ETV Bharat / international

ମଣିଷ ଆଣ୍ଠୁରୁ ହେବ ବିଦ୍ୟୁତ ଉତ୍ପାଦନ - ବିଦ୍ୟୁତ ଉତ୍ପାଦନ

ଜଳ, ବାୟୁ, ଅଗ୍ନି ଆଦିରୁ ବିଦ୍ୟୁତ ଶକ୍ତି ଉତ୍ପନ୍ନ ହେଉଥିବା ସାଧାରଣ କଥା । ଏବେ କିନ୍ତୁ ମଣିଷ ଆଣ୍ଠୁରୁ ଉତ୍ପନ ହୋଇପାରିବ ଶକ୍ତି । ହଙ୍ଗକଙ୍ଗ ସ୍ଥିତ ଚାଇନା ବିଶ୍ୱବିଦ୍ୟାଳୟର ଏକ ଗବେଷକ ଦଳ ଦ୍ୱାରା ବିକଶିତ ହୋଇଥିବା ଏକ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଏହା ସମ୍ଭବ ହେବାକୁ ଯାଉଛି ।

ଫଟୋ ସୌଜନ୍ୟ: Gao et al
author img

By

Published : Jul 22, 2019, 8:36 PM IST

ୱାଶିଂଟନ: ଥରେ ଭାବନ୍ତୁ, ଆପଣ ଚାଲିବା ବେଳେ ସେଥିରୁ ଆପଣଙ୍କ ଉପକରଣକୁ ଯଦି ବିଦ୍ୟୁତ ଶକ୍ତି ମିଳେ ତାହେଲେ କିପରି ହେବ । ହଁ ଏହା ଖୁବ ଶିଘ୍ର ସତ ହେବାକୁ ଯାଉଛି, ହଙ୍ଗକଙ୍ଗ ସ୍ଥିତ ଚାଇନା ବିଶ୍ୱବିଦ୍ୟାଳୟର ଦଳେ ଗବେଷକଙ୍କ ଦ୍ୱାରା ବିକଶିତ ହୋଇଥିବା ଏକ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଏହା ସମ୍ଭବ ହେବାକୁ ଯାଉଛି ।

ଏଆଇପି ପ୍ରକାଶନ ଠାରୁ ଆପ୍ଲାଇଡ ଫିଜିକ୍ସ ଲେଟରରେ ଏହି ପ୍ରଯୁକ୍ତିବିଦ୍ୟା ବିଷୟରେ ଉଲ୍ଲେଖ କରିଛି ବିଶ୍ବବିଦ୍ୟାଳୟର ଏହି ଗବେଷକ ଦଳ । ଏକ ଶକ୍ତି ସଂଗ୍ରହକକୁ ଜଣେ ବ୍ୟକ୍ତିଙ୍କ ଆଣ୍ଠୁରେ ଖଞ୍ଜା ଯାଇଥାଏ । ଏହାକୁ ପିନ୍ଧିଥିବା ବ୍ୟକ୍ତି ନିଜ ଚାଲିବା ଗତିରେ କୌଣସି ପରିବର୍ତ୍ତନ ନକରି କିମ୍ବା ଅଧିକ ଶକ୍ତି ପ୍ରୟୋଗ ନକରେ ତବେ ଏଥିରୁ 1.6 ମାଇକ୍ରୋୱାଟର ଶକ୍ତି ଉତ୍ପନ୍ନ ହୋଇପାରିବ । ଏହି ଶକ୍ତି ସାହାଯ୍ୟରେ ସ୍ୱାସ୍ଥ୍ୟ ନିରୀକ୍ଷଣ ଯନ୍ତ୍ର ଓ ଜିପିଏସ ପରି କ୍ଷୁଦ୍ର ଉପକରଣ ଗୁଡିକୁ ଶକ୍ତି ଯୋଗାଇ ଦିଆଯାଇପାରିବ।

‘‘ଏହି ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସ୍ୱଂୟ ଚାଳିତ ଜିପିଏସ ଉପକରଣ ଗୁଡିକ ପର୍ବତାରୋହୀ ତଥା ଆରୋହଣକାରୀଙ୍କ ଧ୍ୟାନ ଆକର୍ଷିତ କରିବ’’ ବୋଲି କହିଛନ୍ତି ଲେଖକ ତଥା ମେକାନିକାଲ ଓ ଅଟୋମେସନ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ୱି-ସିନ ଲିଆଓ ।

ଗବେଷକ ଏକ ସ୍ମାର୍ଟ ମାକ୍ରୋଫାଇଭର ଧାତୁର ବ୍ୟବହାର କରିଛନ୍ତି ଯାହା ଯେକୌଣସି ନଇଁବା କାର୍ଯ୍ୟକଳାପରୁ ଶକ୍ତି ଉତ୍ପନ୍ନ କରିପାରିବ । ଯାହା ସ୍ଲାଇଡର କ୍ରାଙ୍କ ମେକାନିଜିମ ଦ୍ୱାରା ମୋଟରକୁ ପରିଚାଳିତ କରିପାରିବ । ଅନ୍ୟ ମାନବୀୟ ଗଣ୍ଠି ଗୁଡିକ ତୁଳନାରେ ଆଣ୍ଠୁ ଅଧିକ ଗତିଶୀଳ ହୋଇଥିବାରୁ ଡିଭାଇସଟିକୁ ଆଣ୍ଠୁରେ ଖଞ୍ଜା ଯାଇଛି ବୋଲି କହିଛନ୍ତି ଲେଖକ । ‘ଏହି ହାରଭେସ୍ଟର ଗୁଡୁକ ସିଧାସଳଖ ବଡ ବିରୁପଣରୁ ଶକ୍ତି ଆହରଣ କରିପାରିବ ବୋଲି ଲିଆଓ କହିଛନ୍ତି । ’

କ୍ରମାଗତ ଭାବେ ଆଗ ପଛ କ୍ରିୟା ଯୋଗୁଁ ଯେତେବେଳେ ଏହି ଉପକରଣ ପିନ୍ଧିଥିବା ବ୍ୟକ୍ତି ଚାଲିବ ଓ ଯେତେଥର ଆଣ୍ଠୁ ଭାଙ୍ଗି ହେବ ଡିଭାଇସଟି ମଧ୍ୟ ଭାଙ୍ଗିହୋଇ ବିଦ୍ୟୁତ ଶକ୍ତି ଉତ୍ପନ୍ନ କରିବ । ଲିଆଓଙ୍କ ଅନୁସାରେ ମାନବ ଆଣ୍ଠୁର ପ୍ରାକୃତିକ ଗତି ମାଧ୍ୟମରେ ହାରଭେଷ୍ଟରଟି ଜୈବ ରାସାୟନିକ ଶକ୍ତି ସଂଗ୍ରହ କରିଥାଏ ।

ମଣିଷର ଚାଲିବାର ଗତି ଖୁବ ଧିମା, ଯାହା ଶକ୍ତି ଉତ୍ପନ୍ନ କରିବା କ୍ଷମତାକୁ କମାଇ ଦେଇଥାଏ ବୋଲି ଲିଆଓ କହିଛନ୍ତି । କିନ୍ତୁ ଗବେଷକ ଦଳ ବ୍ୟବହାର କରୁଥିବା ଉପାୟ ଏହି ପ୍ରତିବନ୍ଧକକୁ ହଟାଇ ଦେଇଥାଏ ।

energy harvester, human knee, ମଣିଷ ଆଣ୍ଠୁ, ବିଦ୍ୟୁତ ଉତ୍ପାଦନ, ବିଦ୍ୟୁତ ଶକ୍ତି
ଫଟୋ ସୌଜନ୍ୟ: Gao et al

ପ୍ରୋଟୋଟାଇପଟିର ଓଜନ ମାତ୍ର 307 ଗ୍ରାମ ଓ ଏହା 2ରୁ 6.5 କିମି ପ୍ରତି ଘଣ୍ଟା ବେଗରେ ଚାଲୁଥିବା ମାନବଙ୍କ ଉପରେ ପରୀକ୍ଷା କରାଯାଇଛି । ଗବେଷକ ମାନେ ଡିଭାଇସ ବିନା ଓ ଡିଭାଇସ ସହ ମଣିଷର ନିଶ୍ୱାସ ପ୍ରଶ୍ୱାସର ପରୀକ୍ଷା କରିଥିଲେ ଯେଉଁଥିରୁ ଜଣା ପଡିଥିଲା ଯେ ଡିଭାଇସ ଲଗାଇବା ପରେ ମଧ୍ୟ ଚାଲିବା ପାଇଁ ଅଧିକ ଶକ୍ତିର ଆବଶ୍ୟକତା ରହୁନାହିଁ । ଯାହା ମାନେ ହେଲା ବିନା କୌଣସି ପରିଶ୍ରମରେ ବିଜୁଳି ଉତ୍ପନ୍ନ କରି ପାରିବ ଏହି ଡିଭାଇସ ।

ଏହି ଗବେଷକ ଦଳ ଏକ ଦକ୍ଷ, ପିନ୍ଧିବା ଯୋଗ୍ୟ ଶକ୍ତି ଉତ୍ପାଦକ ବା ସଂଗ୍ରାହକ ଉପରେ ଗୁରୁତ୍ୱ ଦେଇଛନ୍ତି ଓ ଭବିଷ୍ୟତରେ ଏହାର ବ୍ୟବସାୟୀକରଣ ଉପରେ ଧ୍ୟାନ ମଧ୍ୟ ଦେଉଛନ୍ତି। ସ୍ୱୟଂ ସଂଚାଳିତ ଉପକରଣ ଗୁଡିକ ଅସୁବିଧାଜନକ ଦୈନିକ ଚାର୍ଜରୁ ମୁକ୍ତି ଦେବ ବୋଲି କହିଛନ୍ତି ପ୍ରଫେସର ଲିଆଓ । ଏହି ଶକ୍ତି ଉତ୍ପାଦକ ସ୍ୱୟଂ ଚାଳିତ ପିନ୍ଧିବା ଯୋଗ୍ୟ ଉପକରଣ ଗୁଡିକୁ ପ୍ରୋତ୍ସାହନ ଦେବ ବୋଲି ମତ ଦେଇଛନ୍ତି ଲିଆଓ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.