ETV Bharat / international

ଲକଡାଉନ୍ ନିୟମ ଉଲଂଘନ, ଅନ୍ତିମ ସଂସ୍କାରରେ ଯୋଗ ଦେଲେ 1 ଲକ୍ଷ ମୁସଲମାନ - ଅନ୍ତିମ ସଂସ୍କାରରେ ଯୋଗ ଦେଲେ 1 ଲକ୍ଷ ମୁସଲମାନ

ଲକଡାଉନରେ ବି ପ୍ରାୟ 1 ଲକ୍ଷରୁ ବି ଉର୍ଦ୍ଧ୍ବ ମୁସଲମାନ ଧର୍ମଗୁରୁଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଇଛନ୍ତି । ବର୍ତ୍ତମାନ ଏହି ସମାବେଶ ବାଲାଂଦେଶରେ କୋରୋନା ଭାଇରସ ମହାମାରୀର ବିସ୍ତାର ନେଇ ଆଶଙ୍କା ସୃଷ୍ଟି କରୁଛି।

defy lockdown
ଅନ୍ତିମ ସଂସ୍କାରରେ ଯୋଗ ଦେଲେ 1 ଲକ୍ଷ ମୁସଲମାନ
author img

By

Published : Apr 20, 2020, 12:39 PM IST

ଢାକା: ଲକଡାଉନରେ ବି ପ୍ରାୟ 1 ଲକ୍ଷରୁ ବି ଉର୍ଦ୍ଧ୍ବ ମୁସଲମାନ ଧର୍ମଗୁରୁଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଇଛନ୍ତି । ବର୍ତ୍ତମାନ ଏହି ସମାବେଶ ବାଲାଂଦେଶରେ କୋରୋନା ଭାଇରସ ମହାମାରୀର ବିସ୍ତାର ନେଇ ଆଶଙ୍କା ସୃଷ୍ଟି କରୁଛି। ଏହି ମାମଲାରେ ବାଲାଂଦେଶ ସରକାର ଜଣେ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିଛି ।

ପୋଲିସ ମୁଖ୍ୟାଳୟ ଶନିବାର ରାତିରେ ଏକ ବିବୃତ୍ତିରେ ବ୍ରାହ୍ମଣ ବରିଆର ସାରେଲ ପୋଲିସ ଷ୍ଟେସନର ଓସି ଶାହାଦତ ହୋସେନ ଟିଟୁ, ସମାବେଶକୁ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନକରିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି ।

ଅନ୍ତିମ ସଂସ୍କାରରେ ଯୋଗ ଦେଲେ 1 ଲକ୍ଷ ମୁସଲମାନ

ଶନିବାର ହଜାର ହଜାର ଲୋକ ବିନା ମାସ୍କ ଏବଂ ସାମାଜିକ ଦୂରତାକୁ ସ୍ପଷ୍ଟ ଉଲ୍ଲଂଘନ କରି ବ୍ରାହ୍ମଣବରିଆ ଜିଲ୍ଲାର ବର୍ତ୍ତୋଲ ଗାଁର ଏକ ମଦ୍ରାସା ଠାରେ ଅନୁଷ୍ଠିତ ଖେଲାଫତ ମଜଲିଶଙ୍କ ‘ନାଏବ-ଇ ଆମୀର’ ମୌଲାନା ଜୁବେର ଅହମ୍ମଦ ହଂସାରୀଙ୍କ ଅନ୍ତିମ ସଂସ୍କାରରେ ଭାଗ ନେଇଥିଲେ। ଶୁକ୍ରବାର ରାତିରେ ତାଙ୍କର ଦେହାନ୍ତ ହୋଇଥିଲା।

ଏହି ସମାବେଶ ଏତେ ବଡ ଥିଲା ଯେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କର୍ତ୍ତୃପକ୍ଷ ଏହାକୁ ବନ୍ଦ କରିବାକୁ ବ୍ୟଗ୍ର ନଥିଲେ। ନିଲମ୍ବିତ ହେବା ପରେ ଅଫିସର କହିଥିଲେ କି, ଭିଡ ଏତେ ମାତ୍ରାରେ ଥିଲା ଯେ, ଏହାକୁ ରୋକିବା ଆମ ପ୍ରତି ସମ୍ଭବ ହୋଇପାରିଲା ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.