ETV Bharat / international

ପାକିସ୍ତାନ ଡାକ୍ତରଙ୍କୁ ମିଳୁଛି ପାନ ଛେପ ପଡିଥିବା ପିପିଇ କିଟ

author img

By

Published : May 20, 2020, 7:14 PM IST

ପିଓକେକୁ ସରକାର ଗୁରୁତ୍ବ ଦେଉନଥିବା ଅଭିଯୋଗ ଆସିଛି । କାରଣ ଏଠାରେ ପୂର୍ବରୁ ଫେକ୍ ମେଡ ଇନ ଚାଇନା ଟେଷ୍ଟିଂ କିଟ୍ସ ବଣ୍ଟାଯାଇଥିଲା । ଏବେ ସେଠାରେ ପାନ ଛେପ ପଡିଥିବା ମାସ୍କ ଦିଆଯାଇଛି । ଅଧିକ ପଢନ୍ତୁ...

ପାକିସ୍ତାନ ଡାକ୍ତରଙ୍କୁ ମିଳୁଛି ପାନ ଛେପ ପଡିଥିବା ପିପିଇ କିଟ୍ସ

ମୁଜ୍ଜାଫରାବାଦ(ପିଓକେ): ପାକିସ୍ତାନରେ କୋରୋନା ସ୍ଥିତି ଭୟଙ୍କର ପାଲଟିଥିବାବେଳେ ସେଠାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି । ଏନେଇ ପୂର୍ବରୁ ଅନେକ ଘଟଣା ଶୁଣିବାକୁ ମିଳିଛି । ଖୋଦ ପାକିସ୍ତାନୀ ଡାକ୍ତର ସରକାରଙ୍କୁ ଏହା ଉପରେ ତାଗିଦ କରିଛନ୍ତି । ନିକଟରେ ପୁଣି ଏହି ଅବ୍ୟବସ୍ଥାର ଏକ ଚିତ୍ର ସାମନାକୁ ଆସିଛି ।

ପିଓକେ ମୁଜ୍ଜାଫରାବାଦର ଶେଖ ଖଲିଫା ବିନ ଜେଦ କମ୍ବାଇନଡ ମିଲିଟାରୀ ହସ୍ପିଟାଲ କର୍ତ୍ତୃପକ୍ଷ ଏହି ଅଭିଯୋଗ ଆଣିଛନ୍ତି । ଏଠାରେ ସ୍ବାସ୍ଥ୍ୟକର୍ମୀଙ୍କୁ ମିଳୁଥିବା ପିପିଇ କିଟ୍ସରେ ଖରାପ ସାମଗ୍ରୀ ଥିବା ଜଣାପଡିଛି । ଡାକ୍ତରଙ୍କ ଅଭିଯୋଗ ଅନୁସାରେ ମିଲିଟାରୀ ପକ୍ଷରୁ ପିଓକେର ବିଭିନ୍ନ ହସ୍ପିଟାଲରେ ପିପିଇ କିଟ୍ସ ବଣ୍ଟାଯାଇଛି । ହେଲେ ସ୍ବାସ୍ଥ୍ୟକର୍ମୀଙ୍କୁ ମିଳିଥିବା ମାସ୍କ ପୂର୍ବରୁ ବ୍ୟବହୃତ ବୋଲି ଅଭିଯୋଗ ଆସିଛି । ସେହିପରି ପାନ ଛେପ ପଡିଥିବା ମାସ୍କ ମଧ୍ୟ ମିଳିଛି ବୋଲି କିଛି ଅଭିଯୋଗ କରିଛନ୍ତି । କେତେକ ମାସ୍କରେ ନାଲି ଚିହ୍ନ ପଡିଥିଲା । ଯାହା ଲାବ୍ ଟେଷ୍ଟ ପରେ ପାନ ଛେପ ବୋଲି ଜଣାପଡିଥିଲା ।

ତେବେ ପିଓକେକୁ ସରକାର ଗୁରୁତ୍ବ ଦେଉନଥିବା ଅଭିଯୋଗ ଆସିଛି । କାରଣ ଏଠାରେ ପୂର୍ବରୁ ଫେକ୍ ମେଡ ଇନ ଚାଇନା ଟେଷ୍ଟିଂ କିଟ୍ସ ବଣ୍ଟାଯାଇଥିଲା । ଏବେ ସେଠାରେ ପାନ ଛେପ ପଡିଥିବା ମାସ୍କ ଦିଆଯାଇଛି । ପିଓକେରେ ଏବେ 133 କୋଭିଡ 19 କେସ ରହିଛି । ଏଠାରେ ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇଛି । ଡାକ୍ତର ଓ ନର୍ସଙ୍କୁ ପିପିଇ କିଟ୍ସ ଯୋଗାଉନାହାନ୍ତି ସରକାର । ଫଳରେ ସେମାନେ ହସ୍ପିଟାଲ ଯିବାକୁ ଅମଙ୍ଗ ହେଉଛନ୍ତି । କେବଳ ପିଓକେ ନୁହେଁ ଗିଲଗିଟ୍ ବାଲଟିସ୍ତାନ, ବାଲୋଚିସ୍ତାନ ସହ ଇସଲାମାବାଦରେ ମଧ୍ୟ ଏପରି ପରିସ୍ଥିତି ଦେଖାଦେଇଛି । ସରକାର ଉପଯୁକ୍ତ ପିପିଇ କିଟ୍ସ ଯୋଗାଉନଥିବା ଅଭିଯୋଗ କରି ପୂର୍ବରୁ ରାଜରାସ୍ତାକୁ ଓହ୍ଲାଇଥିଲେ ସ୍ବାସ୍ଥ୍ୟକର୍ମୀ ।

ତଥାପି ପାକ୍ ସରକାର ଶୁଣୁନଥିବା ଅଭିଯୋଗ ହୋଇଛି । ସରକାରଙ୍କ ଅଣଦେଖା ଯୋଗୁଁ ଦେଶରେ କୋଭିଡ ସ୍ଥିତି ଗମ୍ଭୀର ହୋଇଛି । ବୁଧବାର 1932ଟି ନୂଆ କେସ ବାହାରିଛି । ଫଳରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 48 ହଜାର ଉପରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.