ETV Bharat / international

ସିଓଲର ପରବର୍ତ୍ତିତ ମିସାଇଲ ଗାଇଡଲାଇନକୁ ଉତ୍ତର କୋରିଆର କଟାକ୍ଷ

ଗତ ଜୁଲାଇ 28ରେ ୱାଶିଂଟନ ଓ ସିଓଲ ଉଭୟ ଦେଶ ମଧ୍ୟରେ ରହିଥିବା ମିସାଇଲ ଗାଇଡଲାଇନରେ ଆପୋଷ ବୁଝାମଣାରେ କିଛି ପରିବର୍ତ୍ତନ ଆଣିଛନ୍ତି । ସିଓଲର ଏହି ନିଷ୍ପତ୍ତିକୁ କଟାକ୍ଷ କରି ଦେଶର ଶାନ୍ତି ପ୍ରତିହତ ହେଉଥିବା ମତ ଦେଇଛି ଉତ୍ତର କୋରିଆ ।

author img

By

Published : Aug 2, 2020, 7:41 PM IST

washington-seoul missile deal, south korea missile guideline, north-south korea clash, missile guideline, ୱାଶିଂଟନ-ସିଓଲ ମିସାଇଲ ଚୁକ୍ତି, ଦକ୍ଷିଣ କୋରିଆ ମିସାଇଲ ଗାଇଡଲାଇନ, ଉତ୍ତର-ଦକ୍ଷିଣ କୋରିଆ ମତାନ୍ତର, ମିସାଇଲ ଗାଇଡଲାଇନ
ସିଓଲର ପରବର୍ତ୍ତିତ ମିସାଇଲ ଗାଇଡଲାଇନକୁ ଉତ୍ତର କୋରିଆର କଟାକ୍ଷ

ସିଓଲ: ଗତ ଜୁଲାଇ 28ରେ ୱାଶିଂଟନ ଓ ସିଓଲ ଉଭୟ ଦେଶ ମଧ୍ୟରେ ରହିଥିବା ମିସାଇଲ ଗାଇଡଲାଇନରେ ଆପୋଷ ବୁଝାମଣାରେ କିଛି ପରିବର୍ତ୍ତନ ଆଣିଛନ୍ତି । ଏହି ପରିବର୍ତ୍ତିତ ଗାଇଡଲାଇନ ଅନୁଯାୟୀ ସିଓଲର ସ୍ପେଶ ରକେଟରେ ସଲିଡ ଇନ୍ଧନର ବ୍ୟବହାର ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଯାଇଛି । ସିଓଲର ଏହି ନିଷ୍ପତ୍ତିକୁ କଟାକ୍ଷ କରି ଦେଶର ଶାନ୍ତି ପ୍ରତିହତ ହେଉଥିବା ମତ ଦେଇଛି ଉତ୍ତର କୋରିଆ ।

ରବିବାର ଉତ୍ତର କୋରିଆର ଖବରକାଗଜରେ ଏନେଇ ତଥ୍ୟ ପ୍ରକାଶିତ ହୋଇଥିବା ଜଣା ପଡିଛି । ସେପଟେ ଗତ ଜୁଲାଇ 28ରେ ୱାଶିଂଟନ ଓ ସିଓଲ ମଧ୍ୟରେ ହୋଇଥିବା ଆଲୋଚନାରେ ଦଶନ୍ଧି ପୁରୁଣା ମିସାଇଲ ଗାଇଡଲାଇନକୁ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ପୂର୍ବରୁ ସିଓଲ ସ୍ପେଶ ରକେଟରେ ସଲିଡ ଇନ୍ଧନର ବ୍ୟବହାର କରୁନଥିବା ବେଳେ ୱାଶିଂଟନ ଏହି ପ୍ରତିବନ୍ଧକକୁ ହଟାଇ ଇନ୍ଧନ ବ୍ୟବହାର ପାଇଁ ଅନୁମତି ଦେଇଛି । ଏହି ନିଷ୍ପତ୍ତି ଦ୍ବାରା ସିଓଲର ସ୍ପେଶ ରକେଟ ବ୍ୟବହାର ଓ ନିର୍ମାଣରେ ବିକାଶ ହେବ ବୋଲି ୱାଶିଂଟନ ପକ୍ଷରୁ ମତ ପ୍ରକାଶ ପାଇଛି । ଆମେରିକୀୟ ପକ୍ଷ ଏହା ମଧ୍ୟ କହିଛନ୍ତି କି ଏହି ନିଷ୍ପତ୍ତି ଦ୍ବାରା ସିଓଲ ଏବେ ଅଧିକ ସଂଖ୍ୟକ ଗୁପ୍ତଚର ସାଟେଲାଇଟ ଲଞ୍ଚ କରି ଉତ୍ତର କୋରିଆ ଉପରେ ନଜର ରଖିପାରିବ ।

ଏହି ନିଷ୍ପତ୍ତି ନେଇ ଉତ୍ତର କୋରିଆର ଏକ ୱେବସାଇଟ ମିଆରିରେ କଟାକ୍ଷ କରାଯାଇଥିଲା । ଏଥିରେ କୁହାଯାଇଥିଲା କି ଏହି ନିଷ୍ପତ୍ତି ଦକ୍ଷିଣ କୋରିଆର କ୍ରୁର ବୁଦ୍ଧିକୁ ସ୍ପଷ୍ଟ କରେ । ଆଗକୁ ଯାଇ ସିଓଲ ନିଶ୍ଚିତ ଏହି କ୍ଷମତାର ବ୍ୟବହାର କରି ଲୋ-ଅରବିଟ ସାଟେଲାଇଟ ଲଞ୍ଚ କରିବ । ଯାହା ଦ୍ବାରା ଆମେରିକାର ସହଯୋଗରେ ଦକ୍ଷିଣ କୋରିଆ ବାଲିଷ୍ଟିକ ମିସାଇଲ ଲଞ୍ଚି କରିବା ନେଇ ମଧ୍ୟ ଯୋଜନା ପ୍ରସ୍ତୁତ କରିପାରେ । କିନ୍ତୁ ଦକ୍ଷିଣ କୋରିଆ ଏହା ଭୁଲିବା କଥା ନୁହେଁ କି 1979ରେ ସ୍ବାକ୍ଷରିତ ଚୁକ୍ତିନାମା ଅନୁଯାୟୀ ଦେଶ 800 କିଲୋମିଟର ପରିଧି ମଧ୍ୟରେ ସଲିଡ-ଇନ୍ଧନ ବ୍ୟବହୃତ ବାଲିଷ୍ଟିକ ମିସାଇଲର ବ୍ୟବହାର କରିପାରିବ ନାହିଁ ।

ଆମେରିକା ସହ ଆଲୋଚନା ପରେ ଜୁଲାଇ 29ରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ଚେଓଙ୍ଗ ୱା ଡେ କହିଥିଲେ କି ଦେଶ ନିଜ ସୁରକ୍ଷିତ କ୍ଷେପଣାସ୍ତ୍ର ସାର୍ବଭୌମତ୍ବ ବଜାୟ ରଖିବା ପାଇଁ ଚେଷ୍ଟା ଜାରି ରଖିବ । ସେପଟେ ଏହାର ପ୍ରତିକ୍ରିୟାରେ ଉତ୍ତର କୋରିଆର ଆଉ ଏକ ମିଡିଆ ଆଉଟଲେଟ ଉରିମିଞ୍ଜୋକିରି କହିଛି କି ଦକ୍ଷିଣ କୋରିଆର ଏହି ନିଷ୍ପତ୍ତି ଏକ ପ୍ରତିଶୋଧ ପରାୟଣ ନିଷ୍ପତ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.