିଛନ୍ତି । ଏହାସହ ଅନ୍ୟ ଦେଶ ଭଳି ପାକିସ୍ତାନରେ ଲୋକେ ଏହାକୁ ଅତ୍ୟନ୍ତ ଗୁରୁତର ଭାବେ ନେଉନାହାନ୍ତି । ଯାହା ଚିନ୍ତା ଓ ଦୁଃଖର ବିଷୟ ବୋଲି ଡାକ୍ତରମାନେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.