ETV Bharat / international

ପାକିସ୍ତାନ ମୌଲବୀଙ୍କ ଅଜବ ଯୁକ୍ତି: ‘ମସଜିଦ ଖୋଲ ନଚେତ ରାଗିବେ ଆଲ୍ଲା’

ସାମାଜିକ ଦୂରତା ପାଇଁ ସରକାରଙ୍କ ଅନୁରୋଧ ସତ୍ତ୍ବେ ରାୱଲପିଣ୍ଡି ଓ ଇସଲାମାବାଦର 50 ଜଣ ବରିଷ୍ଠ ମୌଲବୀ ସୋମବାର ଏକ ବୈଠକରେ ଏକତ୍ରିତ ହୋଇଥିବା ଖବର ଡନ ଖବରକାଗଜରେ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

ପାକିସ୍ତାନ ମୌଲବୀଙ୍କ ଅଜବ ଯୁକ୍ତି: ‘ଖୋଲ ମସଜିଦ, ରାଗିବେ ଆଲ୍ଲା’

author img

By

Published : Apr 16, 2020, 1:16 AM IST

ଇସଲାମାବାଦ: ନିଜ ଅଜବ ଯୁକ୍ତି ପାଇଁ ପରିଚିତ ପାକିସ୍ତାନ ମୌଲବୀ ପୁଣି ଏକ ଅଯଥା ବୟାନ ଦେଇଛନ୍ତି । ଦେଶରେ କୋରୋନା ପ୍ରକୋପକୁ ଦେଖି ସରକାର ସମସ୍ତ ଧାର୍ମିକ ପୀଠ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି । ତେବେ ଏହାକୁ ବିରୋଧ କରି ମସଜିଦ ଖୋଲା ରଖିବାକୁ ମୌଲବୀ ଚେତାବନୀ ଦେଇଛନ୍ତି । ନହେଲେ ଆଲ୍ଲା ରାଗିବେ ବୋଲି ସେମାନେ ଅଜବ ଯୁକ୍ତି ବାଢିଛନ୍ତି ।

ଏକ 50 ଜଣିଆ ବରିଷ୍ଠ ମୌଲବୀଙ୍କ ଗ୍ରୁପ ସରକାରଙ୍କୁ ଏହି ଚେତାବନୀ ଦେଇ ଧାର୍ମିକ ପୀଠ ଖୋଲା ରଖିବାକୁ ଦାବି କରିଛନ୍ତି । ଧାର୍ମିକ ନିୟମ ଅନୁସାରେ ଦେଶର ସମସ୍ତ ମସଜିଦ ଖୋଲା ରଖି ସେଠାରେ ଲୋକଙ୍କୁ ପ୍ରାର୍ଥନା କରିବାକୁ ଅନୁମତି ଦେବାକୁ ସେମାନେ କହିଛନ୍ତି । ଏହାସହ ଆଲ୍ଲାଙ୍କୁ କ୍ଷମା ମାଗିବା ପାଇଁ ସେମାନେ ଲୋକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପାକିସ୍ତାନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 5000 ପାର କରିଥିବା ବେଳେ ପରିସ୍ଥିତି ଦୃଷ୍ଟିରୁ ଲୋକଙ୍କ ଭିଡ କମାଇବାକୁ ସମସ୍ତ ଧାର୍ମିକ ପୀଠ ଉପରେ ବ୍ୟାନ ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି ।

ସାମାଜିକ ଦୂରତା ପାଇଁ ସରକାରଙ୍କ ଅନୁରୋଧ ସତ୍ତ୍ବେ ରାୱଲପିଣ୍ଡି ଓ ଇସଲାମାବାଦର 50 ଜଣ ବରିଷ୍ଠ ମୌଲବୀ ସୋମବାର ଏକ ବୈଠକରେ ଏକତ୍ରିତ ହୋଇଥିବା ଡନ ଖବରକାଗଜ ପ୍ରକାଶ କରିଛି । ବିଭିନ୍ନ ବ୍ୟାନ ଗ୍ରୁପ, ରାଜନୀତି ଓ ଅଣରାଜନୀତି ବ୍ୟକ୍ତି ଏହି ସଭାରେ ଯୋଗ ଦେଇଥିଲେ । ଧାର୍ମିକ ନିୟମ ମାନିବାକୁ ସରକାରଙ୍କୁ ଏମାନେ ନିବେଦନ କରିଛନ୍ତି । ଏହାସହ ସମସ୍ତ ମସଜିଦ ଖୋଲା ରଖି ଆଲ୍ଲାଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଲୋକଙ୍କୁ ସୁଯୋଗ ଦେବା ପାଇଁ ମୌଲବୀ ଦାବି କରିଛନ୍ତି । ତେବେ ଏପରି ଚେତାବନୀ ପଛର କାରଣ ଏପ୍ରିଲ ଶେଷ ସପ୍ତାହରେ ହେବାକୁ ଥିବା ରମଜାନ ବୋଲି ଜଣାପଡିଛି । କାରଣ ଏହି ସମୟରେ ସମସ୍ତ ମସଜିଦରେ ଲୋକଙ୍କ ପ୍ରବଳ ଭିଡ ହେବାର ସମ୍ଭାବନା ରହିଛି । ଫଳରେ କୋରୋନା ସଂକ୍ରମଣ ବଢିବାର ଅନେକ ସୁଯୋଗ ରହିଛି । ତେଣୁ ସଂକ୍ରମଣ ବ୍ୟାପିବାରୁ ରୋକିବା ପାଇଁ ସରକାର ସମସ୍ତ ମସଜିଦ ବନ୍ଦ କରିବାର ନିଷ୍ପତ୍ତି ନେଇପାରନ୍ତି ।

ମୌଲବୀଙ୍କ କହିବାନୁସାରେ ଏହି ସମୟରେ ଶୁକ୍ରବାର ପ୍ରାର୍ଥନା ବନ୍ଦ କରିବା ଅବା ଲୋକଙ୍କୁ ମସଜିଦ ଯିବାକୁ ସୁଯୋଗ ନଦେବା ଦେଶବାସୀଙ୍କୁ ପସନ୍ଦ ଆସିନପାରେ । ଏହାସହ ମସଜିଦରେ ଆଲ୍ଲାଙ୍କୁ କ୍ଷମା ପ୍ରାର୍ଥନା କଲେ କୋରୋନା ଭୂତାଣୁ ଦୂର ହେବ ବୋଲି ସେମାନେ ଅଜବ ଯୁକ୍ତି ବାଢିଛନ୍ତି । ତେବେ ସେମାନେ ହ୍ୟାଣ୍ଡ ସାନିଟାଇଜର, ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବେ ବୋଲି କହିଛନ୍ତି । ସରକାରଙ୍କ ଏହି ନିୟମ ମାନିବା ପାଇଁ ମୌଲବୀମାନେ ରାଜି ହୋଇଛନ୍ତି । ହେଲେ ସରକାର ସବୁଦିନ ମସଜିଦ ଖୋଲା ରଖିବା ସହ ଦିନକୁ 5 ଥର ପ୍ରାର୍ଥନା ପାଇଁ ରାଜି ହୁଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି ।

ଏହି ବୈଠକବେଳେ ମୌଲବୀମାନେ ସରକାରଙ୍କ ଗାଇଡଲାଇନର ଖୁଲମଖୁଲା ଉଲ୍ଲଙ୍ଘନ କରିଛନ୍ତି । ଗୋଟିଏ ମସଜିଦରେ 5 ଜଣ ଏକାଠି ହେବାର ନିଷ୍ପତ୍ତି ଥିବାବେଳେ ସେମାନେ 50 ଜଣ ଏକତ୍ରିତ ହୋଇଥିଲେ । କେବଳ ଏତିକି ନୁହେଁ ମୌଲବୀମାନେ ପୂର୍ବରୁ ଇସଲାମାବାଦ ମସଜିଦରେ ଅନେକ ଲୋକଙ୍କୁ ଏକତ୍ରିତ କରି ଏହାର ଭିଡିଓ ସୋସିଆଲ ମିଡିଆରେ ଛାଡିଥିଲେ । ସରକାରଙ୍କ ବିରୋଧରେ ମୌଲବୀଙ୍କ ଏପରି ବ୍ୟବହାର ଆଗକୁ ଦେଶ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି । ଶେଷ ଖବର ଅନୁସାରେ 24 ଘଣ୍ଟାରେ 342ଟି ନୂଆ କେସ ଯୋଗୁଁ 5716ରେ ଦେଶର ମୋଟ ଆକ୍ରାନ୍ତ ସଂଖ୍ୟା ପହଞ୍ଚିଛି । ପଞ୍ଜାବ ଓ ସିନ୍ଧରେ ଅଧିକ ପଜିଟିଭ କେସ ବାହାରିଥିବା ଜଣାପଡିଛି । ଏଥିରୁ 1378 ଜଣ ସୁସ୍ଥ ହୋଇଥିବାବେଳେ 96 ଜଣଙ୍କ ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.