ଇସଲାମାବାଦ: ପାକିସ୍ତାନ ସେନାରେ ପ୍ରଥମ ଥର କୌଣସି ମହିଳାଙ୍କୁ ଲେଫ୍ଟନାଣ୍ଟ ଜେନେରାଲ ପଦବୀରେ ନିଯୁକ୍ତ ଦିଆଯାଇଛି । ଏନେଇ ସେନାର ମିଡିଆ ୱିଙ୍ଗ ପକ୍ଷରୁ ସୂଚନା ଦିଆଯାଇଛି ।
ମେଜର ଜେନେରାଲ ନିଗର ଜୋହରଙ୍କୁ ତିନି ତାରକା ଜେନେରାଲରେ ପଦୋନ୍ନୋତି ଦିଆଯାଇଛି । ଏହା ସହ ସେ ପାକିସ୍ତାନର ପ୍ରଥମ ମହିଳା ସର୍ଜନ ଜେନେରାଲରେ ନିଯୁକ୍ତ ପାଇଛନ୍ତି । ଏ ସମ୍ପର୍କରେ ଆନ୍ତଃ -ସେବା ଜନ ସମ୍ପର୍କ (ଆଇଏସପଆର) ମହାନିର୍ଦ୍ଦେଶକ ମେଜର ଜେନ ବାବର ଇଫ୍ଟିଖର ଟ୍ବିଟ କରି ଜଣାଇଛନ୍ତି ।
ଜୋହର 1985 ରେ ଆର୍ମି ମେଡିକାଲ କଲେଜ, ରାୱଲପିଣ୍ଡିରୁ ସ୍ନାତକ ହାସଲ କରି ସେନାର ମେଡିକାଲ କର୍ପସରେ ଯୋଗ ଦେଇଥିଲେ।
2017 ରେ, ସେ ପାକିସ୍ତାନୀ ସେନାର ତୃତୀୟ ମହିଳା ଅଧିକାରୀ ହୋଇଥିଲେ ଯିଏକି ପ୍ରମୁଖ ଜେନେରାଲ ପଦବୀ ହାସଲ କରିଥିଲେ। ଅନ୍ୟ ଦୁଇ ମହିଳା ପ୍ରମୁଖ ଜେନେରାଲ ହେଲେ ଶାହିଦା ବାଦଶା ଏବଂ ଶାହିଦା ମଲିକ। ତେବେ ଜୋହରଙ୍କ ବାପା ଓ ସ୍ବାମୀ ମଧ୍ୟରେ ସେନାରେ ନିଯୁକ୍ତ ରହିଛନ୍ତି ।