ETV Bharat / international

ଆମେରିକା ବିରୋଧରେ ଶକ୍ତିଶାଳୀ ବାହିନୀ ଗଠନ ଆମର ଲକ୍ଷ୍ୟ: ଉତ୍ତର କୋରିଆ - North Korea US conflict

ଆମେରିକା ବିପଦ ସୃଷ୍ଟି କରୁଥିବାରୁ ତା ବିରୁଦ୍ଧରେ ଶକ୍ତିଶାଳୀ ବାହିନୀ ଗଠନ କରିବାକୁ ଲକ୍ଷ୍ୟ ରଖିଥିବା ଉତ୍ତର କୋରିଆ ପ୍ରକାଶ କରିଛି । ଅଧିକ ପଢନ୍ତୁ...

ଆମେରିକା ବିରୋଧରେ ଶକ୍ତିଶାଳୀ ବାହିନୀ ଗଠନ ଆମର ଲକ୍ଷ୍ୟ: ଉତ୍ତର କୋରିଆ

author img

By

Published : Jun 12, 2020, 9:56 AM IST

ପ୍ୟୋଙ୍ଗୟାଙ୍ଗ: ଆମେରିକା ବିପଦ ସୃଷ୍ଟି କରୁଥିବାରୁ ତା ବିରୁଦ୍ଧରେ ଶକ୍ତିଶାଳୀ ବାହିନୀ ଗଠନ କରିବାକୁ ଲକ୍ଷ୍ୟ ରଖିଥିବା ଉତ୍ତର କୋରିଆ ପ୍ରକାଶ କରିଛି । ଉତ୍ତର କୋରିଆର ବୈଦେଶିକ ମନ୍ତ୍ରୀ ରି ସୋନ-ଗ୍ବନ ଏହା ପ୍ରକାଶ କରିଛନ୍ତି । ଦୁଇ ଦେଶ ମଧ୍ୟରେ ବସିଥିବା ପ୍ରଥମ ସମିଟର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ସେ ଏହା ପ୍ରକାଶ କରିଛନ୍ତି । ତେବେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗ ଓ ହ୍ବାଇଟ ହାଉସ ତରଫରୁ କୌଣସି ଜବାବ ଦିଆଯାଇନାହିଁ ।

ରି ସୋନ-ଗ୍ବନ କହିଛନ୍ତି, ‘ଡିପିଆରକେର ଲକ୍ଷ୍ୟ ହେଉଛି ଆମେରିକାର ଦୀର୍ଘକାଳୀନ ସାମରିକ ଧମକର ମୁକାବିଲା କରିବା ପାଇଁ ଅଧିକ ଶକ୍ତିଶାଳୀ ବାହିନୀ ଗଠନ କରିବା । ଜୁନ 12ରେ ଦୁଇ ଦେଶ ମଧ୍ୟରେ ବସିଥିବା ପ୍ରଥମ ସମିଟର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ଆମେରିକାକୁ ଆମର ଏହି ବାର୍ତ୍ତା ଦେଉଛୁ । କୋରିଆ ସେଣ୍ଟ୍ରାଲ ନ୍ୟୁଜ ଏଜେନ୍ସି ସହ ଏକ ସାକ୍ଷାତକାରରେ ଉତ୍ତର କୋରିଆର ବୈଦେଶିକ ମନ୍ତ୍ରୀ ଏହା କହିଛନ୍ତି ।

ସେ ପୁଣି କହିଛନ୍ତି ଯେ, ‘ଡିପିଆରକେ-ୟୁଏସ ସମ୍ପର୍କରେ ଉଲ୍ଲେଖନୀୟ ଉନ୍ନତି ପାଇଁ ଦୁଇ ବର୍ଷ ପୂର୍ବେ ବିଶ୍ବସ୍ତରରେ ଆଶା ରହିଥିଲା । କିନ୍ତୁ ତାହା ବର୍ତ୍ତମାନ ନିରାଶାରେ ପରିଣତ ହୋଇଛି । ଆମେ ବିନା ଲାଭରେ ଆଉ କୌଣସି ପ୍ରକାରେ ଆମେରିକାକୁ ସେ ସୁଯୋଗ ଦେବୁ ନାହିଁ । ’

ସୂଚନାଯୋଗ୍ୟ, 2017ରେ ଉତ୍ତର କୋରିଆ ଆଣବିକ ଓ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ବୃଦ୍ଧି କରିବାରୁ ଟ୍ରମ୍ପ ଓ କିମ ଜଙ୍ଗ ଉନ ମଧ୍ୟରେ ଧମକବାଜି ଓ ବାକଯୁଦ୍ଧ ହୋଇଥିଲା । ଏହା ସହ ଉତ୍ତର କୋରିଆ ପାଇଁ ବିଭିନ୍ନ ପ୍ରତିବନ୍ଧକ ଲାଗୁକରିବାକୁ ଆମେରିକା ଆନ୍ତର୍ଜାତୀୟ ସ୍ତରରେ ଉଦ୍ୟମ କରି ଏହାର ଜବାବ ଦେଇଥିଲା ।

ଏହାପରେ ଜୁନ 2018ରେ ସିଙ୍ଗାପୁର ସମିଟରେ ସମ୍ପର୍କ ଯଥେଷ୍ଟ ଉନ୍ନତି ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ପ୍ରଥମ ଥର ପାଇଁ କୌଣସି ବୈଠକରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ଉତ୍ତର କୋରିଆ ନେତା କିମ ଜଙ୍ଗ ଉନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । କିନ୍ତୁ ବୈଠକରୁ ସେମିତି କିଛି ଉଲ୍ଲେଖନୀୟ ଫଳାଫଳ ଆସିନଥିବା ଜଣାପଡିଥିଲା ।

ଅପରପକ୍ଷେ ଫେବୃଆରୀ 2019ର ଭିଏତନାମରେ ବସିଥିବା ଦ୍ବିତୀୟ ଶିଖର ସମ୍ମିଳନୀରେ ମଧ୍ୟ କୌଣସି ଚୁକ୍ତି କରିବାରେ ଦୁଇଦେଶ ବିଫଳ ହୋଇଥିଲେ । ଉତ୍ତରକୋରିଆର ଆଣବିକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବିରୋଧ କରିବାରୁ ବୈଠକରୁ କୌଣସି ଫଳାଫଳ ମିଳିନଥିଲା । ଏହା ପରଠାରୁ ଉଭୟ ଦେଶ ମଧ୍ୟରେ ଅସ୍ଥିରତା ଜାରି ରହିଛି ।

ବ୍ୟୁରୋ ଇନପୁଟ ସହ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.