ETV Bharat / international

ନୱାଜଙ୍କ ପାଇଁ ସେପ୍ଟେମ୍ବର 10 ଶେଷ ସୁଯୋଗ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ବିରୋଧରେ ହୋଇଥିବା ଦୁର୍ନୀତି ମାମଲାର ଶୁଣାଣି ପାଇଁ ସେପ୍ଟେମ୍ବର 10ରେ ହାଜର ହେବାକୁ ଶେଷ ନିର୍ଦେଶ ଦେଇଛନ୍ତି ପାକ-କୋର୍ଟ । ଅଧିକ ପଢନ୍ତୁ..

author img

By

Published : Sep 1, 2020, 8:57 PM IST

‘ନୱାଜଙ୍କ ପାଇଁ ସେପ୍ଟେମ୍ବର 10 ଶେଷ ସୁଯୋଗ’
‘ନୱାଜଙ୍କ ପାଇଁ ସେପ୍ଟେମ୍ବର 10 ଶେଷ ସୁଯୋଗ’

ଇସ୍‌ଲାମାବାଦ: ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ବିରୋଧରେ ହୋଇଥିବା ଦୁର୍ନୀତି ମାମଲାର ଶୁଣାଣି ପାଇଁ ସେପ୍ଟେମ୍ବର 10ରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ । ଏ ବାବଦରେ ନୱାଜ ସରିଫଙ୍କୁ ମଙ୍ଗଳବାର ଦିନ ପାକିସ୍ତାନୀ କୋର୍ଟ ଏକ ଶେଷ ସୁଯୋଗ ଦେଇଛି।

ଅଲ-ଅଜିଜିଆ ଷ୍ଟିଲ ମିଲ୍ସ ମାମଲାରେ ତିନିଥରର ପ୍ରଧାନମନ୍ତ୍ରୀଙ୍କୁ ସାତ ବର୍ଷ ଦଣ୍ଡିତ କରାଯାଇଥିଲା। ସେପଟେ କିନ୍ତୁ ଲାହୋର ହାଇକୋର୍ଟ ସରିଫଙ୍କୁ ହୃଦରୋଗ ପାଇଁ ଚାରି ସପ୍ତାହ ବିଦେଶ ଯିବାକୁ ଅନୁମତି ଦେଇଥିଲେ । କିନ୍ତୁ 70 ବର୍ଷୀୟ ସରିଫ ଗତ ବର୍ଷ ନଭେମ୍ବରରୁ ଲଣ୍ଡନରେ ରହି ଆସୁଛନ୍ତି।

ଜଷ୍ଟିସ୍ ଆମୀର ଫାରୁକ୍ ଏବଂ ଜଷ୍ଟିସ୍ ମୋହସିନ୍ ଅଖତର କାୟାନୀଙ୍କୁ ନେଇ ଇସଲାମାବାଦ ହାଇକୋର୍ଟରେ ଦୁଇ ଜଣିଆ ସ୍ୱତନ୍ତ୍ର ବେଞ୍ଚ ମଙ୍ଗଳବାର ଦିନ ଏହି ଶୁଣାଣୀ କରିଥିଲେ । ସେପଟେ ସରିଫଙ୍କ ଝିଅ ମରିୟମ ନୱାଜ ଏବଂ ଜ୍ୱାଇଁ କ୍ୟାପଟେନ ସଫଦାର ନୱାଜଙ୍କୁ ମିଳିଥିବା ସଜା ବିରୋଧରେ କୋର୍ଟରେ ଆବେଦନ କରିଛନ୍ତି ।

ସେହିପରି ଶୁଣାଣୀ କରୁଥବା ବେଞ୍ଚ କହିଛନ୍ତି, "ଆମେ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ରାୟ ଶୁଣାଇ ନାହୁଁ। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଆମେ ନୱାଜ ସରିଫଙ୍କୁ ଆତ୍ମସମର୍ପଣ କରିବାର ଶେଷ ସୁଯୋଗ ଦେଉଛୁ। ନୱାଜ ସରିଫ କୌଣସି ପକ୍ଷେ ମଧ୍ୟ କୋର୍ଟରେ ହାଜର ହେବା ଉଚିତ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.