ETV Bharat / international

ଉତ୍ତର-କୋରିଆ ପ୍ରତିଷ୍ଠାତାଙ୍କ ଜନ୍ମ ଦିନ, ମିଶାଇଲ ନିକ୍ଷେପ କରି ପାଳନ - ଉତ୍ତର କୋରିଆ ଜାତୀୟ ପ୍ରତିଷ୍ଠାତା

ଉତ୍ତର କୋରିଆ ଜାତୀୟ ପ୍ରତିଷ୍ଠାତା ତଥା ଦେଶର ବର୍ତ୍ତମାନର ସର୍ବୋଚ୍ଚ ନେତା କିମ ଜୋଙ୍ଗ-ଉନଙ୍କ ଜେଜେବାପା କିମ ଇଲ-ସୁଙ୍ଗଙ୍କ 108 ତମ ଜନ୍ମଦିନ ଅବସରରେ ନିକ୍ଷେପ କରାଯାଇଛି । ଦେଶର ପ୍ରତିଷ୍ଠାତା ନେତାଙ୍କ ଜନ୍ମଦିନ ଉତ୍ତର କୋରିଆର ସବୁଠାରୁ ବଡ ଜାତୀୟ ଛୁଟି ମଧ୍ୟରୁ ଅନ୍ୟତମ । ଅଧିକ ପଢନ୍ତୁ...

North Korea
North Korea
author img

By

Published : Apr 14, 2020, 5:16 PM IST

ସିଓଲ୍: ସାରା ବିଶ୍ବ କୋରୋନା ଲଢେଇ ଜାରି ରଖିଥିବା ବେଳେ ଉତ୍ତର କୋରିଆ କିନ୍ତୁ ତାର ଚିରାଚରିତ କାର୍ଯ୍ୟଧାରା ଜାରି ରଖିଛି । ମଙ୍ଗଳବାର ଦେଶର ପ୍ରତିଷ୍ଠାତାଙ୍କ ଜନ୍ମଦିନ ପୂର୍ବରୁ ଉତ୍ତର କୋରିଆ ଯୁଦ୍ଧ ବିମାନରୁ କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଏୟାର-ଟୁ-ଗ୍ରାଉଣ୍ଡ କ୍ଷେପଣାସ୍ତ୍ର ନିକ୍ଷେପ କରିଛି । ଦକ୍ଷିଣ କୋରିଆ ସୈନ୍ୟ ବିଭାଗ ଏହି ସୂଚନା ଦେଇଛନ୍ତି ।

ଏକ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ,40 ମିନିଟରୁ ଅଧିକ ସମୟ ମଧ୍ୟରେ ପୂର୍ବାଞ୍ଚଳ ଉପକୂଳବର୍ତ୍ତୀ ସହର ମୁଞ୍ଚନ ନିକଟ ଉତ୍ତର-ପୂର୍ବ ଆଡକୁ କ୍ରୁଜ୍ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା । ଦେଶର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଉନଙ୍କ ମାର୍ଗଦର୍ଶନରେ ସର୍ବଶେଷ ପରୀକ୍ଷା କରାଯାଇଛି କି ନାହିଁ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ଏହି କ୍ଷେପଣାସ୍ତ୍ରଗୁଡିକ ଉତ୍ତର କୋରିଆ ଜାତୀୟ ପ୍ରତିଷ୍ଠାତା ତଥା ଦେଶର ବର୍ତ୍ତମାନର ସର୍ବୋଚ୍ଚ ନେତା କିମ ଜୋଙ୍ଗ-ଉନଙ୍କ ଜେଜେବାପା କିମ ଇଲ-ସୁଙ୍ଗଙ୍କ 108 ତମ ଜନ୍ମଦିନ ଅବସରରେ ନିଷେପ କରାଯାଇଛି । ଦେଶର ପ୍ରତିଷ୍ଠାତା ନେତାଙ୍କ ଜନ୍ମଦିନ ଉତ୍ତର କୋରିଆର ସବୁଠାରୁ ବଡ ଜାତୀୟ ଛୁଟି ମଧ୍ୟରୁ ଅନ୍ୟତମ ।

@IANSଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.